Indus Valley Times

ବୌଦ୍ଧରେ ରାଷ୍ଟ୍ରିୟ ଲୋକଅଦାଲତ

 Breaking News

ବୌଦ୍ଧରେ ରାଷ୍ଟ୍ରିୟ ଲୋକଅଦାଲତ

May 15
20:55 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୫ : ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ନ୍ୟାୟାଳୟ ପରିସରରେ ଶନିବାର ଦିନ ରାଷ୍ଟ୍ରିିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସର୍ବମୋଟ ୪୮ଗୋଟି ବିଚାରାଧିନ ମାମଲା ଯଥା ମୋଟର ଗାଡି ଦୁର୍ଘଟଣା ଜନିତ ମୋକଦ୍ଦମା, ପାରିବାରିକ ମାମଲା,ଦେବାନୀ ମୋକଦ୍ଦମା ସହିତ ବିଭିନ୍ନ ମାମଲାର ଶୁଣାଣି କରାଯାଇଥିଲା ।
ଏଥିସହିତ ୧୩ ଗୋଟି ପ୍ରାକ୍ ମୋକଦ୍ଦମା ଯଥା ବ୍ୟାଙ୍କ ମାମଲାର ଫଇସଲା କରାଯାଇ ୧୭.୮୩.୬୦୦ ଟଙ୍କା ଆଦାୟ କରାଯାଇଥିଲା । ଏଥିରେ ପରିବାର ଅଦାଲତ ବିଚାରପତି ପ୍ରଶନ୍ନ କୁମାର କର୍ଣ୍ଣ, ରେଜିଷ୍ଟ୍ରାର ସୁଚିତ୍ରା ପରମଗୁରୁ, ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ, ଏସଡିଜେଏମ ସୁମିତ୍ରା ସାହୁ, ଏବଂ ପ୍ରୋବେସନ୍ ମାଜିଷ୍ଟ୍ରେଟ୍ ବିକାଶ କିରନ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ,ଶ୍ରୀଜଗନ୍ନାଥ ପାଂଚରାତ୍ର ମହୋତ୍ସବ ଓ ପଂଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ଆୟୋଜନ ପାଇଁ ପ୍ରସ୍ତୁତି
ବୌଦ୍ଧ,୧୫/୫: ବୌଦ୍ଧ ସହରର ବାବା ଚନ୍ଦ୍ରଚୂଡ ମନ୍ଦିର ପରିସରରେ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସାଧାରଣ ସଂପାଦକ ଦେବାଶିଷ ପୁରୋହିତ ଆଲୋଚନା କରିଥିଲେ । ସମାଜର ସଭାପତି ଗୁରୁପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଙ୍ଗଠନର ସଭାପତି ସଂଜିବ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂପର୍କରେ ସମସ୍ତ ସଦସ୍ୟ ଗୁରୁତ୍ୱ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
ବୌଦ୍ଧଜିଲ୍ଲାକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଏବଂ ଗଜପତି ମହାରାଜଙ୍କ ସହିତ ଆଲୋଚନା କରି ଶ୍ରୀଜଗନ୍ନାଥ ପାଂଚରାତ୍ର ମହୋତ୍ସବ ଓ ପଂଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ କାର୍ଯ୍ୟକ୍ରମ ସ୍ଥିରୀକୃତ କରିବା ପାଇଁ ସଦସ୍ୟମାନେ ମତାମତ ରଖିଥିଲେ । ସମାଜରେ ରହିଥିବା ବିଭନ୍ନ ସମସ୍ୟାର ସମାଧାନ ଦିଗରେ ବ୍ରାହ୍ମଣ ସମାଜ ଗୁରୁତ୍ୱ ପ୍ରଦାନ କରିବା ପାଇଁ ସଂପାଦକ ହରିବନ୍ଧୁ ଶତପଥି ପ୍ରସ୍ତାବ ଦେଇଥିଲେ ।
ଆସନ୍ତା ଦେବସ୍ନାନ ପୁର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ଅମୃତ ବେଳା ପଣ୍ଡିତମାନଙ୍କ ଦ୍ୱାରା ସମୟ ନିର୍ଘଂଟ ସ୍ଥିରୀକୃତ କରାଯାଇଥିଲା । ଚଳିତ ବର୍ଷ ରଥଯାତ୍ରାକୁ ମହାସମାରୋହରେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରାହ୍ମଣ ସମାଜକୁ ଦିଆ ଯାଉଥିବା କାର୍ଯ୍ୟକ୍ରମର ସଫଳ ରୁପାୟନ ପାଇଁ ଆଲୋଚନା ହୋଇଥିଲା ।
ଆସନ୍ତା ୨୦ ତାରିଖରେ ରାୟଗଡାଠାରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ବ୍ରାହ୍ମଣ ମହାସଂଘର କାର୍ଯ୍ୟକ୍ରମରେ ଏକ ପ୍ରତିନିଧି ମଣ୍ଡଳ ଯିବାପାଇଁ ଗଠନ କରାଯାଇଛି । ମହୋତ୍ସବ ଓ ମହାଯଜ୍ଞର ସଫଳ ରୁପାୟନ ପାଇଁ ଏକ ୨୫ଜଣିଆ କମିଟି ଗଠନ କରାଯାଇଥିଲା । ଏହି ବୈଠକରେ ବରିଷ୍ଠ ପଣ୍ଡିତ ବିଭୀଷଣ ଚାନ୍ଦ, ଜୋନାଲ ସଂପାଦକ ଅର୍ନ୍ତଯ୍ୟାମି ତ୍ରିପାଠୀ, ପ୍ରଦ୍ୟୁମ୍ନ ମହାପାତ୍ର, ଶମ୍ଭୁ ପ୍ରସାଦ ମିଶ୍ର, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ରଘୁନାଥ ଷଡଙ୍ଗୀ, ପଣ୍ଡିତ ମାନସ କୁମାର ମିଶ୍ର, ବିଭୁଦତ ପଣ୍ଡା, ଶିବପ୍ରସାଦ ପାଣିଗ୍ରାହୀ, ମିନୁପ୍ରସାଦ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବିଶ୍ୱ ଯୋଗ ଦିବସ – ୨୦୨୨ ପାଇଁ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୋଗ ମହୋତ୍ସବ
ବୌଦ୍ଧ,୧୫/୫: ଆସନ୍ତା ଜୁନ ୨୧ ତାରିଖରେ ଅଷ୍ଟମ ବର୍ଷରେ ପାଦ ଦେଇଥିବା ବିଶ୍ୱ ଯୋଗ ଦିବସ ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରିବା ପାଇଁ ଆଜି ଯୋଗ ମହୋତ୍ସବ ଆୟୋଜନ ହୋଇଥିଲା । ବୌଦ୍ଧ ସହରର ଷ୍ଟାଡିୟମ ପରିସରରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ବୌଦ୍ଧଶାଖାର ସହାୟତାରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଧାର୍ଯ୍ୟ କରାଯାଇଥିବା ଯୋଗର ଅଭ୍ୟାସ କରାଯାଇଥିଲା ।
ପ୍ରଶିକ୍ଷକ ଭାବେ ମୁଖ୍ୟ ଯୋଗ ଶିକ୍ଷକ ଦେବାଶିଷ ପୁରୋହିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ନେହେରୁ ଯୁବକେନ୍ଦ୍ରର ପରିଚାଳକ ଉତମ ମହାକୁଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ବାମନ ବେହେରା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବୌଦ୍ଧ ସହରର ଯୋଗପ୍ରେମୀ ଭାଇମାନେ ଅଂଶଗ୍ରହଣ କରିଥିଲେ ।
କଂଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯୋଗାଭ୍ୟାସ କରାଯାଇଥିଲା । ସ୍ୱେଚ୍ଛାସେବୀ ଧରଣୀଧର ବିଭାର ଓ ଯାଜ୍ଞସେନୀ ରଣା ପରିଚାଳନା କରିଥିଲେ । ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲାର ୧୫୦ଜଣ ଯୁବକ ଓ ୧୫୦ଜଣ ଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଯୋଗର ପ୍ରଚାର ପ୍ରସାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
ବୌଦ୍ଧ: ବସଷ୍ଟାଣ୍ଡ ମଧ୍ୟରେ କୁତ୍ରିମ ବନ୍ୟା
ବୌଦ୍ଧ,୧୫/୫: ବୌଦ୍ଧଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପାଣି ପାଇଁ ଲୋକମାନେ ନାହିନଥିବା ହଇରାଣ ହେଉଥିବା ବେଳେ ବୌଦ୍ଧ ସହରର କେନ୍ଦ୍ରସ୍ଥଳରେ ଥିବା ବସଷ୍ଟାଣ୍ଡ ମଧ୍ୟରେ ଡ୍ରେନ ପାଣିରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ସୂଚନା ମୁତାବକ ମୌସୁମୀ ଆସିବା ପୂର୍ବରୁ ସହରର ଆବର୍ଜନା ଜଳ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ଭାଙ୍ଗିଯାଇଥିବା ଡ୍ରେନ ଗୁଡିକର ମରାମତି ସହିତ ଜଳ ନିଷ୍କାସନ ହୋଇପାରୁନଥିବା ଡ୍ରେନ ଗୁଡିକର ପୁନଃନିର୍ମାଣ କାର୍ଯ୍ୟ କରାଯାଉଅଛି ।
ଏହି ପରିପ୍ରେକ୍ଷିରେ ବୌଦ୍ଧ ବସଷ୍ଟାଣ୍ଡଠାରେ ନିକଟରେ ମୁଖ୍ୟ ରାସ୍ତାକଡରେ ପୁର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଡ୍ରେନରେ ଠିକ୍ ଭାବରେ ଜଳ ନିଷ୍କାସନ ହୋଇନପାରି ଜମି ରହିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିଲା ।
ତେଣୁ ଉକ୍ତ ଡ୍ରେନର ପୁନଃ ନିର୍ମାଣ କାର୍ଯ୍ୟ କରାଯାଉଥିବାବେଳେ ଠିକାଦାରଙ୍କ ପକ୍ଷରୁ ଉପରମୁଣ୍ଡରେ ଡ୍ରେନପାଣିକୁ ଅଟଳାଇ ତଳ ମୁଣ୍ଡରେ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସଂପୃକ୍ତ ଠିକାଦାର କାର୍ଯ୍ୟରେ ବିଳମ୍ବ କରିବାରୁ ଉପରମୁଣ୍ଡରେ ଡ୍ରେନ ଜଳ ନିଷ୍କାସନ ହୋଇନପାରି ବସଷ୍ଟାଣ୍ଡର ତଳି ଅଞ୍ଚଳରେ ପଶି କୁତ୍ରିମ ପୋଖରୀ ସୃଷ୍ଟି ହୋଇଯାଇଥିଲା ।
ବସଷ୍ଟାଣ୍ଡ ଭିତରେ ସ୍ୱଳ୍ପ ଯାଗାରେ ଯାତ୍ରୀବାହୀ ବସ ସହିତ ଶହ ଶହ ସଂଖ୍ୟାରେ ଟାକ୍ସି ଓ ମାଲ ବୋଝେଇ ଗାଡି ରହୁଥିବାବେଳେ ଡ୍ରେନ ପାଣିରେ କୁତ୍ରିମ ପୋଖରୀ ସୃଷ୍ଟି ଯୋଗୁଁ ଗାଡିଚାଳକ ଓ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଦେଖାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930