Indus Valley Times

ବୌଦ୍ଧ : ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ୨ ନାବାଳକ ଗିରଫ

 Breaking News

ବୌଦ୍ଧ : ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ୨ ନାବାଳକ ଗିରଫ

ବୌଦ୍ଧ : ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ୨ ନାବାଳକ ଗିରଫ
March 10
21:27 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୩: ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଇନ୍ସପେକ୍ଟର ସାଗରିକ ପ୍ରଧାନ ଙ୍କ ନେତୃତ୍ଵ ଏକ ଟିମ ପାଟଲିପଡ଼ା ଜଙ୍ଗଲ ରେ ଚଢ଼ାଉ କରାଯାଇ ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ୨ ନାବାଳକ ଗିରଫ କରାଯାଇ କିଶୋର ନ୍ୟାୟ ବୋର୍ଡରେ ହାଜର କରାଯାଇଛି ।
ସେମାନଙ୍କ ମଧ୍ୟରୁ ଜଣଙ୍କୁ ବୌଦ୍ଧ ଉପକାରାଗାର ଓ ଅନ୍ୟ ଜଣଙ୍କୁ ରାଉରକେଲା କିଶୋର କାରାଗାରକୁ ସ୍ଥାନାନ୍ତର କରାଯାଇଛି, ଅବକାରୀ ବିଭାଗ ସୂଚନା ଅନୁସାରେ, ବୌଦ୍ଧ ଥାନା ଅନ୍ତର୍ଗତ ପାଟଲିପଡ଼ା ଠାରେ ଗଞ୍ଜେଇ ଥିବା ସୂଚନା ପାଇ ଅବକାରୀ ବିଭାଗର ଏକ ଟିମ ପାଟଲିପଡ଼ା ଜଙ୍ଗଲରେ ଚଢ଼ଉ କରିଥିଲେ ।
ଚଢାଉ ସମୟର ଜଙ୍ଗଲ ମଧ୍ୟରେ ଏକ ମହୁଲ ଗଛ ତଳେ ଦୁଇ ନାବାଳକ( ୧୬ ଓ ୧୭ ବର୍ଷ) ବସ୍ତାରେ ଗଞ୍ଜେଇ ଭର୍ତ୍ତି କରୁଥିବା ବେଳେ ଅବକାରୀ କର୍ମଚାରୀ ମାଡ଼ି ବସିଥିଲେ।
ଆଠ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ
ବୌଦ୍ଧ,୧୦/୩: ସାରା ରାଜ୍ୟରେ ଅଙ୍ଗନୱାଡି କର୍ମୀ ମାନେ ସମସ୍ତ ସରକାରୀ କାର୍ଯ୍ୟ କରିଆସୁଥିବା ବେଳେ ଅଙ୍ଗନୱାଡି କର୍ମୀ ବିଭିନ୍ନ ସମସ୍ୟା ନେଇ ଗତି କରୁଛନ୍ତି । କିନ୍ତୁ ସରକାର ସେମାନଙ୍କ ଦାବୀ ପୁରଣ କରିବାରେ ବିଫଳ ହେଉଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଆସୁଛି । ଏନେଇ ସାରା ରାଜ୍ୟରେ ସଂଘ ପକ୍ଷରୁ ବିକ୍ଷୋଭ ଓ ଆନ୍ଦୋଳନ ଚାଲୁରହିଛି ।
ଏନେଇ ଗୁରୁବାର ଦିନ ଅଲ ଓଡିଶା ଲେଡିଜ ୱାର୍କରର୍ସ ଆସୋସିଏସନ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଆଠ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ବୌଦ୍ଧ ଜିଲ୍ଲା ଅଙ୍ଗନୱାଡି ସଂଘ ଶାଖା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ସହରର କଚେରୀ ଖେଳପଡିଆ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଦାବୀ ଗୁଡିକହେଲା ୨୦୧୮ ମସିହାରେ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଅଙ୍ଗନୱାଡି କର୍ମୀଙ୍କୁ ଜଣଙ୍କୁ ପୁନଃ ନିଯୁକ୍ତି ଦିଆଯାଉ, ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ, ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତାମିଳିନାହି ସେ ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀ ମାସିକ ୧୮ ହଜାର ଓ ପାଚିକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯାଉ, ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ କରାଯାଉ, ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନଙ୍କୁ ଅବସରକାଳିନ ସହାୟତା ୫ ଲକ୍ଷ ଓ ମାସିକ ୫ ହଜାର ଟଙ୍କା ପେନସନ ପ୍ରଦାନ କରାଯାଉ କାର୍ଯ୍ୟରତ ସମୟରେ ମୃତ୍ୟୁ କଲେ ମୃତ୍ୟୁ କାଳିନ ସହାୟତା ୫ ଲକ୍ଷ ସହ ପରିବାରର ଜଣକୁ ଚାକିରି ପ୍ରଦାନ କରାଯାଉ , ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡିଙ୍କୁ ବାଦ ଦିଆଯାଉ ।
ନୁତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧରରେ ବୟସ ସୀମା ନରଖି ସମସ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ପ୍ରି- ପ୍ରାାଇମେରୀ ଶିକ୍ଷୟତ୍ରୀର ମାନ୍ୟତା ପ୍ରଦାନ କରାଯାଉ ଓ ୫୦ ପ୍ରତିଶତ ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଊଥିବା ବେଳେ ଅଶୁ ୫୦ ପ୍ରତିଶତ ସ୍ନାତକ ଓ ଚତୁର୍ଦ୍ଧ ଅଙ୍ଗନୱାଡିକର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ ଆଦି ଦାବୀ କରିଥିଲେ ।
ସଂଘ ପକ୍ଷରୁ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ସଂଘର ସଭାପତି ଉର୍ମିଳା ମହାପାତ୍ର ଓ ସାଂପଦକ ସତ୍ୟବତୀ ସାହୁଙ୍କ ନେତୃତ୍ୱରେ ସଂଘର ସମସ୍ତ ସଦସ୍ୟ ମାନେ ସାମିଲ ହୋଇଥିଲେ ।
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ
ବୌଦ୍ଧ,୧୦/୩: ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧ ଏ.ଏନ୍‌.ଏମ୍ ତାଲିମ କେନ୍ଦ୍ର ଠାରେ ଗତ ବୁଧବାର ଦିନ ଆର୍ନ୍ତଜାତୀୟ ମହିଳା ପାଳିତ ହୋଇଛି । ଏହି ଅବସରରେ ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ, ପ୍ରି-କନ୍ସେପ୍ଟ ଏବଂ ପ୍ରି-ନାଟାଲ୍ ଡାଇଗ୍ନୋଷ୍ଟିକ କୌଶଳ ଅଧିନିୟମ, ୧୯୯୪, ଯୌନ ଅପରାଧ ଆଇନରୁ ଶିଶୁମାନଙ୍କର ସୁରକ୍ଷା, ପିଡିତା କ୍ଷତିପୂରଣ ଯୋଜନା ଇତ୍ୟାଦି ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସାସ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ନାବାଳକ ନ୍ୟାୟ ବୋର୍ଡର ସଦସ୍ୟ ରାଜିବ କୁମାର ନାଏକ, ଜିଲ୍ଲା ଆଇନସେବା ପ୍ରାଧିକରଣର ପ୍ୟାନେଲ ଓକିଲ ବିକାଶ ଚନ୍ଦ୍ର ବେହେରା ଏବଂ ଏ.ଏନ୍‌.ଏମ୍ ତାଲିମ କେନ୍ଦ୍ରର ଶିକ୍ଷୟତ୍ରୀ କମଳା ବେହେରା ଉପସ୍ଥିତ ଥିଲେ । ଏ.ଏନ୍‌.ଏମ୍ ତାଲିମ କେନ୍ଦରେ ତାଲିମ ନେଉଥିବା ମହିଳାମାନେ ଯୋଗ ଦେଇଥିଲେ ।
ଜିଲ୍ଲା କଂଗ୍ରେସ ପକ୍ଷରୁ ଜୀବନବୀମା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବୌଦ୍ଧ,୧୦/୩: ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୌଦ୍ଧ ସହର ଠାରେ ଥିବା ଭାରତୀୟ ଜୀବନବୀମା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ନବକୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଦଳର କର୍ମୀ ମାନେ ଯୋଗ ଦେଇ ଆଦାନି ଗ୍ରୁପର ଜାଲିଆତି ଓ ରାଷ୍ଟ୍ରବିରୋଧି କାରନାମା, ଆଦାନି କମ୍ପାନୀର ଅର୍ଥନୈତିକ ଅପରାଧ ପ୍ରସଙ୍ଗ ସଂସଦରେ ଆଲୋଚନା ହେଉ, କଳାକରାରମାନାର ପର୍ଦାଫାଶ ପାଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ କରାଯାଉ ଆଦି ଦାବିରେ ଜୀବନବିମା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଆଇସିସି ସଦସ୍ୟ ବିସ୍ମୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଜିଲ୍ଲା ଉପସଭାପତି ସମରେଶ ମିଶ୍ର , ଜିଲ୍ଲା ମୁଖପାତ୍ର ଶାନ୍ତନୁ ମହାପାତ୍ର, ପୁର୍ବତନ ପିସିସି ସଭ୍ୟ ରାୟ ସଂଜିବ କୁମାର ଦେଓ,ଗଣେଶ ଅଗ୍ରୱାଲା , ପଙ୍କଜ କର୍ଣ୍ଣ, ଉଦୟନାଥ ଶର୍ମା, ସମରେନ୍ଦ୍ର ମହାକୁଡ, ପ୍ରଦ୍ୟୁମ୍ନ ଧଳ, ସନ୍ଧ୍ୟାରାଣି ସିଂ, ରୌିହିତାଶ୍ୱ ବେହେରା, ଚିତ ବେହେରାଙ୍କ ସମତେ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031