Indus Valley Times

ବିଶ୍ୱ ତାପମାନର କରୁଣ ପରିଣତି

 Breaking News

ବିଶ୍ୱ ତାପମାନର କରୁଣ ପରିଣତି

ବିଶ୍ୱ ତାପମାନର କରୁଣ ପରିଣତି
August 11
17:13 2021

ନୂଆଦିଲ୍ଲୀ,୧୧/୮:ବିଶ୍ୱରୁ କରୋନା ମହାମରୀର ବିପଦ ଟଳି ନଥିଲା ବେଳେ ଏବେ ଆଉ ଏକ ବିପଦ ପୃଥିବୀ ପୃଷ୍ଠକୁ ମାଡି ଆସୁଛି । ତାହା ହେଲା ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପମାନ ।
ବିଶ୍ୱ ଜଳବାୟୁ ପରିବର୍ତ୍ତନର ଗଭିର ନକରାତ୍ମକ ପ୍ରଭାବ ଅନେକ ଦିନ ହେଲା ଦେଖିବାକୁ ମିଳୁଛି । ଜଳବାୟୁ ର ପରିବର୍ତ୍ତପ ଯୋଗୁ ବିଶ୍ୱ ଏକ ପ୍ରକାରା ଧ୍ୱଂସାଭିମୁଖୀ ହୋଇସାରିଛିଟ୍ଟ । ଆଗକୁ ଏହି ପ୍ରକ୍ରିୟା ଆହୁରି ଭୟାନକ ହେବ ବୋଲି ପରିବେଶବିତ୍ମାନେ ସତର୍କ କାରାଇଦେଇଛନ୍ତି ।
ସୌରମଣ୍ଡଳରେ ପୃଥିବୀ ଏକମାତ୍ରା ବାସପୋଯୋଗୀ ଗ୍ରହ ହୋଇ ରହିଛି। କାରଣ ଏହାର ତାପମାତ୍ରା ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହିଛି। ଯାହାଦ୍ବାରା ଏଠାରେ ଜୀବଜଗତ ତିଷ୍ଠି ରହିବା ସମ୍ଭବ ହୋଇଛି।
ଏଥିପାଇଁ ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧିକୁ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ୧.୫ ଡିଗ୍ରି ସେଲ୍ସିୟସ ମଧ୍ୟରେ ରଖିବା ଲାଗି ବିଶ୍ବରେ ଚେଷ୍ଟା କରାଯାଉଛି। କିନ୍ତୁ ଏହା ଆଗାମ ୨୦ ବର୍ଷ ମଧ୍ୟରେ ପୃଥିବୀର ହାରାହାରି ତାପମାତ୍ରା ୧.୫ ଡିଗ୍ରି ସେଲ୍ସିୟସ ବଢ଼ିଯିବ ବୋଲି ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତଃସରକାରୀ କମିଟି ଆଇପିସିସି ବା ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଣ୍ଟ ଚେଞ୍ଜ୍ ଚମକାଇ ଦେବା ଭଳି ରିପୋର୍ଟ ଦେଇଛି ।
ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀର ତାପମାତ୍ରାରେ ୨ ଡିଗ୍ରୀରୁ ଅଧିକ ବୃଦ୍ଧି ପୃଥିବୀର ଜଳବାୟୁକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେବା ସହିତ ମନୁଷ୍ୟ ଏବଂ ଅନ୍ୟ ଜୀବମାନଙ୍କୁ ଏଥିରୁ ବଞ୍ଚାଇବା କଷ୍ଟକର ହୋଇପଡିବ।
ତାପମାତ୍ରାରେ ବୃଦ୍ଧି ଯୋଗୁଁଁ ବିଶ୍ବରେ ଗ୍ରୀଷ୍ମ ପ୍ରଭାବ ବଢ଼ିଯିବ। ଅଧିକ ଦିନ ଗରମ ଏବଂ କମ୍ଦିନ ଶୀତ ଅନୁଭୂତ ହେବ। କିଛି ସ୍ଥାନରେ ମରୁଡ଼ି ଦେଖାଦେବ। ସମୁଦ୍ର ପତନ ଦ୍ରୁତବେଗରେ ଉପରକୁ ଉଠିବ। ହିମାଳୟର ପାର୍ବତ୍ୟାଞ୍ଚଳରେ ବାରମ୍ବାର ବିଶାଳକାୟ ବରଫ ଫାଟିବା ଭଳି ଘଟଣା ଦେଖିବାକୁ ମିଳିବ। ଏଥିରୁ ଭାରତ ବି ବାଦ୍ ପଡ଼ିବ ନାହିଁ।
ଯେଉଁ ଘଟଣା ଶହେ ବର୍ଷରେ ଥରେ ଲେଖାଏଁ ଘଟୁଥିଲା ତାହା ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ପ୍ରତିବର୍ଷ ଦେଖାଦେଇ ପାରେ। ପୃଥିବୀରେ ରହିଥିବା ବରଫ ଚାଦର ତରଳିବା, ବାରମ୍ବାର ହିମସ୍ଖଳନ ଯୋଗୁ ସମୁଦ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ଏଥିପାଇଁ ସମୁଦ୍ରରେ ତାପମାତ୍ରା, ଏସିଡ ମାତ୍ରା ବଢ଼ିବ ଏବଂ ଅମ୍ଳଜାନସ୍ତର କମିବ। ଯାହା ଏହି ଆଇପିସିସି ରିପୋର୍ଟ ମାନବ ସମାଜ ପାଇଁ ସତର୍କର୍ର ଘଂଟି ହେବ ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଅଭିହିତ କରିଛନ୍ତି।
ଅନ୍ୟପକ୍ଷରେ ନାସା ପକ୍ଷରୁ ଆଉ ଏକ ରିପୋର୍ଟ ଚକିତ କଲା ଭଳି ଆସିଛି, ଯେଉଁଁଥିରେ କୁହାଯାଇଛି, ୨୧୦୦ ମସିହା ସୁଦ୍ଧା ଭାରତର ୧୨ ସହର ପାଖାପାଖି ଅଢେଇ ଫୁଟ୍ ସମୁଦ୍ର ଜଳରେ ଲୀନ ହୋଇଯିବ। କାରଣ ସେତେବେଳକୁ ଏତେ ଗରମ ବଢି ଯାଇଥିବ ଯେ, ଗ୍ଲାସିୟର ତରଳିବ ଏବଂ ଜଳସ୍ତର ବୃଦ୍ଧି ଘଟିବ।
ଏହି ୧୨ଟି ସହର ମଧ୍ୟରେ ଓଡ଼ିଶାର ପାରାଦୀପ ରହିବ ବୋଲି ନାସା ଆଶଙ୍କା କରିଛି ଜ୍ଝ ପାରାଦ୍ୱୀପ ବ୍ୟତୀତ ଭାବନଗର, କୋଚି, ମୋରମୁଗାଓଁ, ଓଖା, ତୁତୀକୋରିନ୍, ମୁମ୍ବାଇ, ମାଙ୍ଗାଲୋର, ଚେନ୍ନାଇ ଓ ବିଶାଖାପାଟନମ୍ ରହିଛି । ଏହି ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ, ଦେଶର ପ୍ରମୁଖ ବନ୍ଦର ଅଛି ।
ସେଠାରେ ବାଣିଜିକ କାରବାରର କେନ୍ଦ୍ର ରହିଛି। ମାଛ ବ୍ୟବସାୟ ଓ ତେଲ କାରବାର ପ୍ରଚୁର ମାତ୍ରାରେ ହୋଇଥାଏ। ସମୁଦ୍ର ଜଳସ୍ତର ବୃଦ୍ଧି ଘଟିଲେ ଆର୍ଥିକ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିବ ଆକଳନ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031