Indus Valley Times

ବେଧଡ଼କ ଭାବେ ଭୃଣହତ୍ୟା ଚାଲୁଥିବା ଅଭିଯୋଗରେ ସିଲ୍ ହେଲା କ୍ଲିନିକ; ୫ ଜଣଙ୍କୁ ଗିରଫ କଲା ପୁଲିସ

 Breaking News

ବେଧଡ଼କ ଭାବେ ଭୃଣହତ୍ୟା ଚାଲୁଥିବା ଅଭିଯୋଗରେ ସିଲ୍ ହେଲା କ୍ଲିନିକ; ୫ ଜଣଙ୍କୁ ଗିରଫ କଲା ପୁଲିସ

ବେଧଡ଼କ ଭାବେ ଭୃଣହତ୍ୟା ଚାଲୁଥିବା ଅଭିଯୋଗରେ ସିଲ୍ ହେଲା କ୍ଲିନିକ; ୫ ଜଣଙ୍କୁ ଗିରଫ କଲା ପୁଲିସ
September 02
10:09 2021

ନୟାଗଡ଼, ୨/୯ : କନ୍ୟା ଭୃଣ ହତ୍ୟା ଘଟଣା ଯୋଗୁ ବିଗତ ଦିନରେ ସମଗ୍ର ଦେଶରେ ବଦନାମ ହୋଇଛି ନୟାଗଡ଼ ଜିଲ୍ଲା। ଏହି ବିବାଦ ଏବେ ବି ପିଛା ଛାଡ଼ୁନି। ଜିଲ୍ଲା ପ୍ରଶାସନର ନାକ ତଳେ ବେଧଡ଼କ ଭାବେ ଭୃଣହତ୍ୟା ଚାଲୁଥିବା ଅଭିଯୋଗରେ ସିଲ୍ ହୋଇଛି ଏକ କ୍ଲିନିକ। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୟାଗଡ଼ ଟାଉନ ଥାନା ଅଞ୍ଚଳସ୍ଥିତ ଆନନ୍ଦ ଭବନ କ୍ଲିନିକରେ ସ୍ପେଶାଲ ସ୍କ୍ୱାର୍ଡ ଏବଂ ଟାଉନ ଥାନା ପୁଲିସ୍ ମିଳିତ ଚଢ଼ାଉ କରିଥିଲେ। ତଦନ୍ତ ସମୟରେ ସେଠାରେ ବେଆଇନ ଗର୍ଭପାତ ହେଉଥିବା ପ୍ରମାଣ ମିଳିଥିଲା। ଏହାପରେ ନୟାଗଡ଼ ତହସିଲଦାର କ୍ଲିନିକକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛନ୍ତି ।
କ୍ଲିନିକ ମାଲିକ ସତ୍ୟପ୍ରିୟ ସ୍ୱାଇଁ ଏବଂ ଗର୍ଭପାତ କରିବାକୁ ଆସିଥିବା ସ୍ୱାମୀ-ସ୍ତ୍ରୀ , ଖଣ୍ଡପଡା ଅଂଚଳର ଜଣେ ଦଲାଲ ଏବଂ ଫୁଲବାଣୀର ଜଣେ ନର୍ସ ଏହିପରି ମୋଟ ୫ ଜଣଙ୍କୁ ଗିରଫ କରି ପୁଲିସ୍ କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଏଭଳି ଏକ କ୍ଲିନିକକୁ ପ୍ରଶାସନ ସିଲ୍ କରିଥିଲା। ହେଲେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଅଭାବ କାରଣରୁ କ୍ଲିନିକ ମାଲିକ ଏଭଳି ବେଆଇନ କାର‌୍ୟ୍ୟ କରିଚାଲିଛନ୍ତି । ତେବେ ଏ ଦିଗରେ ଅଧିକ ତଦନ୍ତ ସହ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ ।
ତେବେ ସମସ୍ତ ନର୍ସିଂ ହୋମ ଏବଂ କ୍ଲିନିକକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିବା କହିଛନ୍ତି ନୟାଗଡ଼ ସିଡିଏମଓ ଶକ୍ତିପ୍ରସାଦ ମିଶ୍ର । ବେଆଇନ ଗର୍ଭପାତ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନୟାଗଡ଼ ଜିଲ୍ଲାପାଳ ଡଃ ପୋମା ଟୁଡୁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031