Indus Valley Times

ବୀଭତ୍ସ ହତ୍ୟାକାଣ୍ଡ; ଦାଦା ମୁଣ୍ଡ ଗଣ୍ଡି ଅଲଗା କରିଦେଲା ପୁତୁରା!

 Breaking News

ବୀଭତ୍ସ ହତ୍ୟାକାଣ୍ଡ; ଦାଦା ମୁଣ୍ଡ ଗଣ୍ଡି ଅଲଗା କରିଦେଲା ପୁତୁରା!

ବୀଭତ୍ସ ହତ୍ୟାକାଣ୍ଡ; ଦାଦା ମୁଣ୍ଡ ଗଣ୍ଡି ଅଲଗା କରିଦେଲା ପୁତୁରା!
November 12
11:42 2022

ଉଦଳା,୧୨/୧୧ : ଅତି ବିଭତ୍ସ ହତ୍ୟା । ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି । ମୃତକଙ୍କ ନାମ ଗୁରୁବାରୀ ସିହଂ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ସାରଜମଡିହି ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ।
ଖବର ଅନୁଯାୟୀ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର ଫୁଟବଲ ଖେଳ ଦେଖିବା ନିମନ୍ତେ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ଠୁଙ୍ଗୁରୁ ସିଂହ । ଗୁରୁବାରୀ ଏବଂ ଅନ୍ୟମାନେ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରୁଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । କେହି ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏପିରିକି ମୁଣ୍ଡରୁ ଗଣ୍ଡିକୁ ଅଲଗା କରାଯାଇଛି । ପରେ ପରିବାର ଲୋକେ ଏନେଇ ଖୁଣ୍ଟା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୂର୍ବରୁ ଠୁଙ୍ଗୁରୁର ପୁତୁରା ସହ ଗୁଣି ଗାରେଡି ସନ୍ଦେହକୁ ନେଇ ବିବାଦ ହୋଇଥିଲା । ତେଣୁ ଗୁଣି ଗାରେଡି ସନ୍ଦେହରୁ ପୁତୁରା ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି । ସେପଟେ ପୋଲିସ ଏହି ହତ୍ୟା ଘଟଣାରେ ପୁତୁରା ଏବଂ ଅନ୍ୟ ଜଣେ ସଂପର୍କୀୟକୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031