Indus Valley Times

ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ମୃତ ହୋମଗାର୍ଡ ଓ ଡ୍ରାଇଭରଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ

 Breaking News

ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ମୃତ ହୋମଗାର୍ଡ ଓ ଡ୍ରାଇଭରଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ

August 11
11:13 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୮: ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଆଜି ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଦୁର୍ଘଟଣାରେ ମୃତ ହୋମଗାର୍ଡ ଓ ଡ୍ରାଇଭରଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି ।
ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ହେଲେ ହୋମଗାର୍ଡ ଜଗନ୍ନାଥ ମେହେର ଓ ବେସରକାରୀ ଡ୍ରାଇଭର ପ୍ରଶାନ୍ତ ରଣାଙ୍କ ପରିବାରକୁ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ବୌଦ୍ଧ ଜିଲା କମଳପୁର ଗ୍ରାମ ନିକଟରେ ହୋଇଥିବା ଦୁର୍ଘଟଣାରେ କାର୍ଯ୍ୟରତ ଅବସ୍ଥାରେ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର ଓ ବେସରକାରୀ ଡ୍ରାଇଭର ପ୍ରଶାନ୍ତ ରଣାଙ୍କ ମୃତ୍ୟୁ ହୋଇଥିଲା ।
ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ୟମକ୍ରମେ ବୌଦ୍ଧ ଜିଲା ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ସହଯୋଗର ହାତ ବଢାଇଥିଲେ ।
ସମସ୍ତଙ୍କ ସହାୟତାରେ ୨ ଲକ୍ଷ ୩୨ ହଜାର ୫୦ ଟଙ୍କା ସଂଗୃହିତ ହୋଇଥିଲା କ୍ଷ ସଂଗୃହିତ ରାଶିକୁ ଉଭୟ ପରିବାରକୁ ୧ ଲକ୍ଷ ୧୬ ହଜାର ୨୫ ଟଙ୍କା ଲେଖାଏଁ ସାନ୍ତ୍ବନାମୂଳକ ସହାୟତା ଭାବେ ପ୍ରଦାନ କରାଯାଇଛି ।
ଜଗନ୍ନାଥ ମେହେର ବାପା ଝରିଆ ମେହେର ଓ ବେସରକାରୀ ଡ୍ରାଇଭର ପ୍ରଶାନ୍ତ ରଣାଙ୍କ ପିତା ଅକ୍ରୁର ରଣା ନିଜ ପରିବାର ସଦସ୍ୟଙ୍କ ସହ ସାମିଲ ହୋଇ ସହାୟତା ରାଶି ଗ୍ରହଣ କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଏବଂ ପୋଲିସ ଅଧିକାରୀଙ୍କ ସମତେ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ବୌଦ୍ଧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ଠାରେ ଜାତୀୟ ଭୂମି ସମ୍ମାନ-୨୦୨୩ ପାଇଥିବା ବୌଦ୍ଧ ଜିଲ୍ଲା ସମ୍ବର୍ଦ୍ଧିତ କଲେ
ବୌଦ୍ଧ,୧୧/୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ଠାରେ ଜାତୀୟ ଭୂମି ସମ୍ମାନ-୨୦୨୩ ପାଇଥିବା ବୌଦ୍ଧ ଜିଲ୍ଲା କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଜିଲାପାଳ ନୃସିଂହ ଚରଣ ସ୍ୱାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବ ସହ ପୁରସ୍କାର ଗ୍ରହଣ କରିଛନ୍ତି ।
ଜମିଜମା ରେକର୍ଡ଼ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟଭାବେ ମାନ୍ୟତା ମିଳିଛି । ସେହିପରି ଦେଶର ୬୮ଟି ପୁରସ୍କୃତ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୧୯ଟି ଜିଲ୍ଲା ସ୍ଥାନ ପାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵରସ୍ଥିତ ଲୋକସେବା ଭବନରେ ଜାତୀୟ ଭୂମି ସମ୍ମାନ-୨୦୨୩ ପାଇଥିବା ବୌଦ୍ଧ ଜିଲା ସମତେ ଅନ୍ୟ ଜିଲ୍ଲାଗୁଡ଼ିକ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ୫ଟି ସଚିବ ଠ କ V K PANDIYANଙ୍କ ସମତେ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031