Indus Valley Times

ବୌଦ୍ଧଜିଲ୍ଲାରେ ସମ୍ବଲପୁରୀ ଦିନ୍ ପାଳିତ

 Breaking News

ବୌଦ୍ଧଜିଲ୍ଲାରେ ସମ୍ବଲପୁରୀ ଦିନ୍ ପାଳିତ

ବୌଦ୍ଧଜିଲ୍ଲାରେ ସମ୍ବଲପୁରୀ ଦିନ୍ ପାଳିତ
August 03
11:52 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୮: ବୌଦ୍ଧଜିଲ୍ଲାରେ ଆଜି ସମ୍ବଲପୁରୀ ଦିନ୍ ଧୂମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନହଲ ସ୍ଥିତ ଗୁରୁ ଭିକାରୀ ନାୟକ କଳା ମଣ୍ଡପ ଠାରେ ପଶ୍ଚିମାଂଚଳ ଏକତା ମଂଚ ଓ ଆଟିଷ୍ଟ ଆସୋସିଏସନ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ, ସଭାପତି ବିଶ୍ୱଜିତ ସାହୁ, ପୋଗ୍ରାମ କୋଡିନେଟର ସିତାକାନ୍ତ ସିଂ, ସଂପାଦକ ତ୍ରୀଶୂଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ସିନେ ନିର୍ଦ୍ଦେଶକ ମନୋଜ ମିଶ୍ର, ପଶ୍ଚିମ ଓଡିଶାର ଜଣାଶୁଣା ହାସ୍ୟ ଅଭିନେତା ଜୋଜୋ, କଳାକାର ଚିନ୍ମୟ ମିଶ୍ର,ନିର୍ଦ୍ଦେଶକ ବନମାଳି ରଣା, ଅଭିନେତ୍ରୀ ମମତା ନନ୍ଦ ଯୋଗଦେଇ ଦର୍ଶକଙ୍କୁ ନିଜର କଳା ପ୍ରଦର୍ଶନ କରିଥିଲେ ।
ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଢୋଲ ନିଶାନର ତାଳେତାଳେ ନାଚି ଉଠିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅତିଥି, କଳାକାର. କବି, କଣ୍ଠଶିଳ୍ପୀ ଓ ଜିଲ୍ଲାର ଜନସାଧାରଣ ସମ୍ବଲପୁରୀ ବସ୍ତ୍ର ପରିଧାନ କରି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର,ତହସିଲଦାର ପ୍ରିତିବାଳା ରଣା, ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଯୋଗଦେଇ ଐତିହ, ସଂସ୍କୃତି ଓ ପରମ୍ପରା ଉପରେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଗୋପାଳକୃଷ୍ଣ ବେହେରା, ପ୍ରେମଜିତ ଝାଙ୍କର,ମାନସ ମିଶ୍ର, ଫକିର,ଟ୍ୱିଙ୍କିଲ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସମସ୍ତ କଳାକାରମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ବୌଦ୍ଧ,୩/୮: ବୌଦ୍ଧଜିଲ୍ଲାରେ ଆଜି ସମ୍ବଲପୁରୀ ଦିନ୍ ଧୂମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନହଲ ସ୍ଥିତ ଗୁରୁ ଭିକାରୀ ନାୟକ କଳା ମଣ୍ଡପ ଠାରେ ପଶ୍ଚିମାଂଚଳ ଏକତା ମଂଚ ଓ ଆଟିଷ୍ଟ ଆସୋସିଏସନ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ, ସଭାପତି ବିଶ୍ୱଜିତ ସାହୁ, ପୋଗ୍ରାମ କୋଡିନେଟର ସିତାକାନ୍ତ ସିଂ, ସଂପାଦକ ତ୍ରୀଶୂଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ବର୍ଷା ପାଣିରେ ଉବୁଟୁବୁ ବୌଦ୍ଧ, ଜାତୀୟ ରାଜପଥ ଉପରେ ୩ ଫୁଟ ପାଣି ବୌଦ୍ଧ ଚାରିଛକ ମଧ୍ୟରେ ଯୋଗାଯୋଗ ବିଛିନ୍ନ
ବୌଦ୍ଧ; ୩/୮: ବୌଦ୍ଧ ଜିଲ୍ଲାରେ ୨ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ମହାନଦୀ ଓ ଶାଖାନଦୀ ଗୁଡିକର ପାଣି ଫୁଲିବାରେ ଲାଗିଛି ।
ଦୁଇକୂଳ ଖାଇ ମହାନଦୀ ପ୍ରବାହିତ ହେଉଥିବାରୁ ଲଗାଣବର୍ଷା ଯୋଗୁଁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବା ପାଇଁ ଓ ନଦୀଖଣ୍ଡିରେ ରହୁଥିବା ବସ୍ତି ବାସୀନ୍ଦାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲଗାଣବର୍ଷା ଯୋଗୁଁ ଉପର ମୁଣ୍ଡରେ ତେଲ,ଖଡଙ୍ଗ ଓ ବାଘ ନଦୀ ଫୁଲୁଥିବାବେଳେ ତଳ ମୁଣ୍ଡରେ ରହୁଥିବା ଅଧିବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି ।
ତେବେ ଜିଲ୍ଲାରେ ମହାନଦୀ ଓ ଶାଖାନଦୀ ଗୁଡିକର ଜଳସ୍ତର କମ ରହିଥିବାରୁ ଏହା ସାଧାରଣଲୋକଙ୍କ ପାଇଁ ଆଶ୍ୱସ୍ତିର ବିଷୟ ପାଲଟିଛି । ଲଗାଣ ବର୍ଷା ଯୋଗୁଁ ଜମି ଗୁଡିକ ନଦୀର ଭ୍ରମ ସୃଷ୍ଟି କରୁଥିବାବେଳେ ବୌଦ୍ଧ ଚାରିଛକ ରାସ୍ତାର ଗାନ୍ଧୀଗ୍ରାମ ନିକଟରେ ଜାତୀୟ ରାଜପଥ ଉପରେ ୩ ôଫୁଟ ବର୍ଷାଜଳ ପ୍ରବାହିତ ହେଉଥିବା ଜଣାଯାଇଛି । ଫଳରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଯୋଗାଯୋଗ ବିଛିନ୍ନ ହେବା ସହିତ ଶହ ଶହ ସଂଖ୍ୟାରେ ଯାନବାହାନ ଉଭୟ ପାଶ୍ୱର୍ରେ ଅଟକି ରହିଛି । ବର୍ଷାର ପରିମାଣ ନକମିଲେ ପରିସ୍ଥିତି ଅଣାୟତ ହେବାର ସମ୍ଭାବନା ଦେଖାଦେଇଛି ।
ମିଳିଥିବା ସୂଚନା ମୁତାବକ ଗତ ୧୨ ଘଣ୍ଟା ମଧ୍ୟରେ ବୌଦ୍ଧରେ ୧୭୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ମହାନଦୀରେ ଜଳସ୍ତର ବିପଦ ସଙ୍କେତ ୮୭.୮୦ ଥିôବାବେଳେ ବର୍ତମାନ ମହାନଦୀର ଜଳସ୍ତର ୮୩.୩୮ ରହିଥିବା ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇ ଥିବା ଜଣାଯାଇଛି ।
ଫୁଲୁଛି ମହାନଦୀ ଚିନ୍ତାରେ ନଦୀକୂଳିଆ ଗ୍ରାମବାସୀ
ବୌଦ୍ଧ,୩/୮: ବୌଦ୍ଧଜିଲ୍ଲାରେ ତିନି ଦିନ ହେବ ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଜିଲ୍ଲାରେ ଚାରିଆଡେ ଜଳମୟ ହୋଇପଡିଛି । ରାସ୍ତାଘାଟ,ବିଲ ଯେଉଁ ଆଡେ ଦେଖିବ ଖାଲି ପାଣିହିଁ ପାଣି । ଉପରର ମୁଣ୍ଡରେ ବର୍ଷା ଲାଗି ରହିବା ଯୋଗୁଁ ମହାନଦୀ, ତେଲନଦୀ, ସାଲୁଙ୍କି, ବାଘନଦୀର ଜଳସ୍ତର ବୃଦ୍ଧି ପାଉଛି । ବର୍ଷା ସାଙ୍ଗକୁ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳରେ ବସବାସ କରୁଥିବା ଗ୍ରାମବାସୀମାନେ ଚିନ୍ତାରେ ପଡିଯାଇଛନ୍ତି ।
ଯଦି ଏପରି ବର୍ଷା ଲାଗିରହେ ତାହାହେଲେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ନଦୀ,ନାଳ, ବିଲ, ରାସ୍ତାଘାଟ ସବୁ ଏକା ପରିଦେଖାଯାଉଛି । ବିଶେଷ କରି ମହାନଦୀ କୂଳରେ ଗଢିଉଠିଥିବା ଗ୍ରାମବାସୀମାନେ ଅଧିକ ଚିନ୍ତାରେ ଅଛନ୍ତି । ଜିିଲ୍ଲାରେ ମହାନଦୀ ଜଳସ୍ତର ୮୭.୮୦ ବିପଦ ସଙ୍କେତ ରହିଥିବା ବେଳେ ୮୬.୮୦ ମିଟର ସତର୍କ ସୂଚନା ରହିଛି ।
ବର୍ତ୍ତମାନ ଜିଲ୍ଲାରେ ମହାନଦୀରେ ୮୭.୩୦ ମିଟର ଜଳସ୍ତର ରହିଛି । ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ଉପରେ ମହାନଦୀ ପ୍ରଭାହିତ ହେବ । ଜିଲ୍ଲାରେ ମହାନଦୀ କଣ୍ଟାମାଳ ବ୍ଲକର ମନମୁଣ୍ଡା ଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୧୦ କିଲୋ ମିଟର ଜିଲ୍ଲାରେ ବୋହି ଯାଇଛି । ବିଭିନ୍ନ ସୁବିଧା ଦୃଷ୍ଟିରୁ ଏହି ନଦୀ କୂଳମାନଙ୍କରେ ଅନେକ ଗ୍ରାମ ଗଢିଉଠିଛି ।
ସୁବିଧା ଦୃଷ୍ଟିରୁଯେଉଁ ମହାନଦୀ କୂଳରେ ଗ୍ରାମ ଗଢି ଉଠିଥିଲା ବର୍ତ୍ତମାନ ଏହି ସବୁ ଗ୍ରାମକୁ ବର୍ଷା ଦିନହେଲେ ମହାନଦୀରେ ବନ୍ୟାପାଣି ପ୍ରବାହିତ ହେଲେ ଅଧିକାଂଶ ଗ୍ରାମକୁ ବନ୍ୟା ପାଣି ପ୍ରବେଶ କରିଥାଏ ଓ ଲୋକଙ୍କ ସୁଦ୍ଦର୍ଶା ବଡିଥାଏ ।
ଜିଲ୍ଲାର ବୈାଦ୍ଧବ୍ଲକର ସାହୁପଡା, ମହେଶ୍ୱରପିଣ୍ଡା,ବାଉଁଶୁଣୀ,ତେନ୍ତୁଳିପାଲି, କମ୍ପଲା,କମ୍ପରା,ସାପଦୋହଲି,ଜଗନ୍ନାଥପୁର, ଚଣ୍ଡିତଳ, ମର୍ଜାଦିପୁରର ଗିଙ୍ଗିରାସାହି ଆଦି ଗ୍ରାମ ଗୁଡିକ ମହାନଦୀ କୂଳରେ ରହିଥିବା ବେଳେ ହରଭଙ୍ଗା ବ୍ଲକର ମାରଡା, କୁତୁରି,ଅତଲସରା, କୁମାରୀ, କୁଡାସିଙ୍ଗା, ହରଭଙ୍ଗା, ବୁଲୁରା, ପାଣିଘରା, ଖରସଙ୍କୁଲେଇ, ସାକୁସିଙ୍ଗା,ଖଣ୍ଡିଧଳପୁର,ଉଆଁଲ, କଙ୍କଲା, ପଲସପାଟ, ପରଗଲପୁର ର ଝରାସାହି, ହାଟଗାଁ, ମଙ୍ଗଲପୁର, କରଡି,କୃଷ୍ଣମୋହନପୁର ଆଦି ଗ୍ରାମ ଗୁଡିକ ନଦୀକୂଳରେ ରହିଛି । ଯାହାକି ଏହି ସବୁ ଗ୍ରାମବାସୀ ଙ୍କ ପାଇଁ ବନ୍ୟା ବିପଦ ସୃଷ୍ଟି କରୁଛି । ବନ୍ୟା ପାଣି ପ୍ରବାହିତ ହେଲେ ଏହି ଗ୍ରାମଗୁଡିକ ମଧ୍ୟରୁ ଅନେକ ଗ୍ରାମକୁ ବନ୍ୟାପାଣି କୂଳ ଲଙ୍ଘି ମାଡିଆସି ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ ।
ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଜିଲ୍ଲାର ବିଭିନ୍ନ ଅଂଚଳକୁ ବନ୍ୟା ପାଣି ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇ ଥିବା ବେଳେ ଏବେ ଜିଲ୍ଲାରେ ଯେଉଁ ଭଳି ଭାବରେ ବର୍ଷା ଓ ନଦୀର ଜଳସ୍ତର ବୃଦ୍ଧି ପାଉଛି ।
ଯଦି ଏଭଳି ଲାଗି ରହେ ତାହାହେଲେ ନଦୀ କୂଳିଆ ଲୋକମାନେ ଆଉ ଗୋଟିଏ ବନ୍ୟାର ସମ୍ମୁଖୀନ ହେବାକୁ ପଡିବ । ପ୍ରକାଶ ଥାଉକି, ବୈାଦ୍ଧଗଡଜାତ ସମୟରେ ମହାନଦୀକୁଳରେ ଶତାଧିକ ଗ୍ରାମ ଗଢିଉଟିଥିବା ବେଳେ ବର୍ତ୍ତମାନ ଏହି ଗ୍ରାମଗୁଡିକୁ ପାଇଁ ମହାନଦୀ ବିପଦ ସୃଷ୍ଟି କରିଛି । ମହାନଦୀର କୂଳରେ ଗ୍ରାମଗୁଡିକ ଗଢି ଉଠିଥିବାରୁ ପ୍ରତିବର୍ଷ ବର୍ଷାଦିନ ହେଲେ ମହାନଦୀରେ ବନ୍ୟା ପାଣି ଆସି କୂଳ ଲଙ୍ଘି ଗ୍ରାମ ମଧ୍ୟକୁ ପାଣି ମାଡି ବ୍ୟାପକ କ୍ଷୟକ୍ଷତି କରୁଛି । ଆସ୍ତେ ଆସ୍ତେ କୂଳ ଖାଇ ନଦୀ ଗ୍ରାମ ଆଡକୁ ମାଡି ଆସିଲାଣି ।
ଯାହାକୁ ନେଇ ନଦୀକୂଳିଆ ଗ୍ରାମବାସୀ ଚିନ୍ତାରେ ପଡିଯାଇଛନ୍ତି । ଯଦି ଏବେଠୁ ଏହାର ସମାଧାନ କରାନଯାଏ ତାହାହେଲେ ଏହି ନଦୀକୂଳିଆ ଗ୍ରାମ ଗୁଡିକ ଭବିଶ୍ୟତରେ ମହାନଦୀରେ ଲିନ ହେବାର ସମ୍ଭାବନା ରହିଛି । ଏପରିକି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାନଦୀ କୂଳଖାଇବା ଫଳରେ ସେହି ସବୁ ସ୍ଥାନ ଗୁଡିକ ନଦୀ ଉସାରିଆ ହେବାରେ ଲାଗି ବିପଦ ସୃଷ୍ଟି କରୁଛି ।
ବର୍ଷା ଯୋଗୁଁ ତଳିଆ ଅଂଚଳକୁ ପଶିଲା ପାଣି
ବୌଦ୍ଧ,୩ା୮: ବୌଦ୍ଧ ଜିଲ୍ଲାରେ ତିନି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ମହାନଦୀ ଓ ଶାଖାନଦୀ ଗୁଡିକର ପାଣି ଫୁଲିବାରେ ଲାଗିଛି । ଦୁଇକୂଳ ଖାଇ ମହାନଦୀ ପ୍ରବାହିତ ହେଉଥିବାରୁ ଲଗାଣବର୍ଷା ଯୋଗୁଁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବା ପାଇଁ ଓ ନଦୀଖଣ୍ଡିରେ ରହୁଥିବା ବସ୍ତି ବାସୀନ୍ଦାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲଗାଣବର୍ଷା ଯୋଗୁଁ ଉପର ମୁଣ୍ଡରେ ତେଲ,ଖଡଙ୍ଗ,ସାଲୁଙ୍କି ଓ ବାଘ ନଦୀ ଫୁଲୁଥିବାବେଳେ ତଳ ମୁଣ୍ଡରେ ରହୁଥିବା ଅଧିବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି ।
ବର୍ଷା ପାଣି ସହର ତଳିଅଂଚଳ ସମେତ ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରବେଶ କରି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ରାସ୍ତାଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଜଗନ୍ନାଥ ସଡକରେ ରାମଜାଙ୍ଗି ନାଳ ଓ କୃଷ୍ଣମୋହନପୁର ଠାରେ ଥିବା ନାଳରେ ପାଣି ତୁଡା ମାରିବା ଫଳରେ ଜଗନ୍ନାଥ ସଡକରେ ଯୋଗା ବିଛିନ୍ନ ହୋଇପଡିଛି ।
ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ରାମଜାଙ୍ଗି ନାଳ ପାଣି ତୁଡା ମାରିବା ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଳୟ, ରେଭିନ୍ୟୁ କଲୋନୀ, କାଲେଶ୍ୱର ଗ୍ରାମ ମଧ୍ୟକୁ ବନ୍ୟାଜଳ ପ୍ରବେଶ କରିଛି । ସେହିପରି ଚନ୍ଦ୍ରଚୂଡ ମନ୍ଦିର ନିକଟରେ ଥିବା ବସ୍ତି ଓ ଖଦାଲ ସାହିର ତଳିଅଂଚଳ ମଧ୍ୟକୁ ବର୍ଷା ପାଣି ପ୍ରବେଶ କରିଥିବା ଜଣାପଡିଛି । ବନ୍ୟା ପାଣି ଯୋଗୁଁ ଶହଶହ ଏକର ଚାଷ ଜମିରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛି ।
ବୌଦ୍ଧଜିଲ୍ଲାରେ ୬୯୪.୬ ମିଲିମିଟର ବର୍ଷା ରେକର୍ଡ
ବୌଦ୍ଧ,୩/୮: ବୌଦ୍ଧ ଜିଲ୍ଲାରେ ରେକର୍ଡ ପରିମାଣର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେଥିମଧ୍ୟରୁ ବୌଦ୍ଧ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ଜଣାପଡିଛି । ବୌଦ୍ଧ ବ୍ଲକରେ ୩୯୦.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ କଣ୍ଟାମାଳ ବ୍ଲକ ୧୬୦.୬ ମିଲିମିଟର ବର୍ଷା ଓ ହରଭଙ୍ଗା ବ୍ଲକରେ ୧୪୩.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହାକି ୨୩୧.୫୩ ପ୍ରତିଶତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ଓ ପରିବେଶ,ପଂଚାୟତରାଜ, ପାନୀୟଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ପିଲାମାନଙ୍କୁ କଲେଜ ନାମରେ ନାମିତ ଡାଇରୀ,କଲମ ପ୍ରଦାନ କରିବା ସହ ଏହି ଶିକ୍ଷାନୁଷ୍ଠାନ ହେବା ଦ୍ୱାରା ଅଂଚଳର ପିଲାମାନଙ୍କ ନିକଟକୁ ସହଜରେ ଉଚ୍ଚ ଶିକ୍ଷା ପହଂଚିପାରିବ ଏବଂ ଅନେକ ପ୍ରଶାସନିକ ଅଧିକାରୀ, ଶିକ୍ଷକ, ଡାକ୍ତର ଆଦି ବାହାରି ପାରିବେ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ପିଲାଙ୍କୁ ପାଠ ପଢିବା ସହ ବୀରନରସିଂହପୁର ସାଧୁ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ସମାରୋହ ଅନୁଷ୍ଠିତ
ବୌଦ୍ଧ,୩/୮: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂହପୁର ଠାରେ ନୁତନ ଭାବରେ ସ୍ଥାପିତ ହୋଇଥିବା ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା ।
ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଯୋଗଦେଇ ଏହି ଶିକ୍ଷାନୁଷ୍ଠାନ ହେବାରେ ଯେଉଁମାନଙ୍କର ପ୍ରଚ୍ଛନ୍ନ ହାତ ରହିଛି ତାଙ୍କୁ ଧନ୍ୟବାଦ ଦେବା ସହ ଶିକ୍ଷିତ ହୋଇ ଗୋଟେ ସଭ୍ୟ ସମାଜ ଗଢିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ପ୍ରାରପ୍ରାପ୍ତ ଅଧ୍ୟକ୍ଷ ଓମ ପ୍ରକାଶ ପ୍ରଧାନ ବିବରଣୀ ପାଠ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିକ୍ଷକ ନବ କିଶୋର ଦୀପ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନିୟ ସରପଂଚ ଚନ୍ଦନା ବେହେରା ଉପସ୍ଥିତ ଥିଲେ । ଆଲୁମିନି କମିଟିର ସଭାପତି ଦେବେନ୍ଦ୍ର ସାହୁ, ଜୟ ନାରାୟଣ ମିଶ୍ର,ଦୁଃଖୁ ଗାଇଗୌରିଆ,ନରେନ୍ଦ୍ର ସାହୁ, ଧୀରେନ୍ଦ୍ର ମହାକୁଡ, ଅଲେଖ ବଗର୍ତ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ନୂତନ ଭାବରେ କାର୍ଯ୍ୟରେ ଯୋଗଦେଇ ଥିବା ଅଧ୍ୟାପକ ଅଧ୍ୟାପିକା ମେଘୁ ମହାକୁଡ,ସୋନାଲି ପ୍ରଧାନ,ରିତାରାଣୀ ସାମଲ,ସ୍ୱାଗତିକା ପ୍ରଧାନ,ସୁକନ୍ୟା ସାହୁ ଙ୍କୁ ସ୍ୱାଗତ କରାଯାଇଥିଲା ।
ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟରେ ସ୍ଲଟ ବୁକିଙ୍ଗ ଦ୍ୱାରା କ୍ରେତା ଓ ବିକ୍ରେତା ହେଉଛନ୍ତି ହଇରାଣ
ବୌଦ୍ଧ,୩/୮: ବୌଦ୍ଧଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟରେ ଚାଲୁଥିବା ସ୍ଲଟ ବୁକିଙ୍ଗ ଦ୍ୱାରା କ୍ରେତା ଓ ବିକ୍ରେତା ନାନା ହଇରାଣ ହରକତ ହେଉଥିବାରୁ ଏହାର ସୁବ୍ୟବସ୍ଥା କରିବାକୁ ଜିଲ୍ଲା ଉପନିବନ୍ଧକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ମତେ, ସରକାରଙ୍କ ଅନଲାଇନ ସ୍ଲଟ ବୁକିଙ୍ଗ ନିତି ଲାଗୁ କରିଛନ୍ତି । ହେଲେ ଜମିକ୍ରେତା ଓ ବିକ୍ରେତା ଠିକ ସମୟରେ ସ୍ଲଟ ପାଇ ପାରୁନାହାନ୍ତି । ଯାହା ଦ୍ୱାରା କ୍ରେତା ଓ ବିକ୍ରତା ଜମି କିଣା ବିକା କରିପାରୁନାହାନ୍ତି । ତାଙ୍କର ମୌଳିକ ଅଧିକାର ସାବ୍ୟସ୍ତ କରି ପାରୁନାହାନ୍ତି । ଏହା ଦ୍ୱାରା ସରକାରଙ୍କ ରାଜସ୍ୱ ହାନି ହେଉଛି ।
କାର୍ଯ୍ୟାଳୟରେ ଦୈନିକ ୨୧ଟି ସ୍ଲଟ ବୁକିଙ୍ଗ ହେବାର ନିୟମ ରହିଥିବା ବେଳେ ମାତ୍ର ୧୨ଟି ସ୍ଲଟ କାର୍ଯ୍ୟହେଉଛି । ବାକି ସ୍ଲଟ ଗୁଡିକ କାର୍ଯ୍ୟକାରୀ ହେଉନଥିବାରୁ ବହୁ କ୍ରେତା, ବିକ୍ରେତା କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି । ତେଣୁ କ୍ରେତା ଓ ବିକ୍ରେତାମାନଙ୍କୁ ଠିକ ସମୟରେ ସ୍ଲଟ ବୁକିଙ୍ଗ ପାଇବାର ସୁବ୍ୟସ୍ଥା କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ବିଜୟ ମିଶ୍ର,ନଟବର ବାଘ,ସ୍ୱାଧିନ ଖଟୁଆ, ବିଭୂତି ପ୍ରଧାନ,ରବିନ୍ଦ୍ର ରାଉତ,ସଂଜିବ ବଗର୍ତ୍ତି,କୈଳାଶ ମହାରଣା ପ୍ରମୁଖ ଉପସ୍ଥିତଥିଲେ ।
ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ
ବୌଦ୍ଧ,୩/୮: ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ବୌଦ୍ଧର ପ୍ରଦ୍ୟୁମ୍ନ ଦୀପ ୨୫୬ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କ ଘର ହରଭଙ୍ଗା ବ୍ଲକର ନୂଆପଡା ଗ୍ରାମ ହୋଇଥିବା ବେଳେ ତାଙ୍କ ବାପା ଲକ୍ଷ୍ମୀଧର ଦୀପ ଓ ମା ସଂଯୁକ୍ତା ଦୀପ ଅଟନ୍ତି । ସେ ଜଣେ ମେଧାବୀ ଛାତ୍ର ଥିଲେ । ସେହିପରି ବୌଦ୍ଧ ସହର ନିକଟସ୍ଥ ମୃଷୁଣ୍ଢି ଗ୍ରାମରେ ଅବସ୍ଥିତ ପୋଲିସ ସବଇନିସ୍ପେକ୍‌ଟର ଚାପଧାରୀ ପ୍ରଧାନ ମାତା ସଂଧ୍ୟରାଣୀ ପ୍ରଧାନଙ୍କ ପୁତ୍ର ସପ୍ରତିଭ ପ୍ରଧାନ ମଧ୍ୟ ୨୩୨ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି । ସେ ଜିଲ୍ଲାର ବିଷିଷ୍ଟ ନାଟ୍ୟକାର ତଥା ସାହିତ୍ୟିକ ହରିହର ପ୍ରଧାନଙ୍କର ନାତି । ଉଭୟ ଛାତ୍ରଙ୍କ କୃତକାର୍ଯ୍ୟପାଇଁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଛା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031