Indus Valley Times

ବୌଦ୍ଧ : ଉପବାସରେ ଦିନ କାଟୁଛନ୍ତି ପକ୍ଷାଘାତ ରୋଗୀ ଉପାସୀ

 Breaking News

ବୌଦ୍ଧ : ଉପବାସରେ ଦିନ କାଟୁଛନ୍ତି ପକ୍ଷାଘାତ ରୋଗୀ ଉପାସୀ

June 24
10:44 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୬: ଜାତିଆଣ ଯୋଗୁଁ ଏକ ପକ୍ଷଘାତ ରୋଗୀ ଚିକିତ୍ସା ସେବା ନପାଇ ଅସହାୟ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ପଞ୍ଚାୟତର ଖଣ୍ଡବର ଗ୍ରାମର । ସୂଚନା ମୁତାବକ ଖଣ୍ଡବର ଗ୍ରାମର ଉପାସୀ ପ୍ରଧାନଙ୍କ ସ୍ୱାମୀ ସୁଶୀଳ ପ୍ରଧାନଙ୍କ ଏକବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା ।
ଉପାସୀ ଜଣେ ପକ୍ଷଘାତ ରୋଗୀ । ଗୋଟିଏ ହାତ ଓ ଗୋଟିଏ ଗୋଡ ପକ୍ଷଘାତ ଯୋଗୁଁ ଚଳୁନାହିଁ । ପରିବାରଲୋକ କହିଲେ କେହି ନାହାନ୍ତି । ସେ ସଂପୁର୍ଣ୍ଣ ବେସାହାରା ଭାବରେ ଗ୍ରାମର ଏକ ଝାଟିମାଟି ଘରେ ପଡି ରହିଛନ୍ତି । ଅଛୁଆଁ ଜାତି ବୋଲି ଇଛା ଥିଲେ ବି କେହି ସାହାଯ୍ୟ କରିବାକୁ ଆଗେଇ ଆସିନାହାନ୍ତି । ଉପାସୀଙ୍କୁ ଚିକିତ୍ସା ଓ ସେବା ଦରକାର ।
କିନ୍ତୁ ଜାତି ପାଇଁ ତାଙ୍କୁ ଏହି ମୌଳିକ ଅଧିକାରରୁ ବଞ୍ଚିତ ହେବାକୁ ପଡୁଅଛି । ଜିଲ୍ଲାରେ ମାଳ ମାଳ ସ୍ୱେଛାସେବୀ ସଂସ୍ଥା ଥିଲେ ମଧ୍ୟ କେବଳ ସରକାରୀ ଅନୁଦାନକୁ ଅପେକ୍ଷା । ଏହିଭଳି ନିସହାୟ ଲୋକଙ୍କ ପାଇଁ ଯେପରି ଭଗବାନହିଁ ଭରସା ।
ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉପାସୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ସଙ୍ଗେ ସଙ୍ଗେ ତାର ଭରଣପୋଷଣ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।
ବୌଦ୍ଧ ବିଡିଓଙ୍କ ଦାୟିତ୍ୱ ଗ୍ରହଣ
ବୌଦ୍ଧ, ୨୪/୬: ବହୁ ଦିନ ଖାଲି ପଡିବାପରେ ବୌଦ୍ଧ ବ୍ଲକର ନୂତନ ବିଡିଓ ଭାବେ ଅଭିନାସ ପାଣ୍ଡିଆ ବିଧିବଦ୍ଧଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପାଣ୍ଡିଆ ପୁର୍ବରୁ ବୌଦ୍ଧ ପ୍ରଶାସନରେ ଡେପୁଟି କଲେକ୍ଟର ଭାବେ ନିଜର କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି ।
କୋଭିଡ ମହାମାରି ସମୟରେ ସେ ପ୍ରଶାସନର ନୀତି ନିୟମକୁ ଠିକ ଭାବରେ ଲୋକଙ୍କୁ ଅବଗତ କରାଇ ପାରିଥିଲେ । ପରେ ସେ ବୌଦ୍ଧର ତହସିଲଦାର ଭାବେ କାର୍ଯ୍ୟଭାର ନିର୍ବାହ କରି ରାଜସ୍ୱ ଆଦାୟ କରିବାରେ ରେକର୍ଡ ସୃଷ୍ଟି କରି ପ୍ରସାଶନର ବିଶ୍ୱାସ ଭାଜନ ହୋଇପାରି ବୌଦ୍ଧ ବିଡିଓ ଭାବେ ଦାୟିତ୍ୱ ସମ୍ପାଦନ କରିବା ସୁଯୋଗ ଆତେଇ ପରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031