Indus Valley Times

ବେଆଇନ ବାଲିଘାଟରେ ଚଢ଼ଉ ବେଳେ ପ୍ରାଣାନ୍ତକ ଆକ୍ରମଣର ଶିକାର ହେଲେ ବାଲେଶ୍ୱର ଉପଜିଲ୍ଲାପାଳ

 Breaking News

ବେଆଇନ ବାଲିଘାଟରେ ଚଢ଼ଉ ବେଳେ ପ୍ରାଣାନ୍ତକ ଆକ୍ରମଣର ଶିକାର ହେଲେ ବାଲେଶ୍ୱର ଉପଜିଲ୍ଲାପାଳ

ବେଆଇନ ବାଲିଘାଟରେ ଚଢ଼ଉ ବେଳେ ପ୍ରାଣାନ୍ତକ ଆକ୍ରମଣର ଶିକାର ହେଲେ ବାଲେଶ୍ୱର ଉପଜିଲ୍ଲାପାଳ
February 03
19:25 2023

ବାଲେଶ୍ୱର,୩/୨: ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହ୍ୱାନଙ୍କ ଉପରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ। ଆଜି ସହଦେବଖୁଣ୍ଟା ଥାନା ଦହପଡ଼ା ନିକଟରେ ଘଟିଛି ଏହି ଘଟଣା। ଗାଡ଼ି ରଖି ବାଲି ଗାଡ଼ିକୁ ଚେକିଂ ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଉପଜିଲ୍ଲାପାଳଙ୍କ ସହ ତାଙ୍କ ଡ୍ରାଇଭର ଓ ପିଏସ୍ଙ୍କୁ ବି ନିସ୍ତୁକ ମାଡ଼ ହୋଇଛି। ଉପଜିଲ୍ଲାପାଳଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି।
ଉପଜିଲ୍ଲାପାଳଙ୍କୁ ସୁରକ୍ଷା ଦେଉଥିବା ଡ୍ରାଇଭରଙ୍କ ଉପରେ ପଥର ଛେଚି ଦେଇଛନ୍ତି ମାଫିଆମାନେ। ଫଳରେ ଡ୍ରାଇଭରଙ୍କ ମୁଣ୍ଡର ଦୁଇଟି ସ୍ଥାନ ଫାଟି ଯାଇଛି। ଉଭୟ ଉପଜିଲ୍ଲାପାଳ ଓ ଡ୍ରାଇଭର ଆହତ ହୋଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସେହିପରି ଉପଜିଲ୍ଲାପାଳଙ୍କ ପିଏସ୍ଓ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ପିଏସ୍ଓ ଦୀପ୍ତିକାନ୍ତ ଲେଙ୍କା ଉପସ୍ଥିତ ବୁଦ୍ଧି ଖଟାଇ ଉପଜିଲ୍ଲାପାଳଙ୍କୁ ଘଟଣାସ୍ଥଳରୁ ଖସାଇ ଆଣିବାରେ ସମର୍ଥ ହୋଇଥିବାରୁ ଏକ ବଡ଼ ଅଘଟଣ ରୋକି ହୋଇପାରିଛି।
ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ କହିଛନ୍ତି, ମନ୍ଦରପୁର ଓ ଦହପଡ଼ା ଅଞ୍ଚଳରେ ମେସିନ୍ ବ୍ୟବହାର କରି ବାଲି ଚୋରାଚାଲାଣ କରୁଥିବା ଗତକାଲି ଅଭିଯୋଗ ଆସିଥିଲା। ଉପଜିଲ୍ଲାପାଳ ଆଜି ଘଟଣାସ୍ଥଳର ପରିଦର୍ଶନ ନିମନ୍ତେ ଯାଇଥିଲେ।
ଏକ ଏକ୍ସସାଇଜ୍ ଟିମ୍ ଓ ପୁଲିସ ଟିମ୍କୁ ତାଙ୍କ ସହ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଟିମ୍ ଉପସ୍ଥିତିରେ ବେଆଇନ ଚାଲାଣ ହେଉଥିବା ପ୍ରାୟ ୫୦୦ ଟ୍ରିପ୍ ବାଲିକୁ ଜବତ କରାଯାଇଥିଲା। ସ୍ଥାନୀୟ ଲୋକଙ୍କୁ ଏହି ବାଲିର ଜଗାରଖା ଦାୟିତ୍ୱ ଦିଆଯାଇଥିଲା। ସେପଟେ ବାଲି ଚୋରା ଚୋଲାଣ ନିମନ୍ତେ ବ୍ୟବହୃତ ଜିନିଷକୁ ଜବତ କରାଯାଇଥିଲା। ଏହି ଜିନିଷକୁ ପରେ ଆଣିବା ନିମନ୍ତେ ଉପଜିଲ୍ଲାପାଳ ଯାଇଥିବା ବେଳେ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଚଢ଼ାଉରେ ଯାଇଥିବା ଟିମ୍ ଉପରେ ପଥର ମାଡ଼ କରିଥିଲେ। ଉପଜିଲ୍ଲାପାଳଙ୍କ ଗାଡ଼ି ଓ ତାଙ୍କ ସହ ଥିବା ଆଉ ଗୋଟିଏ ଗାଡ଼ି ପଥରେ ମାଡ଼ରେ ଭାଙ୍ଗି ଯାଇଛି। ପରେ ଏସ୍ପିଙ୍କୁ ଘଟଣା ସମ୍ପର୍କରେ ଜଣାଇବାରୁ ୨ ପ୍ଲାଟୁନ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ସାରିଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ପଦକ୍ଷେପ ନେଇଛି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କୁ ଗିରଫ କରାଯିବ।
ଏନେଇ ଏସ୍ପି ସାଗରିକା ନାଥ କହିଛନ୍ତି, ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ।
ସେପଟେ ଜଣାପଡ଼ିଛି ଦହପଡା କଣ୍ଟାବଣିଆ କସବା ବାଲି ଖାଦାନରୁ ବେଆଇନ ବାଲି ଚୋରି ରୋକିବାକୁ ଯାଇଥିବା ଉପଜିଲ୍ଲାପାଳଙ୍କ ଉପରେ ଏହି ଆକ୍ରମଣ ହୋଇଛି। ପ୍ରାୟ ୧୦ରୁ ୧୫ ଜଣ ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ଉପଜିଲ୍ଲାପାଳଙ୍କ ଉପରେ ଆକ୍ରମଣ କରିଥିଲେ। ଉପଜିଲ୍ଲାପାଳ ଫୁଲାଡି ପଟୁ ଆସୁଥିବା ବେଳେ ଏକ ବାଲି ବୋଝେଇ ଗାଡି ଫୁଲାଡି ବ୍ରିଜ ନିକଟରେ ଛିଡ଼ାହୋଇଥିବା ଦେଖି ଚେକିଂ ନିମନ୍ତେ ଓହ୍ଲାଇ ଥିଲେ। ଏହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ସୂଚନା ମିଳିଛି। ଆକ୍ରମଣରେ ଉପଜିଲ୍ଲାପାଳଙ୍କ ଗାଡିର ନାଲିବତୀ ଓ ଡାହାଣ ପଟ ଦୁଇଟି ଝରକା ଭାଙ୍ଗି ଯାଇଛି।
ଖବର ପାଇ ଜିଲ୍ଲାପାଳ ଓ ଏସ୍ପି ଡାକ୍ତରଖାନାରେ ପହଞ୍ଚି ଉପଜିଲ୍ଲାପାଳଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି।
ବାଲି ଚୋରି ରୋକିବାକୁ ଚଢ଼ାଉରେ ଯାଇଥିବା ଆରଆଇଙ୍କ ଉପରେ ପୂର୍ବରୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଏବେ ଜିଲ୍ଲାସ୍ତରୀୟ ଅଫିସ୍ର ଆକ୍ରମଣର ଶିକାର ହୋଇଛନ୍ତି।
ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ନେଇ ଆଲୋଚନା ଥମୁ ନ ଥିବା ବେଳେ ଜଣେ ଆଇଏଏସ୍ ଅଫିସରଙ୍କ ଉପରେ ଆକ୍ରମଣ ଘା’କୁ ପୁଣି ତାଜା କରିଦେଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031