Indus Valley Times

ବିଷମକଟକ ମାଁ ମାର୍କମା +୩ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଏଡ଼ସ ସଚେତନତା ଶିବିର ଆୟୋଜିତ

 Breaking News

ବିଷମକଟକ ମାଁ ମାର୍କମା +୩ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଏଡ଼ସ ସଚେତନତା ଶିବିର ଆୟୋଜିତ

ବିଷମକଟକ ମାଁ ମାର୍କମା +୩ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଏଡ଼ସ ସଚେତନତା ଶିବିର ଆୟୋଜିତ
August 31
20:09 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ରାୟଗଡ଼ା, ୩୧/୮ : ଵିଷମକଟକ ,ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ସ୍ଥିତ ବିଷମକଟକ ମାଁ ମାର୍କମା +୩ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସ୍ଥାନୀୟ ବିଷମକଟକ ମାଁ ମାର୍କମା+୩ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ଅନିଲ କୁମାର ଵେହେରା ତତ୍ତ୍ଵାବଧାନରେ ଏଡ଼ସ ସଂକ୍ରାନ୍ତୀୟ ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଡ଼ସ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ ସହିତ ଏସ ଟି ଆଇ ସଂକ୍ରମଣ ବିଷୟରେ ଆଇ ସି ଟି ସି କାଉନସିଲର ଅଜୟ କୁମାର ପରିଡ଼ା ଓ ସଚେତକ ଗୌରାଙ୍ଗ ଚରଣ ବାରିକ ,ଟି ଭି ସୁଫରଵାଇଜ ଆଲୋକ କୁମାର ପଣ୍ଡା ସହକାରୀ କର୍ମୀ ସାନ୍ତୁନୁ ଗୈାଡ ଉପସ୍ଥିତ ରହି ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ ।
ବିଷମକଟକ ମାଁ ମାର୍କମା+୩ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସ ପାଳ ଅଶ୍ଵିନୀ କୁମାର ପଣ୍ଡା, ସଞ୍ଜୟ କୁମାର ତ୍ରିପାଠୀ ଇଂରାଜୀ ଏଲେ ଇ ସିଟି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଅନ୍ୟାନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମର ସୁପରିଚାଳନା ରେ ସହାୟତା କରିଥିଲେ ।ଏଡ଼ସ ବ୍ୟାପିବାର କାରଣ ଓ ତାହାର ପ୍ରତିକାର ବିଷୟରେ ଆଇ ସି ଟି ସି ଟେକ୍ନିସିଆନ ଗୌରାଙ୍ଗ ଚରଣ ବାରିକ ଏଡ଼ସ ସଚେତନତା ଵିଷୟରେ ସଚେତନତା କରାଇଥିଲେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନଙ୍କ ଦ୍ଵାରା ସୁଦୀର୍ଘ ବ୍ୟକ୍ତବ୍ୟ ରଖିବା ସହିତ ସମାଜ ତଥା ନିଜକୁ କିପରି ଏଡ଼ସ ମହାମାରୀ ରୁ ଦୁରାଇ ରଖିବେ ସେ ବିଷୟରେ ସଚେତନ କରାଇଥିଲେ ।
ତତ୍ ସହିତ ଏଡ଼ସ ରୋଗୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସାମାଜିକ ଦୁର୍ବ୍ୟବହାର ବିଷୟରେ ମଧ୍ୟ ଜଣାଇଥିଲେ । ବେଳ ଥାଉନୁ ସତର୍କ ହେଲା ଜୀବନ ସୁଖମୟ ହୋଇପାରିବ ବୋଲି ମଧ୍ୟ ବୁଝାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30