Indus Valley Times

ବିହାରୀ ଏନଜିଓ ପାଇଁ ନୟାଗଡ ଜିଲ୍ଲାପାଳଙ୍କ ଏତେ ଅନୁକମ୍ପା କାହିଁକି

 Breaking News

ବିହାରୀ ଏନଜିଓ ପାଇଁ ନୟାଗଡ ଜିଲ୍ଲାପାଳଙ୍କ ଏତେ ଅନୁକମ୍ପା କାହିଁକି

April 27
19:48 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୭/୪ : ଓଡିଶା ସ୍ଵଛ ଭାରତ ଅଭିଯାନ, ଶିଶୁ କନ୍ୟା ସୁରକ୍ଷା ଆଳରେ ଏକ ବିହାରୀ ଏନଜିଓ ପାଇଁ ସ୍ୱୟଂ ଜିଲ୍ଲାପାଳ ନିଯେ ଦଲାଲି କରିବା ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧି ଙ୍କୁ ପ୍ରେସ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି।
ନୟାଗଡ ଜିଲ୍ଲାରେ ପ୍ରାୟ ୧୫୦୦ ଗ୍ରାମର ତିନିଲକ୍ଷ ଘରେ ଏହି ବିହାରୀ ଏନଜିଓ ର ୩୦ ଟଙ୍କିଆ ବୋର୍ଡ ଲଗାଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶରେ ଲାଗି ପଡିଛନ୍ତି ଜିଲ୍ଲାର ବିଡ଼ିଓ, ସିଡିପିଓ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ଅଙ୍ଗନବାଡି କର୍ମୀ ମାନେ ଜିଲ୍ଲାବ୍ୟାପି ଘରଘର ବୁଲି ଏହି ବୋର୍ଡ ଲଗାଇ ଲୋକଙ୍କ ଠାରୁ ୩୦ ଟଙ୍କା ଅଦାୟ କରୁଛନ୍ତି ।
ଏପରିକି ଯିଏ ଏହି ବୋର୍ଡ ତା ଘର ସାମ୍ନାରେ ଲଗାଇବ ନାହିଁ, ତାର ଚାଉଳ କଟିଯିବ, ସରକାରୀ ଯୋଜନାରୁ ବଞ୍ଚିତ ହେଇଯିବାର ଭୟ ଦେଖାଇ ବୋର୍ଡ ଲଗାଯାଉ ଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ।
ପ୍ରଶ୍ନ ହେଉଛି ଏହି ବିହାରୀ ଏନଜିଓ କିଏ ?ଏହି ବିହାରୀ ସଂସ୍ଥାକୁ ନୟାଗଡ ଜିଲ୍ଲାରେ ବୋର୍ଡ ଲଗାଇବାକୁ ସୁପାରିଶ କରିଛି କିଏ ? ଏହି ସଂସ୍ଥାକୁ ଜିଲ୍ଲାପାଳଙ୍କ ଏତେ ଅନୁକମ୍ପା ଦେଖାଇବା ରହସ୍ୟ କଣ ?
ଏହି ସଂସ୍ଥା ର ନାମ ଲୁଚାଯାଇଛି କାହିଁକି ? ଅଦ୍ୟାବଧି ଜିଲ୍ଲାରେ ପ୍ରାୟ ୬୦ ପ୍ରତିଶତ ଘରୁ ୩୦ ଟଙ୍କା ହିସାବରେ ଅଦାୟ ହୋଇଥିବା ମୋଟାଅଙ୍କର ଅର୍ଥରାଶି କାହା ପକେଟକୁ ଯାଉଛି ବୋଲି ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି ଆଇନଜୀବି ଶ୍ରୀଯୁକ୍ତ ଦାଶ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031