Indus Valley Times

ବୌଦ୍ଧ : ଛାତ୍ରୀଙ୍କକୃତିତୃ, ପ୍ରାଣୀ ବିଜ୍ଞାନରେ ୪ ର୍ଥ

 Breaking News

ବୌଦ୍ଧ : ଛାତ୍ରୀଙ୍କକୃତିତୃ, ପ୍ରାଣୀ ବିଜ୍ଞାନରେ ୪ ର୍ଥ

ବୌଦ୍ଧ : ଛାତ୍ରୀଙ୍କକୃତିତୃ, ପ୍ରାଣୀ ବିଜ୍ଞାନରେ ୪ ର୍ଥ
June 19
22:44 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୬: ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଛାତ୍ରୀ ପ୍ରିୟା କୁମାରୀ ଗୁପ୍ତା ଚଳିତ ବର୍ଷ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରାଣୀ ବିଜ୍ଞାନରେ ସ୍ନାତକ ସମ୍ମାନରେ ୪ର୍ଥ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଛନ୍ତି ।
ତାଙ୍କର ଏହି କୃତିତ୍ୱ ପାଇଁ ସେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା , ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଗୀତାଂଜଳି ମହାପାତ୍ର ତଥା ଅନ୍ୟାନ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଚଳିତ ବର୍ଷ ପ୍ରାଣୀ ବିଜ୍ଞାନରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତର୍ଣ୍ଣ ହୋଇଥିବାରୁ ଅଧ୍ୟାପକ ଅଧ୍ୟାପିକା ସମସ୍ତ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ବୌଦ୍ଧ ସହରର ଅରୁଣ ଗୁପ୍ତାଙ୍କ କନ୍ୟା ଅଟନ୍ତି ।
ବର୍ଷା ପାଇଁ ଚାଲିଛି ଇନ୍ଦ୍ର ପୂଜା
ବୌଦ୍ଧ,୧୯/୬: ବୌଦ୍ଧ ଜିଲ୍ଲା ଏକ କୃଷି ଭୁତ୍ତିକ ଜିଲ୍ଲା ଅଟୋ । ଜିଲ୍ଲାରେ ଚାଷ କହିଲେ ଧାନ ଚାଷକୁ ବୁଝାଏ । ଅକ୍ଷୟ ତୃତୀୟା ଦିନ ଚଷା ପୁଅ ତାର ଚାଷ ପାଇଁ ଶୁଭ ଅନୁକୁଳ କରିଥିବା ବେଳେ କିନ୍ତୁ ଅକ୍ଷୟ ତୃତୀୟ ପରେ ବୌଦ୍ଧ ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ । ବର୍ତ୍ତମାନ ସାରା ଜିଲ୍ଲାରେ ପ୍ରଚଣ୍ଡ ଶ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାରଦ ପ୍ରାୟ ୪୪ ଡିଗ୍ରୀ ଉପରେ ରହୁଛି ।
ଯେମିତି ଲାଗୁଛି ଆକାଶରୁ ଅଗ୍ନି ବର୍ଷା ହେଉଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନ ଜୀବନ ପୁରାପୁରୀ ଅସ୍ତବ୍ୟସ୍ତ ହୋଇପଡିଛି । ପୁର୍ବ ପୁରୁଷରୁ ବିଶ୍ୱାସ ରହିଛି ଇନ୍ଦ୍ର ଦେବତାଙ୍କୁ ପୁଜା କଲେ ବର୍ଷା ହୋଇଥାଏ ବୋଲି । ଏତେ ଏହି ଖରାରୁ ରକ୍ଷା ପାଇବାପାଇ ଓ ଚାଷ କାମ ଆରମ୍ଭ କରିବାକୁ ଅଞ୍ଚଳରେ ବର୍ଷା ହେବା ପାଇ ଶନିବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ବାଣିଭୁଷଣପୁର ଗ୍ରାମପଞ୍ଚାୟତର ଠିଡିକାଯୋର ଗ୍ରାମରେ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଇନ୍ଦ୍ର ଯଜ୍ଞ ହୋଇଛି । ଏହି ଇନ୍ଦ୍ର ଯଜ୍ଞ ପାଇ ପଞ୍ଚାୟତର ୧୮ ଖଣ୍ଡ ଗ୍ରାମର ଗ୍ରାମବାସୀ ସାମିଲ ହୋଇଛନ୍ତି ।
ଏହି ପୂଜାକୁ ଗୋପାଳ ପଣ୍ଡା ମୁଖ୍ୟ ପୁଜକ ଭାବେ ଯୋଗ ଦେଇ ପୁଜାକରିଥିବାବେଳେ ପ୍ରଭାତ କୁମାର ପ୍ରଧାନ, ଗୋବର୍ଦ୍ଧନ ମଲିକ , ପ୍ରଶାନ୍ତ ଦେହୁରୀ, ଦାଶରଥି ପ୍ରଧାନ , କୃଷ୍ଣ ମଲିକ ,ଉଗ୍ରେସନ ଦେହୁରୀ, ନିଳମଣି ଭୋଇ, ଭୀମସେନ ବେହେରା, ଭକ୍ତ ନାଏକ , ଯତ୍ନ ନାଏକ , ନିଳାମ୍ବର ପ୍ରଧାନ ,ବିଜୟ ନାଏକଙ୍କ ସମେତ ବିଭିନ୍ନ ଗ୍ରାମର ଲୋକମାନେ ସାମିଲ ଥିଲେ ।
ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମ୍ୟୁଜିୟମ ପରିଦର୍ଶନ
ବୌଦ୍ଧ,୧୯/୬: ବୌଦ୍ଧ ଜିଲ୍ଲା ମ୍ୟୁଜିୟମ କୁ ଆମେରିକାରୁ ଆସିଥିବା ଏକ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି । ଆମେରିକାର ଏହି ପ୍ରତିନିଧି ଦଳ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ସହିତ କେତେକ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଛନ୍ତି । ପ୍ରତିନିଧି ଦଳ ଜିଲ୍ଲା ମ୍ୟୁଜିୟମ ପରିଦର୍ଶନ କରିବା ସହ ସଂଗୃହିତ ବିଭିନ୍ନ ଐତିହାସିକ ସାମଗ୍ରୀ ସଂପର୍କରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତୀ ବଳିୟାର ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଙ୍କ ସମତେ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031