Indus Valley Times

ବେଲଘର ପଞ୍ଚାୟତରେ ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର

 Breaking News

ବେଲଘର ପଞ୍ଚାୟତରେ ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର

December 09
20:07 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୯/୧୨: ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ଜି/୧୨୭ ବାଟାଲିୟନ ଦ୍ୱାରା ଏକ ଜନସମ୍ପର୍କ ଶିବିର ବେଲଘର ପଞ୍ଚାୟତରେ ଆୟୋଜିତ ହୋଇଯାଇଛି ।
ବେଲଘର ନିକଟସ୍ଥ ସରଦପୁର, ମେଣ୍ଡାବାରୁ, ବେଲାସାରଦା, କରଜାଣ୍ଡି, ଜାଜୋଙ୍ଗୀ ଏବଂ ଝିରିପାଣି ଗାଁର ୫୦୦ ରୁ ଅଧିକ ଗରିବ ପରିବାର ଲୋକ ମାନଙ୍କୁ ମାଗଣା ଔଷଧ ଓ କମଳ ବଣ୍ଟନ କରାଯାଇଥିବାରୁ ଉପକୃତ ହୋଇପାରିଛନ୍ତି । ଏହି ସମୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ସିଆରପିଏଫ ୧୨୭ ବାଟାଲିୟନ କମାଡେଣ୍ଟ , ବେଲଘର ବନବିଭାଗ ରେଞ୍ଜର , ବେଲଘର, ଥାନା ଅଧିକାରୀ ,ଝିରିପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଝିରିପାଣି ସରପଞ୍ଚଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି କମାଡେଣ୍ଟ ପ୍ରକାଶ କରିଛନ୍ତି ।
ଦୁର୍ଘଟଣାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା:ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ
ବାଲିଗୁଡ଼ା,୯/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଶୁକ୍ରବାର ସନ୍ଧ୍ୟା ସମୟରେ ଘଟିଥିଲା ଏକ ସିରିଜ୍ ଦୁର୍ଘଟଣା । ଜଣେ ନିଶାସକ୍ତ ଯୁବକ ମୋଟର ସାଇକେଲ ଦ୍ବାରା ସିରିଜ୍ ଦୁର୍ଘଟଣା ଘଟାଇଥିଲା । ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା ।
ମୃତକ ବାଲିଗୁଡ଼ା ସୁନାପାଙ୍ଗା ସାହିର ସିମାଞ୍ଚଳ ସାହୁ ।ଶୁକ୍ରବାର ସନ୍ଧ୍ୟା ସମୟରେ ସିମାଞ୍ଚଳ ତାଙ୍କର ଜଣେ ସାଙ୍ଗ ସହ ରେଭିନ୍ୟୁ ବଙ୍ଗଳା ନିକଟସ୍ଥ ରାସ୍ତା କଡ଼ରେ ଥିବା ଏକ ଜଳଖିଆ ଦୋକାନ ସାମ୍ନାରେ ଜଳଖିଆ ଖାଉଥିବା ସମୟରେ ଦୃତ ଗତିରେ ଆସି ମୋଟର ସାଇକେଲ ଧକ୍କା ଦେଇଥିଲା ସିମାଞ୍ଚଳଙ୍କୁ ।
ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ ବହୁ ଉଠା ଦୋକାନୀ ଆଡ୍ଡା ଜମାଇଥିବା ବେଳେ ସହର ମଧ୍ୟରେ ଯୁବକମାନେ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ଦୃତ ଗତିରେ ଗାଡ଼ି ଚଳାଉଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜିର ରହିଛି ।
ଏଥିପ୍ରତି ପୋଲିସ୍ ଓ ପ୍ରଶାସନ ଗୁରୁତ୍ୱ ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଶନିବାର ରାସ୍ତା ଅବରୋଧ କରିଥିଲେ ।ବାଲିଗୁଡ଼ା ଏନ୍ଏସି ଓ ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୋକ ହଟିଥିଲା ।
ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ସହରର ରାସ୍ତା କଡ଼ରୁ ଉଠା ଦୋକାନ ଉଚ୍ଛେଦ,ମଦ୍ୟପ ଚାଳକ ଓ ଦୃତ ଗତିରେ ଗାଡିଛ ଚଳାଉଥିବା ଚାଳକଙ୍କୁ ଧରିବା ଓ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଦୀର୍ଘ ଚାରିଘଣ୍ଟା ଧରି ୫୯ ନଂ ଜାତୀୟ ରାଜପଥ ବାଲିଗୁଡ଼ା ଗାନ୍ଧୀ ଛକରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ପ୍ରଶାସନିକ ଅଧିକାରୀଙ୍କ ସମେତ ସାଂସଦ ପ୍ରତିନିଧି ଟୁନା ଦାସ ଓ ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ପ୍ରମୁଖ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେବା ସହ ମୃତକଙ୍କ ପରିବାରକୁ ଥଇନାନ କରାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଦୀର୍ଘ ୪ଘଣ୍ଟା ଧରି ରାସ୍ତା ବନ୍ଦ ରହିବା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ କ୍ଷ
ବାଲିଗୁଡ଼ା: ମଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ, ଛଅ ଆହତ, ତିନି ଗୁରୁତର
ବାଲିଗୁଡା,୯/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ଦେଇ ଯାଇଥିବା ୫୯ ନଂ.ଜାତୀୟ ରାଜପଥର ରାଜସ୍ବ ବଙ୍ଗଳା ନିକଟରେ ଥିବା ଏକ ଜଳଖିଆ ଦୋକାନ ଏବଂ ଘଟଣା ସ୍ଥଳରେ ଥିବା ୭ ଜଣଙ୍କ ଉପରେ ଦୃତଗତି ରେ ମଟର ସାଇକେଲ ନଂ. ଓଡି-୦୩-ଭି-୭୪୦୨ ଧକ୍କା ଦେବାରୁ ଘଟଣା ସ୍ଥଳରେ ସୁନାପାଙ୍ଗା ନିବାସୀ ସିମାଞ୍ଚଳ ସାହୁ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ପାଞ୍ଚ ଜଣଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତିନି ଜଣ ଗୁରୁତର କୈବଲ୍ୟ ପାତ୍ର, ସୁରଜ କୁମାର ବେହେରା, ଏବଂ ବାଇକ ଚାଳକ ବିପ୍ଳବ ପ୍ରଧାନଙ୍କୁ ଜିଲ୍ଲା ଚିକିତ୍ସାଳୟ ଫୁଲବାଣୀ ସ୍ଥାନାନ୍ତରିତ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031