Indus Valley Times

ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ପୋଲିସ କନଷ୍ଟେବଲ, କାରଣ ଅସ୍ପଷ୍ଟ

 Breaking News

ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ପୋଲିସ କନଷ୍ଟେବଲ, କାରଣ ଅସ୍ପଷ୍ଟ

ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ପୋଲିସ କନଷ୍ଟେବଲ, କାରଣ ଅସ୍ପଷ୍ଟ
March 13
18:20 2023

ଘୁ.ଉଦୟଗିରି,୧୩/୩: କିଛି ମାସର ବ୍ୟବଧାନ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଜଣେ ପୁଲିସ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଜିଲ୍ଲାର ଟିକାବାଲି ଥାନା ପରିସରରେ ଜଣେ କର୍ତ୍ତବ୍ୟରତ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର ହୋଇଛି। କନେଷ୍ଟବଳ ଶ୍ରୀନିବାସ ଘଟାଲଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁସାରେ ଶ୍ରୀନିବାସ ଘଟାଲ ଟିକାବାଲି ଥାନାରେ ମୁତୟନ ଥିଲେ। ତାଙ୍କର ମୃତଦେହ ଉପର ମହଲା ବାରାକର ଏକ କୋଠରୀରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ପାରିପାର୍ଶ୍ବିକ ପରିସ୍ଥିତି ଯଦିଓ ଏହା ଆତ୍ମହତ୍ୟା ଭଳି ଲାଗୁଛି, ତଥାପି ଘଟଣାର ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାସ୍ଥଳରେ ଘୁ.ଉଦୟଗିରି ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟରେ ଘଟଣା ବିଷୟରେ ପୁଲିସ ଅଧିକାରୀ ମୁଁହ ଖୋଲୁନାହାନ୍ତି।ଇୟଗ୍ଦ ଭଚ୍ଚ
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ପୁଲିସ ଆତ୍ମହତ୍ୟା କରିବା ୭ ମାସ ମଧ୍ୟରେ ଦ୍ୱିତୀୟ ଘଟଣା। ଗତ ଅଗଷ୍ଟ ୨୭ତାରିଖ ଦିନ ଘୁ.ଉଦୟଗିରି ଥାନାର ମହିଳା ଏସଆଇ ସ୍ୱାଗତିକା ବେହେରା ନିଜ ସରକାରୀ ବାସଭବନରେ ନିଜ ବେକରେ ଚୁନି ଲଗେଇ ଆତ୍ମହତ୍ୟା ଘଟଣାର କାରଣ କଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।
ଆଜି ଟିକାବାଲି ଥାନାରେ କାର‌୍ୟ୍ୟରତ୍ତ ଜଣେ ପୁଲିସ କନେଷ୍ଟବଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ବେଶ ଆଲୋଡନ ସୃଷ୍ଟି କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031