Indus Valley Times

ବୌଦ୍ଧରେ ଜନଗଣନା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧରେ ଜନଗଣନା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

ବୌଦ୍ଧରେ ଜନଗଣନା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ
September 12
10:53 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୯ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜନଗଣନା ତଥା ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଉଦୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଜିଲାର ସମସ୍ତ ଅଧିକାରୀ ନିଜ ନିଜ ସ୍ତରରେ ଆଗକୁ ହେବାକୁଥିବା ଜନଗଣନା ସମ୍ବନ୍ଧୀୟ ତଥ୍ୟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ।
ପ୍ରତି ଦଶବର୍ଷରେ ଜନଗଣନା ହୋଇଆସୁଥିବାବେଳେ କରୋନା କଟକଣା ପାଇଁ ଧାର୍ଯ୍ୟ ସମୟରେ ଏହା ହୋଇପାରିନାହିଁ ।
ତେଣୁ ଆସନ୍ତାବର୍ଷ ଫେବୃୟାରୀ ୮ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜନଗଣନା କାର୍ଯ୍ୟ ଅନୁଷ୍ଠିତ ହେବ । ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳ ଜନଗଣନା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଭାବରେ ଦାୟିତ୍ୱ ନିର୍ବାହ କରିବେ ।
ଜନଗଣନାରେ ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପରିବାରକୁ ସାମିଲ କରାଯିବ ଏବଂ ସମସ୍ତଙ୍କୁ ଜନଗଣନା ପୂର୍ବରୁ ତଥ୍ୟ ପ୍ରସ୍ତୁତ କରିବା ସହିତ ଜନସାଧାରଣ ଯେପରି ଏଥିରେ ସହଯୋଗ କରିବେ ସେଥିପ୍ରତି ସଚେତନତା କରିବାକୁ ଆଲୋଚନା ହୋଇଥିଲା ।
ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିଳିତ ଭାବରେ କ୍ଷେତ୍ର ପରିଦର୍ଶନ କରି ତଥ୍ୟ ପରଖିବେ ଏବଂ ରେକର୍ଡ ଅନୁଯାୟୀ ତଥ୍ୟ ପ୍ରସ୍ତୁତ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ମୃତ୍ୟୁକାଳୀନ ପ୍ରମାଣପାତ୍ର ସହିତ ମୃତ୍ୟୁର କାରଣ ଉଲ୍ଲେଖ କରିବା ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଡାକ୍ତରମାନଙ୍କୁ ଏନେଇ ତାଲିମ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା ।
ଶରଣାର୍ଥୀ ସଂପର୍କିର୍ତ ରିପୋର୍ଟ ଜନଗଣନା ରେ ସାମିଲ କରିବାକୁ ପରାମର୍ଶ ଦେବା ସହିତ ଧାର୍ଯ୍ୟ କମିଟି ଏ ସଂପର୍କରେ ତଥ୍ୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତୃତୀୟ ଲିଙ୍ଗୀଙ୍କ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପରବର୍ତ୍ତି ପର୍ଯ୍ୟାୟରେ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଅନ୍ୟଜିଲ୍ଲା ତୁଳନାରେ ବୌଦ୍ଧରେ ଜନଗଣନା ସଂପର୍କିତ ତଥ୍ୟ ଠିକ୍ ଥିବାରୁ ନିର୍ଦ୍ଦେଶକ ଶ୍ରୀଦାଶ ଖୁସିବ୍ୟକ୍ତ କରିବା ସହିତ ଏହା ଜନଗଣନା କାର୍ଯ୍ୟକ୍ରମରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ।
ବିଜ୍ଞାପିତ ଅଞ୍ଚଳରେ ନିର୍ବାହୀ ଅଧିକାରୀ, ଗ୍ରାମାଞ୍ଚଳରେ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାରମ୍ବାର ବୈଠକ କରି ଜନଗଣନା ସମ୍ବନ୍ଧୀୟ ତୃଟିକୁ ସଜାଡି ଭିଲେଜ ମେପିଂ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ବନ ବିଭାଗ ପକ୍ଷରୁ ଜଙ୍ଗଲ ମଧ୍ୟରେ ରହିଥିବା ଗ୍ରାମ ଗୁଡିକୁ ଚିହ୍ନଟ କରି ଜଗନଣନା କାର୍ଯ୍ୟକ୍ରମକୁ ସଠିକ ଭାବରେ କରିବା ପାଇଁ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସବୁ ବିଭାଗ ମଧ୍ୟରେ ସମନ୍ୱୟ ରଖି ଜିଲାରେ ଜନଗଣନା କାର୍ଯ୍ୟକ୍ରମକୁ ଶତପ୍ରତିଶତ ନିର୍ଭୁଲ ଭାବରେ କରି ରାଜ୍ୟରେ ଏକ ଆଦର୍ଶ ସୃଷ୍ଟି କରିବା ପାଇଁ ଜିଲାପାଳ ଶ୍ରୀପଣ୍ଡା ଆହ୍ୱାନ ଜଣାଇଥିଲେ ।
ଏହି ବୈଠକରେ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନ,ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30