Indus Valley Times

ବିଏମ୍‌ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

 Breaking News

ବିଏମ୍‌ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

July 24
15:56 2025

ଭୁବନେଶ୍ୱର, ୨୪/୭ : ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଗୁରୁବାର ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ତାଙ୍କ ବିରୁଦ୍ଧରେ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗୁରୁବାର ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟରେ ହାଜର କରାଯିବ।
ଭୁବନେଶ୍ୱରର ବିଏମସିର ନିର୍ବାହୀ ଯନ୍ତ୍ରୀ ପଟ୍ଟନାୟକଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଦନ୍ତରୁ, ତାଙ୍କ ପାଖରେ ଆୟ ଅନୁସାରେ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଯେଉଁଥିରେ ବିବିଏସଆରରେ ଗୋଟିଏ ଏବଂ ରାୟଗଡା ଜିଲ୍ଲା ଗୁଣପୁରରେ ଦୁଇଟି ସମେତ ୩ଟି ବହୁମହଲା କୋଠା, ଗୋଟିଏ ଫାର୍ମ ହାଉସ, ଭୁବନେଶ୍ୱରରେ ତିନୋଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୪୬୦ ଗ୍ରାମ ସୁନା, ୮୦ ଲକ୍ଷ ଟଙ୍କାରୁ ଅଧିକ ଜମା, ଗୋଟିଏ ଚାରି ଚକିଆ ଗାଡ଼ି ଗ୍ରାଣ୍ଡ ଭିଟାରା, ହରିଣ ଶିଙ୍ଗ, ଗୋଟିଏ ଦେଶୀ ବନ୍ଧୁକ ଆଦି ରହିଛି। ଏସବୁର ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରି ନଥିଲେ।
ଏହା ବ୍ୟତୀତ,୨୦୨୫-୨୬ ମସିହାର ଖୋର୍ଦ୍ଧା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ବାଲିପାଟଣା ଫରେଷ୍ଟ ରେଞ୍ଜରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ଧାରା(୯)(୪୯)(୫୧) ଅନୁଯାୟୀ କେସ୍ ନମ୍ବର ୩ ମାଧ୍ୟମରେ ତାଙ୍କ ବିରୁଦ୍ଧରେ ବେଆଇନ ଭାବରେ ହରିଣ ଶିଙ୍ଗ ରଖିଥିବା ନେଇ ଆଉ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930