Indus Valley Times

ବୌଦ୍ଧଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ କିଡନୀ ରୋଗୀଙ୍କୁ ଆର୍ଥୀକ ସହାୟତା ପ୍ରଦାନ

 Breaking News

ବୌଦ୍ଧଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ କିଡନୀ ରୋଗୀଙ୍କୁ ଆର୍ଥୀକ ସହାୟତା ପ୍ରଦାନ

December 31
20:18 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୧/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଂଚାୟତର ନୂଆପଡା ଗ୍ରାମର ବଟକୃଷ୍ଣ ପାତ୍ର ଦୀର୍ଘ ଦୁଇବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି । ତାଙ୍କର ପୁତ୍ର ସନ୍ତାନ ନ ଥିବା ବେଳେ ସେ ସରକାରୀ ଯୋଜନାରୁ କୌଣସି ଅର୍ଥୀକ ସହାୟତା ନ ପାଇ ଅତିକଷ୍ଟରେ ଜୀବନ ଯାପନ କରୁଛନ୍ତି ।
ଦୁଇ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା ସହିତ ଅର୍ଥ ଅଭାବରୁ ଆଶୁ ଆରୋଗ୍ୟ ପାଇଁ ଚିକିତ୍ସା କରିବା କଷ୍ଟକର ହୋଇପଡିଛି । ଶ୍ରୀ ପାତ୍ରଙ୍କ ଆଶୁ ଚିକିତ୍ସା କରିବା ପାଇଁ ବୌଦ୍ଧ ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦର ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ,କୋଷାଧ୍ୟକ୍ଷ ଫଗୁ ରଣବିଡା, ରାଧାନଗର ପଂଚାୟତ ସଭାପତି ଚିତ୍ରସେନ ବେହେରା, ବରିଷ୍ଠ ସମାଜସେବୀ ଲଳିତ ଦୀପ, ପ୍ରଦିପ କହଁର ତାଙ୍କ ଘରକୁ ଯାଇ ତିନି ହଜାର ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି ।
ବୌଦ୍ଧ ସହର ସାରା ଖାଲ ଲୋକଙ୍କ ପାଇଁ ସାଜିଛି କାଳ
ବୌଦ୍ଧ,୩୧/୧୨: ବୌଦ୍ଧଜିଲ୍ଲାରେ ପ୍ରଶାସନର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଗୋଟିଏ ବିଭାଗ ନିର୍ମାଣ କଲେ ଆଉ କିଛି ଦିନପରେ ଅନ୍ୟ ବିଭାଗ ଭାଙ୍ଗିଦେବାରେ ଲାଗିଛି । କିଛି ମାସ ତଳେ ପୁର୍ତ ବିଭାଗ ଦ୍ୱାରା ସହରର ସମସ୍ତ ରାସ୍ତା ନୂତନ ଭାବରେ ନିର୍ମାଣ କରିଥିବା ବେଳେ ଏବେ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛା କାର୍ଯ୍ୟ ଆରମ୍ଭ ହୋଇଛି । ଯାହାଫଳରେ ରାସ୍ତା ସବୁ ଭାଙ୍ଗି ଦିଆଯାଇଛି । ସହର ସାରା ଖାଲଖମାରେ ଭର୍ତ୍ତି ହୋଇଗଲାଣି ।
ଗୋଟିଏ ପଟେ ଗାତ ଖୋଳିଦେଇ ମାସମାସ ଖାଲା ଛାଡି ଦେଉଥିବାରୁ ସହରବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଇପ ପାଇଁ ଖୋଳାଯାଇଥିବା ରାସ୍ତା ଗୁଡିକରେ ହୋଇଥିବା ଖାଲରେ ପ୍ରତିଦିନ ସାଇକେଲ ,ବାଇକ ଓ ବଡ ଗାଡିମାନ ପଡି ଦୁର୍ଘଟଣାମାନ ଘଟୁଛି । ସହରର ପ୍ରମୁଖ ସଡକରେ ମଧ୍ୟ ଏହି ପରି ଅବସ୍ଥା ଦେଖିବାକୁ ମିଳୁଛି । ପାଇପ ବିଛାଇବା ନାମରେ ସମସ୍ତ ସରକାରୀ ନିୟମକୁ ଫୁ କରିଦେଇ ଠିକାସଂସ୍ଥା ନିଜର ଇଛାରେ କାର୍ଯ୍ୟକରୁଥିବାର ଅଭିଯୋଗ ହେଉଛି । ପାଇପ ବିଛାଇବା ପାଇଁ ଆବଶ୍ୟକ ମୁତାବକ ଗାତ ଖୋଳା ଯାଉନଥିବା ବେଳେ ପାଇପ ପକାଇବା ପରେ ବାଲି ଦ୍ୱାରା ତାକୁ ପୋତାଯାଇ ପୁର୍ନବାର କଂକ୍ରିଟ କରିବା କଥା ମାତ୍ର ଏସବୁ ନିୟମକୁ ନ ମାନି ଠିକାସଂସ୍ଥା କାର୍ଯ୍ୟକରୁଛି । ଗାତ ସବୁ ମାଟିରେ ପୋତିହୋଇ ଦୀର୍ଘ ଦିନ ଧରି
ବୌଦ୍ଧଜିଲ୍ଲା ବାରିକ ସଂଘର କର୍ମକର୍ତ୍ତା ଚୟନ: ଦେବେନ ବାରିକ ସଭାପତି, ଦିଲ୍ଲିପ ବାରିକ ସଂପାଦକ
ବୌଦ୍ଧ,୩୧/୧୨ : ଶ୍ରୀ ଚନ୍ଦ୍ରଚୂଡ ବୌଦ୍ଧଜିଲ୍ଲା ବାରିକ ସଂଘର ଏକ ସାଧାରଣ ବୈଠକ ଶୁକ୍ରବାର ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନ ପ୍ରକଳ୍ପରେ ସନ୍ତୋଷ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ଦେବେନ ବାରିକ, ଉପସଭାପତି ଗଣେଷ ବାରିକ, ସଂପାଦକ ଦିଲ୍ଲିପ ବାରିକ, ସହ ସଂପାଦକ ତନୁଜ ବାରିକ, କୋଷାଧ୍ୟକ୍ଷ ଶ୍ରବଣ ବାରିକଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଠା ଭାବରେ ବେଣୁଧର ସାମଲ,ତପନ ବାରିକଙ୍କୁ ମନୋନୀତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031