Indus Valley Times

ବୌଦ୍ଧରେ ଆରମ୍ଭହେଲା ଶ୍ରୀ ଜଗନ୍ନାଥ ଲୀଳା ମହୋତ୍ସବ

 Breaking News

ବୌଦ୍ଧରେ ଆରମ୍ଭହେଲା ଶ୍ରୀ ଜଗନ୍ନାଥ ଲୀଳା ମହୋତ୍ସବ

ବୌଦ୍ଧରେ ଆରମ୍ଭହେଲା ଶ୍ରୀ ଜଗନ୍ନାଥ ଲୀଳା ମହୋତ୍ସବ
December 23
10:16 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୧୨: ବୌଦ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଗୌରୀ ଗୋପାଳ ସେବାଶ୍ରମ ଟ୍ରଷ୍ଟ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମିଳିତ ଆନୂକୁଲ୍ୟରେ ୫ଦିନ ଧରି ହେବାକୁ ଥିବା ଶ୍ରୀ ଜଗନ୍ନାଥ ଲୀଳା ମହୋତ୍ସବ ଆଜି ଆରମ୍ଭ ହୋଇଯାଇଛି ।
ଏହି ମହୋତ୍ସବରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦୁଲ୍ଲଭ ୩୨ ବେଶ ଭିନ୍ନ ଭିନ୍ନ ଷ୍ଟଲରେ ପ୍ରଦର୍ଶନ ହେଉଥିବାବେଳେ ମନ୍ଦିର ଯଜ୍ଞ ମଣ୍ଡପରେ ପୁରୀ ମୁକ୍ତି ମଣ୍ଡପ ପଣ୍ଡିତଙ୍କ ଦ୍ୱାରା ପଞ୍ଚ ଦିବସୀୟ ଯଜ୍ଞ ଓ ପ୍ରତ୍ୟେହ ସଂଧ୍ୟା ସମୟରେ ଶ୍ରୀ ଜଗନ୍ନାଥ କଥାମୃତ ସୂର୍ଯ୍ୟକାନ୍ତ ରଥଙ୍କ ମୁଖରୁ ଭକ୍ତ ମାନେ ଶୁଣିବାକୁ ପାଇବେ । ଏଥିସହ ଶ୍ରୀ ମନ୍ଦିର ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଭୁଙ୍କ ୫୬ ପ୍ରକାର ଭୋଗର ଆନନ୍ଦ ବଜାର ଭକ୍ତଙ୍କୁ ବିକ୍ରି ଉଦ୍ଦେଶ୍ୟରେ ଖୋଲାଯାଇଛି ।
ସବୁଠାରୁ ଅଧିକ ଗୁରୁତ୍ୱପୁର୍ଣ୍ଣ ବିଷୟ ଏହିକି ଠାକୁରଙ୍କର ଦୈନଦିନ ନୀତିକାନ୍ତି ପୁଜାର୍ଚ୍ଚନା ଓ ବେଶ ଏହି ସମସ୍ତ କାର୍ଯ୍ୟ ପୁରୀ ସେବକ ମାନଙ୍କ ଦ୍ୱାରା ଏହି ପାଞ୍ଚଦିନ ଧରି କରାଯିବ ଏବଂ ଏଠାରେ ରହି ଭକ୍ତ ମାନେ ପୁରୀର ପରିବେଶକୁ ଅନୁଭବ କରିପାରିବେ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ।
ଦଳାପାଞ୍ଜି ସୁଚନା ଦ୍ୱାରା ରକ୍ତ ବାହୁ ଆକ୍ରମଣ ବେଳେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବୌଦ୍ଧ ସହର ନିକଟ ଆଜିର ନାଏକପଡା ଗୁମ୍ଫା ଠାରେ ଲୁଚାଇ ରଖା ଯାଇଥିଲା । ସେତେବେଳେ ପ୍ରଭୁ ଏଠାରେ ଦୀର୍ଘବର୍ଷଧରି ଲୀଳାଖେଳା କରିଥିଲେ ।
ଆଜି ପ୍ରଭୁଙ୍କର ଏଭଳି ଲୀଳା ମହୋତ୍ସବକୁ ଭକ୍ତମାନେ ନିଜର ଚର୍ମଚକ୍ଷୁରେ ଦର୍ଶନ କରିପାରିବେ । ଗୁରୁବାର ଏହି କାର୍ଯ୍ୟକ୍ରମ ପାଇଁ ଚନ୍ଦ୍ରଚୂଡ ଘାଟ ଠାରୁ ଶତାଧିକ ମହିଳା ପୁର୍ଣ୍ଣଜଳ କଳସୀ ସହର ପରିକ୍ରମା କରି ମହୋତ୍ସବ ପଡିଆ ଠାରେ ସ୍ଥାପନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031