Indus Valley Times

ବିହାର ବିଧାନସଭା ନିର୍ବାଚନ।: ଜେଡିୟୁ ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

 Breaking News

ବିହାର ବିଧାନସଭା ନିର୍ବାଚନ।: ଜେଡିୟୁ ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

October 05
13:02 2020

ପାଟନା ୫/୧୦ : ଅକ୍ଟୋବର ୨୮ରୁ ଆରମ୍ଭ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଜେଡିୟୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ଦଳ ମୋକାମାରୁ ରାଜୀବ ଲୋଚନକୁ ଟିକେଟ୍ ଦେଇଛି। ସୂର୍ଯ୍ୟଗଡ ବିଧାନସଭା କ୍ଷେତ୍ରରେ ରମାନନ୍ଦ ମଣ୍ଡଳଙ୍କୁ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନରେ ଜେଡିୟୁ ଯେଉଁ ପ୍ରାର୍ଥୀମାନଙ୍କୁ ଟିକେଟ ଦେଇଛି ତାଙ୍କ ଦଳ ପ୍ରମୁଖ ନୀତିଶ କୁମାରଙ୍କ ବାସଭବନରେ ପହଞ୍ଚିଛନ୍ତି। ଜନତା ଦଳ ୟୁନାଇଟେଡ୍ ତାରାପୁରରୁ ମେବାଲାଲଙ୍କୁ ତିକ୍ତ ଦେବାକୁ ନିଷ୍ପତ୍ତି ନେଇଛି। ବରବିଘା ବିଧାନସଭା କ୍ଷେତ୍ରରୁ ସୁଦର୍ଶନଙ୍କୁ ପ୍ରାର୍ଥୀ ଘୋଷିତ କରିଛି। ଝାଝାରୁ ଦାମୋଦର ରାୱତ, କରଗହରରୁ ବଶିଷ୍ଠ ସିଂ ଏବଂ ଜଗଦୀଶପୁରରୁ କୁସୁମ ଲତା କୁଶୱାଙ୍କୁ ଟିକେଟ ମିଳିଛି। ଆଗିଆଭରୁ ପ୍ରଭାସ ରାମ ଏବଂ ଧୋରିଆର ମନୀଷ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି ।
ଅପରପକ୍ଷରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଜେଡିୟୁ ପ୍ରାର୍ଥୀ ତାଲିକା ଜାରି କରିବା ପରେ ସୋମବାର ଦିନ ବିହାର ବିଜେପି ମଧ୍ୟ ପ୍ରାର୍ଥୀର ତାଲିକା ଜାରି କରିପାରେ। ଏ ସମ୍ବନ୍ଧରେ ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ବୈଠକ ଚାଲିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ବୈଠକ ଚାଲିଛି। ବୈଠକରେ ବି.ଏଲ୍ ସାନ୍ତୋଶ, ସୌଦାନ ସିଂ, ଦେବେନ୍ଦ୍ର ଫଡନାଭିସ୍, ଭୁପେନ୍ଦ୍ର ଯାଦବ, ନିତ୍ୟାନନ୍ଦ ରାୟ, ସଞ୍ଜୟ ଜୟସୱାଲ, ସୁଶୀଲ ମୋଦୀ, ପ୍ରେମ କୁମାର, ରାଧା ମୋହନ ସିଂ, ପ୍ରେମ କୁମାର ମଧ୍ୟ ଉପସ୍ଥିତ ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031