Indus Valley Times

ବୌଦ୍ଧ : ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟ, ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବିଜୟୀ

 Breaking News

ବୌଦ୍ଧ : ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟ, ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବିଜୟୀ

December 16
21:44 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୧୨: ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧ କଚେରୀ ପଡିଆରେ ଚାଲୁଥିବା ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟର ୧୨ତମ ମ୍ୟାଚ ଆଜି ଭୈରବୀ କ୍ଲବ ପୁରୁଣାକଟକ ଓ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଇନିଙ୍ଗସରେ ଭୈରବୀ କ୍ଲବ ପୁରୁଣାକଟକ ପ୍ରଥମେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪୦ ଓଭରରେ ୧୦ ୱିକେଟ ବିନିମୟରେ ୧୭୦ ରନ୍ ସଂଗ୍ରହ କରିଥିଲା ।
ଦଳ ତରଫରୁ ସଞ୍ଜିବ ପାଢୀ ୪୩ ବଲରେ ୫୦ ରନ୍‌, ସ୍ୱାଗତ କୁମାର ଦେହୁରୀ ୬୯ ବଲ୍‌ରେ ୪୦ ରନ୍ ଓ ଶୋଭନ ପତି ୪୧ବଲରେ ୨୮ ରନ୍ କରିଥିଲେ । ଆଜିର ମ୍ୟାଚରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ତରଫରୁ ମନୋଜ ନାୟକ, ହେମନ୍ତ ଚଂପତ୍ତି ଓ ଦେବାଶିଷ ବାଗ ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଦ୍ୱିତୀୟ ଇନିଙ୍ଗସରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ୨୩.୧ ଓଭରରେ ୪ ୱିକେଟ ହରାଇ ଉକ୍ତ ଲକ୍ଷ୍ୟ ହାସଲ କରିଥିଲା ।
ଦଳ ତରଫରୁ ଦେବାଶିଷ ବାଗ ସର୍ବାଧିକ ୭୩ ବଲରେ ୯୦ ରନ୍ କରିଥିବାବେଳେ ବିଭୂତି ମଲ୍ଲିକ ୪୫ ବଲ୍‌ରେ ୪୦ ରନ୍‌, ମନୋଜ ନାୟକ ୭ ବଲ୍‌ରେ ୧୨ରନ୍ ସଂଗ୍ରହ କରିଥିଲେ । ଫଳରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ୬ ୱିକେଟରେ ବିଜୟୀ ଲାଭ କରିଥିଲା । ଆଜିର ମ୍ୟାଚକୁ ଅଂପାୟାର ଭାବେ ସ୍ୱାଧୀନ ବେହେରା ଓ ରଞ୍ଜିତ ରଞ୍ଜନ ଚାନ୍ଦ ପରିଚାଳନା କରିଥିବାବେଳେ ସ୍କୋରରଭାବେ ରବିନାରାୟଣ ସ୍ୱାଇଁ ଦାୟିତ୍ୱ ତୁଲାଇଥିଲେ ।
ବୌଦ୍ଧଜିଲ୍ଲା ବାରିକ ସଂଘର ବୈଠକ
ବୌଦ୍ଧ,୧୬/୧୨: ବୌଦ୍ଧଜିଲ୍ଲା ବାରିକ ସଂଘର ଏକ ବୈଠକ ଗୁରୁବାର ଅପରାହ୍ନରେ ସ୍ଥାନିୟ ରାମନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘର ସଭାପତି ବେଣୁଧର ସାମଲ ସଭାପତିତ୍ୱ କରିଥିଲେ । ସଂପାଦକ ତପନ ବାରିକ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ବୈଠକରେ ବାରିକ ସମାଜର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ଆଲୋଚନା ହୋଇଥିଲା । ଆସନ୍ତା ୩୧ ତାରିଖରେ ସଂଘର କର୍ମକର୍ତ୍ତା ଚୟନ ହେବା ନେଇ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ବୈଠକରେ ସଂଘର କର୍ମକର୍ତ୍ତ ଓ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଗଡ଼ଜାତ ମହୋତ୍ସବ ର ଦ୍ଵିତୀୟ ଦିନ :ଏକସୂତ୍ରରେ ବାନ୍ଧିରଖେ ,ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟିକରେ ମହୋତ୍ସବ ଗୋପାଳନ ଓ କୃଷି କର୍ମଶାଳା
ବୌଦ୍ଧ,୧୬/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ର ଦ୍ଵିତୀୟ ଦିନରେ ବିଭିନ୍ନ ପଞ୍ଚାୟତ ର ଅନେକ ଗ୍ରାମରୁ ବହୁସଂଖ୍ୟକ ଗୋପାଳକ ଓ କୃଷକ ମାନଙ୍କୁ ନେଇ\”ଗୋପାଳନ ଓ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ବାଉଁଶୁଣୀ ର ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୋମାତା ଠାରୁ ପ୍ରାପ୍ତ ପଞ୍ଚଗବ୍ୟ ଦ୍ଵାରା ଅନେକ ଦୁଃସାଧ୍ୟ ରୋଗ ଭଲ ହେବାସହ କୃଷି କାର୍ଯ୍ୟରେ କୀଟନାଶକ ଔଷଧ ଭାବେ ଉପଯୋଗ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଏଥି ସହିତ ସରକାରଙ୍କ ପ୍ରୋତ୍ସାହନ ଓ ସହଯୋଗ ସମ୍ବନ୍ଧରେ ଆଲୋଚନା କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକ ମାନଙ୍କ ଉନ୍ନତି ପାଇଁ ଗଡଜାତ ସାଂସ୍କୃତିକ ପରିଷଦ ଦ୍ବାରା ଆୟୋଜିତ କର୍ମଶାଳା ଏକ ସୁନ୍ଦର ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ।
ଅବସର ପ୍ରାପ୍ତ କୃଷିଅଧିକାରୀ ପୂର୍ଣ୍ଣଚନ୍ଦ୍ର ଗାଇଗୌରିଆ ଅଧ୍ୟକ୍ଷତା କରି ଥିଲାବେଳେ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ କରିବା ସହ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସାମ୍ବାଦିକ ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୁରୁଣାକଟକର କୀର୍ତ୍ତନ କଣ୍ଠଶିଳ୍ପୀ ମମତା ସାହୁ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031