Indus Valley Times

ବେକରୀ ଫ୍ୟାକ୍ଟ୍ରିକୁ ଯାଉଥିବା ୧୦ଟି ପଚା ଅଣ୍ଡା ପେଟି ଜବତ କଲା ସିଏମ୍‌ସି

 Breaking News

ବେକରୀ ଫ୍ୟାକ୍ଟ୍ରିକୁ ଯାଉଥିବା ୧୦ଟି ପଚା ଅଣ୍ଡା ପେଟି ଜବତ କଲା ସିଏମ୍‌ସି

ବେକରୀ ଫ୍ୟାକ୍ଟ୍ରିକୁ ଯାଉଥିବା ୧୦ଟି ପଚା ଅଣ୍ଡା ପେଟି ଜବତ କଲା ସିଏମ୍‌ସି
October 06
16:42 2021

କଟକ, ୬/୧୦ :ମାର୍କେଟରେ ମିଳୁଛି ଭଳିକି ଭଳି ଭେଜ୍, ନନଭେଜ୍ କେକ୍। ଆକର୍ଷଣୀୟ ପ୍ୟାକେଟରେ ଥିବା ଏହି କେକ୍ ଦେଖିଲେ ଆପଣଙ୍କର ବି ଇଚ୍ଛା ହେବ ଚାଖିବାକୁ।
ହେଲେ ଏବେ ନନଭେଜ କେକ୍ ଖାଇବା ଆଗରୁ ଟିକେ ଭାବି ନିଅନ୍ତୁ। କାରଣ ଆପଣଙ୍କ କେକ୍ରେ ମିଶିଥାଇପାରେ ପଚା ଅଣ୍ଡା। ଏକ ବେକରି ଫ୍ୟାକ୍ଟ୍ରିକୁ ଯାଉଥିବା ୧୦ ପେଟି ପଚା ଅଣ୍ଡାକୁ ସିଏମ୍ସି ଜବତ ପରେ ଏବେ କେକ୍ ଖାଇବା ପୂର୍ବରୁ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିବା ସ୍ୱାଭାବିକ ।
ସୂଚନାଯୋଗ୍ୟ, ଆଜି କଟକ ମହାନଗର ନିଗମ (ସିଏମ୍ସି)। ସିଏମ୍ସି ଏକ ଅଟୋରେ ଯାଉଥିବା ୧୦ ପେଟି ପଚା ଅଣ୍ଡା ଜବତ କରିଛି। ଏହି ଅଣ୍ଡାକୁ ପାଉଁରୁଟି, କେକ୍ ତିଆରି ପାଇ ଏକ ବେକରି ଫ୍ୟାକ୍ଟ୍ରିକୁ ନିଆଯାଉଥିବା ଜଣାପଡ଼ିଛି। ଯେଉଁ ଗାଡ଼ିରେ ପଚା ଅଣ୍ଡା ନିଆଯାଉଥିଲା ସେହି ଗାଡ଼ିକୁ ସିଏମ୍ସି ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି।
ଇୁଧବାର ସକାଳେ ଆଠଗଡ଼ର ବାଳି ଅଞ୍ଚଳରୁ ଏକ ଅଟୋ ଯୋଗେ ୧୦ ପେଟି ପଚାଅଣ୍ଡା ସାଆନ୍ତ ସାହିରେ ଥିବା ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ କରାଯାଉଥିବା ସିଏମ୍ସି ଖବର ପାଇଥିଲା। ଏହି ସମୟରେ ପୂର୍ବରୁ ଜମି ରହିଥିବା ସିଏମସି ଟିମ୍ କଟକରେ ଅଣ୍ଡା ଗାଡ଼ିକୁ ଅଟକାଇଥିଲା।
ଗାଡ଼ି ଯାଞ୍ଚ ବେଳେ ସେଥିରୁ ପଚା ଅଣ୍ଡା ବାହାରିଥିଲା। କିଛି ଅଣ୍ଡାରୁ ମଧ୍ୟ କୁକୁଡ଼ା ଛୁଆ ବାହାରିଥିବା ଦେଖିବାକୁ ମିଳିଥିଲା। ଗାଡ଼ିରେ ୧୦ପେଟିରେ ୨୪୦୦ ପଚା ଅଣ୍ଡା ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସିଏମ୍ସି ନକଲି ଘିଅ କାରଖାନା ଉପରେ ଚଢ଼ଉ କରି ବିପୁଳ ପରିମାଣର ନକଲି ଘିଅ ଜବତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031