Indus Valley Times

ବୌଦ୍ଧ: କୋଭିଡ କଟକଣା ମଧ୍ୟରେ ଜନ୍ମାଷ୍ଟମୀ ପାଳିତ

 Breaking News

ବୌଦ୍ଧ: କୋଭିଡ କଟକଣା ମଧ୍ୟରେ ଜନ୍ମାଷ୍ଟମୀ ପାଳିତ

August 12
11:57 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୌଦ୍ଧ,୧୨/୮: ମହାମାରୀ କରୋନା ଭାଇରସ୍ ଯୋଗୁଁ ଅନେକ ପର୍ବପର୍ବାଣୀ ଓ ଓଷା ବ୍ରତ ପାଳନ ଗତ ୫ ମାସ ଧରି ପ୍ରଭାବିତ ହେଉଛି । ଏହି କଟକଣା ଭିତରେ ମଙ୍ଗଳବାର ଦିନ ପବିତ୍ର ଜନ୍ମାଷ୍ଟମୀ ବ୍ରତପାଳିତ ହୋଇଛି । ବୌଦ୍ଧ ଜିଲ୍ଲାରେ ଲକ୍ ଡାଉନ ଓ ସଟ୍ ଡାଉନରେ ସୋମବାର ଦିନ ଠାରୁ ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୨ଟା ଯାଏଁ ଟିକିଏ କୋହଳ ହୋଇଥିଲେ ମଧ୍ୟ କଟକଣା ସମ୍ପୁର୍ଣ୍ଣ ହଟି ନାହିଁ ।
କଟକଣାକୁ ଦେଖି ବ୍ରତୀମାନେ ନିରାଡମ୍ବର ଭାବରେ କୋଭିଡ୍ ଆଇନକୁ ମାନି ଜନ୍ମାଷ୍ଟମୀ ପାଳନ କରିଛନ୍ତି । ବୌଦ୍ଧ ସହର ବିରାଜିତ ଶ୍ରୀ ଶ୍ରୀ ମଦନ ମୋହନ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ବୁଟୁପାଲିର ରାଧାକ୍ରିଷ୍ଣ ମନ୍ଦିର, ହରଭଙ୍ଗା ଶ୍ରୀ ଜଗନ୍ନାଥ ମନ୍ଦିର, ମନମୁଣ୍ଡା ଶ୍ରୀ ଦଧିବାମନ ମନ୍ଦିର, ଆମ୍ବଗହଣା ଶ୍ରୀ ଦଧିବାମନ ମନ୍ଦିର ଆଦି ମନ୍ଦିର ସହିତ ଜିଲ୍ଲାର ସମସ୍ତ ବୈଷ୍ଣବୀୟ ମନ୍ଦିରରେ ବିଧି ରକ୍ଷା ପାଇଁ ଭକ୍ତଙ୍କ ବିନା ଗହଳିରେ ଆଜି ସକାଳୁ ଜନ୍ମାଷ୍ଟମୀର ପୂଜାଅର୍ଚ୍ଚନା ଆରମ୍ଭ ହୋଇଯାଇଛି ।
ସେହିପରି ନୂଆସାହି, ସୁଦସାହି, ପୋଡାପୋଡା, ସାନ ମାଳିସାହି, ଓ ଗାଆଁ ମାନଙ୍କରେ ଥିବା ପାରମ୍ପରିକ ଭାଗବତ ମାନଙ୍କରେ ଭକ୍ତମାନେ ବ୍ରତ ଆରମ୍ଭ କରିଛନ୍ତି । ସେହିପରି ଯାଦବ ସଂପ୍ରଦାୟ ପକ୍ଷରୁ ସହରରେ ମଧ୍ୟ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଇଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031