Indus Valley Times

ବୈାଦ୍ଧ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

 Breaking News

ବୈାଦ୍ଧ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବୈାଦ୍ଧ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
July 27
23:33 2020

ବୈାଦ୍ଧ,୨୭/୭: ବୈାଦ୍ଧ ଜିଲ୍ଲାରେ ସୋମବାର ଦିନ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୁଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜିଲ୍ଲା ବାହାରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ମାସ୍କ ଲଗାଇବା, ସାମାଜିକ ଦୂରତା ବଜାଇ ରଖିବା, ହାତକୁ ସଫା ରଖିବା ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଏହି ନିୟମକୁ କେତେକ ସ୍ଥାନରେ ଉଙ୍ଘନ କରାଯାଉଥିବାର ଦେଖିବାକୁ ମିଲୁଛି ।
ବିଶେଷ କରି ଦୈନିକ ବଜାର, ହାଟ ଗୁଡିକରେ ଲୋକମାନେ ସାମାଜିକ ଦୁରତାକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସମୟରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ କେତେକ ସ୍ଥାନରେ ଲୋକଙ୍କ ମଧ୍ୟରେ ଏହାର ପ୍ରଭାବ ପଡୁନଥିବାର ଦେଖିବାକୁ ମିଳୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031