Indus Valley Times

ବୃଦ୍ଧାଶ୍ରମରେ କାନାରା ବ୍ୟାଙ୍କ ତରଫରୁ କମ୍ବଳ ବିତରଣ

 Breaking News

ବୃଦ୍ଧାଶ୍ରମରେ କାନାରା ବ୍ୟାଙ୍କ ତରଫରୁ କମ୍ବଳ ବିତରଣ

November 21
10:51 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୧/୧୧: ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ରେ ବାସ କରୁଥିବା ବୟସ୍କ ଅନ୍ତେବାସୀ ମାନଙ୍କୁ କାନାରା ବ୍ୟାଙ୍କ,ନୟାଗଡ ଶାଖା ତରଫରୁ ଶୀତବସ୍ତ୍ର ସ୍ବରୂପ ଗୋଟିଏ ଗୋଟିଏ କମ୍ବଳ ବଣ୍ଟନ କରାଯାଇଛି। ସମର୍ପଣ ପରିଚାଳନା କମିଟିର କାର‌୍ୟ୍ୟକାରୀ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାନାରା ବ୍ୟାଙ୍କର ୧୧୫ ତମ ପ୍ରତିଷ୍ଠା ଦିବସ ସମର୍ପଣ ବୃଦ୍ଧାଶ୍ରମରେ ପାଳିତ ହୋଇ ଯାଇଛି। ସର୍ବପ୍ରଥମେ କାନାରା ବ୍ୟାଙ୍କର ପ୍ରତିଷ୍ଠାତା ଏ. ସୁବାରାଓ ପାଇଙ୍କ ପ୍ରତିଛବିରେ ଫୁଲ ଧୂପ ଅର୍ପଣ କରି ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ କରାଯାଇ ଥିଲା।
ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାନାରା ବ୍ୟାଙ୍କ ନୟାଗଡ଼ ଶାଖାର ଶାଖାପରିଚାଳକ ପ୍ରଣବ କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କର ବିତରଣ ଅଧିକାରୀ ସୌମ୍ୟ ସୁନ୍ଦର ଦାଶ ଯୋଗଦେଇ ବ୍ୟାଙ୍କର ସମାଜସେବା କାର‌୍ୟ୍ୟକ୍ରମ ସହିତ ବ୍ୟାଙ୍କର ପ୍ରତିଷ୍ଠା ଦିବସ ବିଷୟରେ ଆଲୋଚନା କରିଥିଲେ। ବାର୍ଦ୍ଧକ୍ୟ ଅବସ୍ଥାରେ ଅବତୀର୍ଣ୍ଣ ପ୍ରତ୍ୟେକ ବୃଦ୍ଧବୃଦ୍ଧା ମାନଙ୍କ ପ୍ରତି ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ଅଛି ବୋଲି ମତ ପ୍ରକାଶ ପାଇଥିଲା। ସମର୍ପଣର ସଂପାଦକ ଅରୁଣ କୁମାର ମହାନ୍ତି ବ୍ୟାଙ୍କ ର ଏହି ଭଳି ସମାଜସେବା କାର‌୍ୟ୍ୟକୁ ଭୂୟସୀ ପ୍ରଶଂସା କରିଥିଲା ବେଳେ ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଦସ୍ୟ ସମାଜସେବୀ ଶ୍ରୀଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031