Indus Valley Times

ବୌଦ୍ଧ:ଡାକ ବଙ୍ଗଳାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ

 Breaking News

ବୌଦ୍ଧ:ଡାକ ବଙ୍ଗଳାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ

November 29
16:51 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୨୯/୧୧: ବୌଦ୍ଧବ୍ଲକ୍ ବାଉଁଶୁଣୀ ନିକଟ ଜାତୀୟ ରାଜପଥ ନମ୍ବର ୫୭ର ପାର୍ଶ୍ୱରେ ବାଘନଦୀ କୂଳରେ ଥିବା ପୂରାତନ ଡାକ ବଙ୍ଗଳାର ପୁନଃରୁଦ୍ଧାର କାର୍ଯ୍ୟ ଶନିବାର ଦିନ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳୁଛି । ପୂର୍ତ୍ତବିଭାଗର ଅଧିନରେ ଥିବା ଏ ପ୍ରାଚୀନ ଡାକ ବଙ୍ଗଳା ଗଡଜାତ ସମୟରୁ ଥିଲା । ସ୍ୱାଧିନତା ପରେ ଏହାର ପୁନଃନିର୍ମାଣ କରାଯାଇ ରାଜ୍ୟ ସରକାରଙ୍କ ପୂର୍ତ୍ତବିଭାଗ ଅଧିନରେ ରକ୍ଷଣାବେକ୍ଷଣ ହେଉଥିଲା । ଉକ୍ତ ଡାକବଙ୍ଗଳାକୁ ନେଇ ଅନେକ ସ୍ମୃତି ରହିଛି । ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ଠାରୁ ଆରମ୍ଭକରି ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ଓଡିଶାର ଅନେକ ମହାନ୍ ବ୍ୟକ୍ତିତ୍ୱ ଏଠାରେ ଅନେକଥର ବିଶ୍ରାମ ନେଇଛନ୍ତି । ୨୦୦୦ ମସିହା ପରଠାରୁ ଏହି ଐତିହାସିକ ବଙ୍ଗଳାର ଦୁର୍ଦ୍ଦିନ ଆସିଥିଲା । ରକ୍ଷଣା ବେକ୍ଷଣ ଅଭାବରୁ ଭଗ୍ନ ଅବସ୍ଥାକୁ ଚାଲିଆସିବା ସହ ଏହାର ପରିବେଶରେ ଅନାବନା ଗଛଲତା ଉଠି ଭୂତକୋଠି ଭଳି ପ୍ରତୀୟମାନ ହେଉଥିଲା । ଅନେକ ସଚେତନ ବ୍ୟକ୍ତି ବଙ୍ଗଳାର ପୁନଃରୁଦ୍ଧାର ପାଇଁ ଦାବୀ ମଧ୍ୟ କରି ଆସୁଥିଲେ । ବର୍ତ୍ତମାନ ପୂର୍ତ୍ତବିଭାଗ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଥିବା ଜଣାପଡିଛି । ବାଉଁଶୁଣୀ ଭଳି ତେଲିବନ୍ଧ, କରଡି, ତୁକୁଲୁଣ୍ଡା, ହରଭଙ୍ଗା ଆଦି ପ୍ରାଚୀନ ସ୍ମୃତିବହନ କରୁଥିବା ଡାକବଙ୍ଗଳା ଗୁଡିକ ମଧ୍ୟ ପୁନଃରୁଦ୍ଧାର କାର୍ଯ୍ୟ କରାଯିବାକୁ ଜନସାଧାରଣରେ ଦାବି ହେଉଛି ।
ବୌଦ୍ଧ: ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଅଭିଯାନ
ବୌଦ୍ଧ,୨୮/୧୧: ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧବ୍ଲକ୍ ପକ୍ଷରୁ ବଘିଆପଡା ଗ୍ରାମ ପଞ୍ଚାୟତ ରେଙ୍ଗାଲି ଗ୍ରାମଠାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ସଭାପତି ମମତା ମଲ୍ଲିକଙ୍କ ସଭାପତିତ୍ୱରେ ଓ ବ୍ଲକ୍ ସଂଯୋଜକ ନିରଞ୍ଜନ ବିଶିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମହିଳାମାନଙ୍କ ବିରୋଧରେ ହେଉଥିବା ହିଂସା ଓ ତାର ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ୧୬ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅନେକ ଗଣ ସଂଗଠନ ସମେତ ଅଣୁ ଶକ୍ତି ଟ୍ରଷ୍ଟ ପ୍ରମୁଖ ଅନୁଷ୍ଠାନମାନେ ସାମିଲ ହୋଇଛନ୍ତି । ବିଶ୍ୱରୁ ଲିଙ୍ଗ ଭିତ୍ତିକ ହିଂସା ହଟାଇଦେଇ ଗୋଟିଏ ସୁସ୍ଥ ପରିବାର ଓ ସମାଜ ଗଠନ ପାଇଁ ସେମାନେ ସଂକଳ୍ପବଦ୍ଧ ବୋଲି ସଂଯୋଜକ ଶ୍ରୀ ବିଶି ସୂଚନା ଦେଇଛନ୍ତି । ରେଙ୍ଗାଲିଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ମହିଳାମାନଙ୍କ ସମେତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ ।
ବୌଦ୍ଧ: ରାମଚରିତ ମାନସ ନବାହ ପାରାୟଣ ଅନୁଷ୍ଠିତ
ବୌଦ୍ଧ,୨୮/୧୧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ଦେବଗଡ ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରାମଚରିତ ମାନସ ନବାହ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ୨୮ ବର୍ଷ ଧରି ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ଉକ୍ତ କାର୍ଯ୍ୟକ୍ରମ ପ୍ରତିବର୍ଷ ମହାସମାରୋହରେ ପାଳିତ ହୋଇଥାଏ । ଚଳିତବର୍ଷ କୋଭିଡ୍ କଟକଣା ଯୋଗୁଁ କୋଭିଡ୍ ୧୯ ନିୟମ ଆଧାରରେ ଅନୁଷ୍ଠିତ ହେଉଛି । ଚଳିତବର୍ଷ ବ୍ୟାସ ଭାବେ ସଚିଦା ନନ୍ଦ ପଣ୍ଡା ପୁରାଣ ପାଠ କରୁଥିବାବେଳେ ପୂଜକ ଶିବ ନାରାୟଣ ପଣ୍ଡା ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି । କୁମୁଦ ମାଝୀ କର୍ତ୍ତାର ଭୂମିକା ନିର୍ବାହ କରୁଥିବା ଜଣାପଡିଛି । ପବିତ୍ର ଗରୁଡ ଦ୍ୱାଦଶୀ ଅବସରରେ ମନ୍ଦିର ପରିସରରେ ଥିବା ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଗରୁଡ ମୂର୍ତ୍ତର୍ି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031