Indus Valley Times

ବୌଦ୍ଧ: ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଜ଼ିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

 Breaking News

ବୌଦ୍ଧ: ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଜ଼ିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

November 04
22:47 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୧୧: ପୂର୍ବାହ୍ନ ୧୦.୩୦ ମି. ସମୟରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଜ଼ିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାଶ ମୋ ସରକାର, ମୁଖ୍ୟ ମନ୍ତ୍ରୀ ଙ୍କ ବାର୍ତ୍ତା, ଦୁର୍ନୀତି ନିବାରଣ ପାଇଁ ନୈତିକ ମୂଲ୍ୟବୋଧ, ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ ନିଜ ମାନସିକତାର ପରିବର୍ତ୍ତନ କରିବା ସହିତ ପ୍ରତ୍ୟେକ କାମରେ ସାଧୁତା ଏବଂ ସ୍ୱଚ୍ଛତା ବଜାୟ ରଖି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରସାଦ ଅଫିସ ଏକ ମନ୍ଦିର, କାମ ହିଁ ପୂଜା ବୋଲି କହିବା ସହ ପରିବେଶ ର ସୁରକ୍ଷା, ନିଜ ର କର୍ତବ୍ୟ ପ୍ରତି ସଚେତନତା, ଦୁର୍ନୀତି କଲେ ଦଣ୍ଡିତ ହେବା ପାଇଁ ଆଇନ ବିଷୟରେ ନିଜର ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ, ବୌଦ୍ଧଗଡ଼ ଵିଜ୍ଞାପିତ ଅଞ୍ଚଳ ପରିଷଦ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ମୁଖ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ, ଶ୍ରୀଯୁକ୍ତ ରବି ନାରାୟଣ ତ୍ରିପାଠୀ ଯୋଗ ଦେଇ ଦୁର୍ନୀତି ଦେଶ ର ଦୃଢ଼ତା କୁ ଦୁର୍ବଳ କରିଥାଏ, ଏଣୁ ଏକ ସୁସ୍ଥ ସମାଜ ଗଠନ ପାଇଁ ଦୁର୍ନୀତି ର ମୁଳତ୍ପାଟନ ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଡି. ଏସ. ପି. ଶ୍ରୀଯୁକ୍ତ ସୁରେଶ କୁମାର କଁହର ଯୋଗ ଦେଇ ଦୁର୍ନୀତି ବିରୁଦ୍ଧରେ ରେ ନିଜ ବିଭାଗ ପକ୍ଷ ରୁ ହେଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କ ରେ ନିଜ ବକ୍ତବ୍ୟ ରଖିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ର ୧୦ ମ ଶ୍ରେଣୀ ଛାତ୍ରୀ ତୃପ୍ତିମୟୀ ଭଞ୍ଜ ଏବଂ ବୌଦ୍ଧପଂଚାୟତ ମହାବିଦ୍ୟାଳୟ ର ଛାତ୍ର ପ୍ରବୀଣ ସେଠି , ନିଜ ନିଜ ବକ୍ତବ୍ୟ ରେ ଦୁର୍ନୀତି କୁ ବିରୋଧ କରିବା ରାଷ୍ଟ୍ର ପ୍ରତି ସମର୍ପିତ ରହିବା ବିଷୟବସ୍ତୁ ଉପରେ ସାରଗର୍ଭକ ଭାଷଣ ରଖିଥିଲେ ।
ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ, ସଚେତନତା ସପ୍ତାହ ର ଉଦ୍ଦେଶ୍ୟ ଜ୍ଞାପନ ଉପରେ ଏକ କବିତା ପାଠ କରିଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ସଭା କୁ ପରିଚାଳନା କରିଥିଲେ । ଶେଷରେ ଇନ୍ସପେକ୍ଟର ଶ୍ରୀଯୁକ୍ତ ଜଗବନ୍ଧୁ ଅଙ୍ଗାରିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ବ୍ଲକ କଳା ସଂସ୍କୃତି ସଙ୍ଘ ର ଉପ ସଭାପତି ସ୍ୱାଧୀନ କୁମାର ପରିଡା ଏକ ସଚେତନତା ସଂଗୀତ ପରିବେଷଣ କରିଥିଲେ । ଏଥିସହିତ ସୌମିତ୍ରୀ ମାଟିଆ, କରୁଣାକର ବଗର୍ତ୍ତୀ ଏବଂ ସାଥି ଭଜନ ଏବଂସଚେତନତା ଉପରେ ଦାସକାଠିଆ ପରିବେଷଣ କରିଥିଲେ ।
ଏହି ଅବସରରେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦାଶ ସମସ୍ତଙ୍କୁ ଦୁର୍ନୀତି ବିରୁଦ୍ଧରେ ଶପଥ ପାଠ କରାଇଥିଲେ । ଶେଷରେ ବିଦ୍ୟାଳୟ, ମହାବିଦ୍ୟାଳୟ ମଧ୍ୟ ରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା ର ୧୮ ଜଣ କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସ୍ୱାଧୀନ ପରିଡା ଏବଂ ସାଥି ଙ୍କୁ ମଧ୍ୟ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031