Indus Valley Times

ବୈାଦ୍ଧ: ସାରର ଅଭାବି ଓ କଳାବଜାରୀକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

 Breaking News

ବୈାଦ୍ଧ: ସାରର ଅଭାବି ଓ କଳାବଜାରୀକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

August 21
18:34 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୈାଦ୍ଧ,୨୦/୮: ବୈାଦ୍ଧ ଜିଲ୍ଲାରେ ସାରର ଉତ୍କଟ ଅଭାବ ଓ କଳାବଜାରୀ ଚାଲି ଥିବାରୁ ଏହା ସମାଧାନ ଦାବିରେ ଆଜି ବୈାଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ୪ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦଳ ପକ୍ଷରୁ ଦାବିପତ୍ରରେ ଅଭିଯୋଗ କରାଯାଇଛି ଯେ, କୃଷି ବିଭାଗ ଓ କଳାବେବାରୀଙ୍କ ମଧୁଚନ୍ଦ୍ରୀକା ଯୋଗୁଁ ଜିଲ୍ଲାରେ ୟୁରିଆ ସାରର କୃତିମ ଅଭାବ ସୃଷ୍ଟି ହୋଇଛି । ଫଳରେ ୨୮୦ ଟଙ୍କା ସାରକୁ ଚାଷୀ ୫୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛି ।
ବର୍ତ୍ତମାନ ଚାଷୀକୁ ୟୁରିଆ ସାରର ଅବଶ୍ୟକତା ରହିଥିବା ବେଳେ ମଣ୍ଡିମାନଙ୍କରେ ସାର ଆଦୈା ମିଳୁନାହିଁ । ଯଦି ଜିଲ୍ଲାରେ ସାରର ଉତ୍କଟ ଅଭାବ ରହିଛି ତାହାହେଲେ କିପରି ୫୦୦ ଟଙ୍କା ଦରରେ ସାର ବିକ୍ରି ହେଉଛି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଚାଷୀର ଆର୍ଥିକମାନଦଣ୍ଡ ଦହୋଲି ଯାଇଛି । ଚାଷୀର ଆର୍ଥିକ ବିକାଶ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଉକ୍ତ ଟଙ୍କା ଚାଷୀଙ୍କ ପାଖକୁ ଠିକ ଭାବରେ ପହଞ୍ଚି ପାରୁନାହିଁ । ଫଳରେ ଜିଲ୍ଲାର ହଜାର ହଜାର ଚାଷୀ କଳିଆ ଓ ପିଏମ କିଷାନରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାର ହରଭଙ୍ଗା ବ୍ଲକ ମହାନଦୀ କୂଳରେ ଥାଇ ସୁଦ୍ଧା ଚିର ମରୁଡି ପ୍ରପିଡିତ ।
ଏହି ଅଞ୍ଚଳରେ ହିଲୁଂ, ସାମ୍ପୋଚ, ଧଳପୁର, ରାମଗଡ ଓ ତିରୋଡ ଠାରେ ୫ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଅନୁମୋଦନ ହୋଇଥିଲେ ମଧ୍ୟ ୨ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଉ ୩ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଗତ କିଛିଦିନ ହେବ ଲଗାଣ ବର୍ଷାରେ ହରଭଙ୍ଗା ବ୍ଲକର ଅନେକ ଗ୍ରାମ ଜଳମଗ୍ନ ହୋଇଛି ଓ ଧାନ ଫସଲ ନଷ୍ଟ ହୋଇଛି । ଉକ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଆସନ୍ତା ରବିଚାଷ ପାଇଁ ବିହନ ଓ ସାର ମାଗଣାରେ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031