Indus Valley Times

ବୌଦ୍ଧଜିଲ୍ଲା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ମିଳିତ ସଂଘ ତରଫରୁ ସ୍ମାରକପତ୍ର

 Breaking News

ବୌଦ୍ଧଜିଲ୍ଲା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ମିଳିତ ସଂଘ ତରଫରୁ ସ୍ମାରକପତ୍ର

August 10
07:34 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୮: ସୋମବାର ବୌଦ୍ଧଜିଲ୍ଲା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମ ଶାଖା ତରଫରୁ ୫ ଦଫା ଦାବିନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ଦାବିଗୁଡିକ ମଧ୍ୟରେ ପ୍ରତ୍ୟେକ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜକୁ ଗତ ଜାନୁଆରୀ ୨୦୧୮ ମସିହାଠାରୁ ସପ୍ତମ ବେତନର ପ୍ରଚଳନ, ସ୍କୁଲ ଓ କଲେଜ ମାନଙ୍କରେ ଥିବା ଅସଙ୍ଗତି ଦୂରକରି ଅନୁଦାନ ପାଇଁ ଯୋଗ୍ୟ ସମସ୍ତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜ କର୍ମଚାରୀଙ୍କୁ ପୂର୍ଣ୍ଣ ଚାକିରି ସର୍ତ୍ତାବଳୀସହ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ପ୍ରତ୍ୟେକ ସ୍କୁଲ ଓ କଲେଜରେ ଖାଲିଥିବା ପଦବୀଗୁଡିକ ପୂରଣ, ଚାକିରୀ ଅବସର ସମୟସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ପ୍ରମୁଖ ରହିଛି ।
ଦାବିପତ୍ର ପ୍ରଦାନ ସମୟରେ ମିଳିତିମଞ୍ଚ ତରଫରୁ ଆବାହକ ମାନଭଞ୍ଜନ ତ୍ରିପାଠୀ, ପ୍ରତାପ ରଥ, ଓଷ୍ଟା ବୌଦ୍ଧଜିଲ୍ଲା ସଭାପତି ନିରୋଦ ମେହେର, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତୃପ୍ତିରଞ୍ଜନ ଦାନୀ ସମେତ ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜରୁ ୫୦ଜଣ ସଦସ୍ୟ ଉପସ୍ଥିତ ଥିଲେ ।
ସଡକ ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଗୁରୁତର,୨ ଗୁରୁତର
ବୌଦ୍ଧ,୧୦/୮: ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ ସରକାରୀ କାର୍ଯ୍ୟରେ ଆଜି ସକାଳୁ ଏକ କାର ଯୋଗେ ବୌଦ୍ଧରୁ ଭୁବନେଶ୍ୱର ଯାଉଥିବାବେଳେ ନୟାଗଡ ଜିଲ୍ଲା ଦଶପଲ୍ଲା ନିକଟସ୍ଥ ରଙ୍ଗମାଟିଆ ରାଜପୁତ ହୋଟେଲ ସମ୍ମୁଖରେ ବିପରୀତ ଦିଗରୁ ଫୁଲବାଣୀ ଅଭିମୁଖେ ଆସୁଥିବା ଅନ୍ୟ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନାଏକଙ୍କ ଗୋଡ ଭାଙ୍ଗିଯାଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସେହପିରି ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଗାଡିରେ ଥିବା ଇଡକୋର ଅଧିକାରୀ ପ୍ରଭୁଦତ୍ତ ଦାଶ ଓ ଅନ୍ୟ ଗାଡିର ଜଣେ ମହିଳା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଇଡକୋ ଅଧିକାରୀଙ୍କ ସହିତ ଗୁରୁତର ଆହତ ମହିଳାଙ୍କୁ ଆମ୍ବୁଲାନସ ଯୋଗେ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଥିବା ଜଣାପଡିଛି ।
ତେବେ ଦୁର୍ଘଟଣାର ସୂଚନା ପାଇ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ ଅଶ୍ୱନୀ କୁମାର ମେହେର ବୌଦ୍ଧରୁ ଯାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିବାପରେ ଆମ୍ବୁଲାନସ କୁ ଅପେକ୍ଷା କରିଥିବା ଅତିରିକ୍ତ ଜିଲ୍ଲାପାଳଙ୍କୁ ଗାଡିରେ ନେଇ ଭୁବନେଶ୍ୱର ଚିକିତ୍ସା ପାଇଁ ଭର୍ତ୍ତି କରାଇଥିବା ଜଣାପଡିଛି । ଦୁର୍ଘଟଣାରେ ଗୋଡ ଭାଙ୍ଗିଯାଇଥିଲେ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନାଏକ ବିପଦମୁକ୍ତ ଥିବା ଶ୍ରୀମେହେର ସୂଚନା ଦେଇଛନ୍ତି ।

ବୌଦ୍ଧ : ୭୫ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ,ଭାଗ ନେବେନାହିଁ ଛାତ୍ରଛାତ୍ରୀ
ବୌଦ୍ଧ,୧୦/୮: ବୌଦ୍ଧରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତିି ବଳିଆରସିଂ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବିବରଣୀ ପାଠ କରିଥିଲେ ।
ସରକାରଙ୍କ ପକ୍ଷରୁ କରୋନା କଟକଣା ଯୋଗୁଁ ନିରାଡମ୍ବର ଭାବରେ ଏହି ଜାତୀୟ ଉତ୍ସବ ପାଳନ ପାଇଁ ନିର୍ଦ୍ଦେଶ ରହିଥିବାବେଳେ ପ୍ରତିବର୍ଷ ଭଳି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରତ୍ୟୁଷରେ ରାମଧୂନ ପ୍ରଚାର,ସହରରେ ବିଭିନ୍ନ ଛକରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସକାଳ ୯.୧୫ ମିନିଟ ସମୟରେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସିମୀତ ସଂଖ୍ୟକ ବ୍ୟକ୍ତିବିଶେଷଙ୍କୁ ନେଇ ଉତ୍ସବ ପାଳନ ପାଇଁ ପ୍ରସ୍ତାବ ରହିଥିବାବେଳେ ଚଳିତବର୍ଷ ମଧ୍ୟ ପ୍ୟାରେଡ ହେବନାହିଁ ।
ତେଣୁ ଛାତ୍ରଛାତ୍ରୀମାନଙ୍କୁ ପ୍ୟାରେଡ ପଡିଆକୁ ବାରଣ କରାଯାଇଛି । ଅନଲାଇନ ଜରିଆରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସ୍ୱାଧୀନତା ଦିବସ ଅବସରରେ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଟାଉନହଲ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଏହାବ୍ୟତୀତ କୋଭିଡ ଯୋଦ୍ଧା ଭାବରେ କାର୍ଯ୍ୟ କରିଥିବା ମେଡିକାଲ କର୍ମଚାରୀ,ସଫେଇ କର୍ମଚାରୀ, ଅଗ୍ନିଶମ କର୍ମଚାରୀ,କରୋନା ସମୟରେ ଦାହ ସଂସ୍କାର କରିଥିବା ବ୍ୟକ୍ତିବିଶେଷ,ଅସହାୟମାନଙ୍କୁ ସହାୟତାର ହାତ ବଢାଇଥିବା ସ୍ୱେଛାସେବୀ ଅନୁଷ୍ଠାନମାନଙ୍କୁ ପୁରସ୍କୃତ କରାଯିବ । ସେହିପରି ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି,ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ,ଜିଲ୍ଲା ଓକିଲ ସଂଘ ସଭାପତି ତାରେଣି ମହାପାତ୍ର,ବୌଦ୍ଧବ୍ଲକ ବିଡିଓ ଦେବୀ ପ୍ରସାଦ ଦାଶ,ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ,ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁ,ରିଜର୍ଭ ଇନସପେକ୍ଟର ମଧୁସୂଦନ ମହାପାତ୍ର, କଲେଜ ଏନସିସି ଅଫିସର ଡଃ. ମହେନ୍ଦ୍ର ନାଥ ଦେବତା ପ୍ରମୁଖ ଯୋଗଦେଇଥିଲେ ।
ବୌଦ୍ଧ : ପାଲା ଓ ଦାସକାଠିଆ ସଂଘର ବୈଠକ
ବୌଦ୍ଧ,୧୦/୮: କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ହେଲା କଳାକାରମାନେ ଦୁଃଖ କଷ୍ଟରେ ଘରେ ପଡିରହିଛନ୍ତି । ଫଳରେ କଳାକାରମାନେ ବର୍ତ୍ତମାନ ସ୍ଥିତିର ପରିବାର ପ୍ରତିପୋଷଣ ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ଏନେଇ ବୌଦ୍ଧ ଜିଲ୍ଲା ପାଲା ଓ ଦାସକାଠିଆ ସଂଘ ପକ୍ଷରୁ ଏକ ବୈଠକ ସହରର ମାତେଙ୍ଗେଶ୍ୱର ମନ୍ଦିରଠାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ସଂଘର ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । କଳାକାରମାନଙ୍କ ବିଭିନ୍ନ ସମସ୍ୟା ନେଇ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବୀ ସମୁହ ଗୁଡିକ ହେଲା ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଧାର୍ଯ୍ୟ ଲକ୍ଷ ୫୦ ହଜାର ତୁରନ୍ତ ପୁରଣ କରାଯାଉ, କଳାକାର ଭତ୍ତା ମୁଖ୍ୟମନ୍ତ୍ରୀ ପୁରୁଷ ମାନଙ୍କ କ୍ଷେତ୍ରରେ ବୟସ ସୀମା ୫୦ ପରିବର୍ତ୍ତେ ୪୦ ବର୍ଷ କରାଯାଉ, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ରାଶୀ ୩୦୦୦କୁ ବୃଦ୍ଧି କରାଯାଉ ।
କରେନା ସଂକ୍ରମଣକୁ ରୋକିବା ନିମନ୍ତେ ପାଲା ପ୍ରଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯାଉ , ପାଲା କଳାକାରଙ୍କୁ ଅନ୍ୟୁନ ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉ, ପାଲା ଓଡିଶାର କଳା ହୋଇଥିବାରୁ ପାଲା ଏକାଡେମୀ ନିର୍ମାଣ କରାଯାଉ, ଜିଲାରେ ପାଲା ମଞ୍ଚ ପ୍ରତିଷ୍ଠା ପାଇଁ ୨୦ ଦିନର ଆର୍ଥିକ ସହାୟତା ପ୍ରଦାନ କରାଯାଉ ।
ପାଲା ପରିଷଦର କାର୍ଯ୍ୟାଳୟ ପାଇଁ ରାଜଧାନୀରେ ବିନା ମୁଲ୍ୟରେ ଜମି ଯୋଗାଇ ଦିଆଯାଉ, ପଂଜିକୃତ କଳାକାର ମାନଙ୍କୁ ପରିଚୟ ପତ୍ର , ବସ ଓ ଟ୍ରେନରେ ଭଡା ଛାଡ କରାଯାଉ, କଳାକାରଙ୍କ ଆକସ୍ମିକ ମୃତ୍ୟୁରେ ପରିବାରକୁ ୫ ଲକ୍ଷର ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ।
କରୋନା ମହାମାରୀ ଯୋଗୁଁ ଦୁୁର୍ଦ୍ଦିର୍ନରେ ଥିବା ପାଲା କଳାକାରଙ୍କ ୨ ବର୍ଷର ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ଦାବି କରାଯାଇଛି । ବୈଠକରେ ସଂଘର ସଂପାଦକ ବାଞ୍ଚାନିଧି ପ୍ରଧାନ, ଆବାହକ ସ୍ୱାଧିନ କୁମାର ପରିଡା, ଗଣେଶ୍ୱର ନାଗ, ମାଧବ ରଣା, ସତ୍ୟ ପ୍ରଧାନ, ଜଗଦୀଶ ପ୍ରଧାନ, କୌସ୍ତୁଭ ମିଶ୍ର, ତ୍ରିଲୋଚନ ସେଠୀ, ନାରୟଣ ବେହେରା, ଭାଗିରଥି ସାହୁ, ସୌମିତ୍ରି ମାଟିଆ, ଏକାଦଶୀ ମାଟିଆ, ରାଜେନ୍ଦ୍ର ମହାପାତ୍ରଙ୍କ ସମେତ ଶତାଧିକ କଳାକାର ଉପସ୍ଥିତ ଥିଲେ ।
ବୌଦ୍ଧ: ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ରଙ୍କ ହୃଦଘାତରେ ପରଲୋକ
ବୌଦ୍ଧ, ୧୦/୮: ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ କ୍ଲବର ପରାମର୍ଶଦାତା ମନୋରଂଜନ ମିଶ୍ରଙ୍କ ସୋମବାର ସଂଧ୍ୟାରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ସେ ସବୁଦିନପରି ସାଂଧ୍ୟ ଭ୍ରମଣରେ ଯାଉଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସହରର ଗାନ୍ଧିଛକ ଠାରେ ବସବାସ କରୁଥିବା ସ୍ୱର୍ଗତ ମିଶ୍ର ଜଣେ ସୁ ସାହିତ୍ୟିକ ଓ ଦୀର୍ଘ ବର୍ଷଧରି ପ୍ରଜାତନ୍ତ୍ର ଖବର କାଗଜର ସାମ୍ବାଦିକ, ପରେ ଅଗ୍ନୀଶିଖା ଦୈନିକ ଖବର କାଗଜର ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କରି ବିୟୋଗରେ ଜିଲ୍ଲାର ସାମ୍ବାଦିକ, ସାହିତ୍ୟିକ, ବୁଦ୍ଧିଜୀବୀ ମହଲରେ ଗଭିର ଶୋକ ପ୍ରକଟ କରାଯାଇଛି ।
ବୌଦ୍ଧଜିଲ୍ଲା ଟେଣ୍ଟ, ଲାଇଟ ସାଉଣ୍ଡ ଓ ଫ୍ଲାୱାର ମାଲିକ ସଂଘ ତରଫରୁ ଦାବିପତ
ବୌଦ୍ଧ, ୧୦/୮: କୋଭିଡ-୧୯ ଯୋଗୁଁ ରାଜ୍ୟ ସରକାର ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ୨୫ଜଣ ବ୍ୟକ୍ତି ହିଁ ଯୋଗଦେଇପାରିବେ ବୋଲି ଗାଇଡଲାଇନ ଦେଇଥିଲେ । ଏବେ ସଂକ୍ରମଣ କମୁଥିବାର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ନିୟମକୁ କୋହଳ କରୁଥିବାବେଳେ ଏଥିରେ କିନ୍ତୁ କୌଣସି କୋହଳ କରାଯାଇନାହିଁ । ଫଳରେ ଏହି ବ୍ୟବସାୟ ସହିତ ଜଡିତ ଲୋକଙ୍କର ଜୀବିକା ଉପରେ ପ୍ରଭାବ ପଡି ଆର୍ଥିକ ସ୍ଥିତିଦୟନୀୟ ହୋଇପଡିଛି । ତେଣୁ ଏହି ନିୟମରେ କିଛି କୋହଳ କରାଯାଇ ଅନ୍ୟୁନ ୩୦୦ ବ୍ୟକ୍ତିଙ୍କୁ ଯୋଗଦେବାକୁ ଅନୁମତି ପ୍ରଦାନ କରିବାକୁ ସୋମବାର ବୌଦ୍ଧଜିଲ୍ଲା ଟେଣ୍ଟ ଲାଇଟ ଓ ଫ୍ଲାୱାର ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସଂଘ ସଭାପତି ଶଙ୍କର ପ୍ରସାଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ଏକ ବାଇକ ଶୋଭାଯାତ୍ରାରେ ସହରର ରାମେଶ୍ୱର ମନ୍ଦିରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଦାବିପତ୍ର ପ୍ରଦାନ ସମୟରେ ସଭାପତିଙ୍କ ସମେତ ସଂପାଦକ ଭଗବାନ ସାହୁ, ଉପ-ସଭାପତି ଉମାଶଙ୍କର ପାଢୀ ଓ ଅନ୍ୟାନ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031