Indus Valley Times

ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ମୋମାଟି ମୋଦେଶ କାର୍ଯ୍ୟକ୍ରମ

 Breaking News

ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ମୋମାଟି ମୋଦେଶ କାର୍ଯ୍ୟକ୍ରମ

ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ମୋମାଟି ମୋଦେଶ କାର୍ଯ୍ୟକ୍ରମ
August 08
22:40 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୮: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସ୍ଥାନିୟ ଟାଉନହଲ ଠାରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିରୋଧି ଦଳର ନେତା ସଚ୍ଚିଦା ନନ୍ଦ ଦଲାଲ ,ଅନ୍ୟତମ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହେଁ୍ନଇ ଚରଣ ଡାଙ୍ଗ, ୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରୀପାଠୀ,ବରିଷ୍ଠ ନେତା ସୁଶାନ୍ତ ପ୍ରଧାନ ଯୋଗଦେଇଥିଲେ ।
ଦେଶମାତୃକାର ସେବା କରିବା ବୀର ଜବାନ ଓ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ଗ୍ରାମରୁ ମାଟି ଆଣି ଦିଲ୍ଲୀ ପଠାଇବା । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନ ଅବସରରେ ଲୋକାଭିମୁଖୀ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଂଚାଇବା ସହିତ ବିଗତ ବର୍ଷ ପରି ଏବର୍ଷ ମଧ୍ୟ ପ୍ରତିଘରେ ତ୍ରିରଙ୍ଗା ପତାକା ଲଗାଇବା ଓ ତ୍ରିରଙ୍ଗା ପତାକା ଧରି ସବୁ ବର୍ଗର ଲୋକଙ୍କୁ ଯୋଡି ଯାତ୍ରା ଅନୁଷ୍ଠିତ କରାଇବାନେଇ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏଥିସହ ସମସ୍ତ ସ୍ୱାଧିନତା ସଂଗ୍ରମୀଙ୍କ ଉତ୍ତରାଧିକାରୀ ମାନଙ୍କୁ ସମ୍ମାନିତ କରାଇବା, ଚଳିତ ମାସରେ ପ୍ରତି ପଞ୍ଚାୟତ ଆଗରେ ଆନ୍ଦୋଳନ କରିବା ଓ ବିଜେଡି ସରକାରର ସମସ୍ତ ଦୁର୍ନିତି, ଭ୍ରଷ୍ଟାଚାରର ପରଦାଫାସ କରିବା ପାଇଁ ଦୃଢ ସଂକଳ୍ପ ନିଆଯାଇଥିଲା ।
ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଦେବାରେ ବିଫଳତା ଓ ଦୁର୍ନିତି, ସ୍ୱଚ୍ଛ ଭାରତ ଅଭିଯାନ,ମନରେଗା,ଏସଏଫସି, ଚିଟଫଣ୍ଡ ଆଦି ଉପରେ ଆଲୋଚନା କରାଯାଇ ଆନ୍ଦୋଳନକୁ ଯୋରଦାର କରିବା ପାଇଁ ସହମତି ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ୟାମ ସୁନ୍ଦର ପୁରୋହିତ,ସୁଶାନ୍ତ ବାଘ,ପୂର୍ଣ୍ଣଚନ୍ଦ୍ର ଗାଇଗୌରିଆ,ଶିଶିର ଘୋଷ, ମନରଂଜନ ଦାଶ,ନମିତା ରାଣୀ ଦାଶ, ରଶ୍ମିତା ହୋତା, ରବିନ୍ଦ୍ର ହୋତା,ଅଟଳ ପ୍ରଧାନ, ଯୁଗଳ କିଶୋର ସାମଲ,ମାଗୁଣୀ ଗାଇଗୌରିଆ ପ୍ରମୁଖ ଯୋଗଦେଇଥିଲେ ।
ବୌଦ୍ଧ : ଅରୁଣ ବାଘ ହେଲେ ଜିଲ୍ଲା ସରପଞ୍ଚ ସଂଘର ସଭାପତି
ବୌଦ୍ଧ, ୮/୮: ବୌଦ୍ଧ ଜିଲ୍‌ଲା ସରପଞ୍ଚ ସଂଘର କାର୍ଯ୍ୟକାରିଣୀ ବୈଠକ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ରାଜ୍ୟ ପଞ୍ଚାୟତିରାଜ, ସୁଚନା ଲୋକ ସଂପର୍କ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ରାଜ୍ୟ ସରକାରଙ୍କର ଲୋକାଭିମୁଖି କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ଉପସ୍ଥିତ ସରପଞ୍ଚ ମାନଙ୍କୁ ଆହ୍ୱାନ ଦେଇଥିଲେ । ବୈଠକ ପରେ ଜିଲ୍ଲା ସରପଞ୍ଚ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।
ସର୍ବ ସମ୍ମତିକ୍ରମେ ବୌଦ୍ଧ ବ୍ଲକ ବ୍ରହ୍ମଣୀପାଲି ସରପଞ୍ଚ ଅରୁଣ ବାଘ ସଭାପତି ଭାବେ ମନୋନିତ ହୋଇଥିବାବେଳେ ସଂପାଦକ ଭାବେ କରଞ୍ଜକଟା ସରପଞ୍ଚ ନିହାର ଘୋଷଙ୍କୁ ମନୋନିତ କରାଯାଇଥିଲା । ଏହାପରେ ସଂଗଠନର ଅନ୍ୟ କର୍ମକର୍ତ୍ତା ଚୟନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦଶଦଫା ଦାବିପତ୍ର ନୂତନ ସଭାପତି ଓ କର୍ମକର୍ତ୍ତା ମିଳିତଭାବେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031