Indus Valley Times

ବୌଦ୍ଧ ଜିଲ୍ଲାପରିଷଦ ବୈଠକ ; କରୋନା ତୃତୀୟ ଲହରକୁ ଆଶଙ୍କା କରି ଜିଲାରେ ପ୍ରସ୍ତୁତିକୁ ଗୁରୁତ୍ୱ

 Breaking News

ବୌଦ୍ଧ ଜିଲ୍ଲାପରିଷଦ ବୈଠକ ; କରୋନା ତୃତୀୟ ଲହରକୁ ଆଶଙ୍କା କରି ଜିଲାରେ ପ୍ରସ୍ତୁତିକୁ ଗୁରୁତ୍ୱ

ବୌଦ୍ଧ ଜିଲ୍ଲାପରିଷଦ ବୈଠକ ; କରୋନା ତୃତୀୟ ଲହରକୁ ଆଶଙ୍କା କରି ଜିଲାରେ ପ୍ରସ୍ତୁତିକୁ ଗୁରୁତ୍ୱ
July 08
09:08 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୭ : ବୌଦ୍ଧ ଜିଲ୍ଲାପରିଷଦ ବୈଠକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ତଥା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହିତ କୋଭିଡ କଟକଣା ଯୋଗୁଁ ସ୍ୱଳ୍ପ ସଂଖ୍ୟାରେ ଉପସ୍ଥିତ ସଦସ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଆଭାସୀ ଜରିଆରେ ବୈଠକରେ ଯୋଗଦେଇଥିବାରୁ ସ୍ୱଳ୍ପ ସମୟ ମଧ୍ୟରେ ଆଲୋଚନା ସାରିବାକୁ ପରାମର୍ଶ ଦେବା ସହିତ ସଦସ୍ୟମାନେ ଲିଖିତ ଭାବରେ ନିଜର ମତ ଜଣାଇଲେ ସମୀକ୍ଷା କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀମିଶ୍ର ସୂଚନା ଦେଇ କହିଥିଲେଯେ କରୋନା ତୃତୀୟ ଲହରକୁ ଆଶଙ୍କା କରି ଜିଲାରେ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଜିଲ୍ଲାର ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ ଟି ଶଯ୍ୟା,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ ଟି ଶଯ୍ୟା ଓ ଅତିରିକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ୫ ଟି ଶଯ୍ୟା ପ୍ରସ୍ତୁତ କରି ରଖାଯିବାକୁ ନିଷ୍ପତି ନିଆଯାଇଛି । ରାଜ୍ୟ ସରକାର କୋଭିଡ ମୁକାବିଲାରେ ବିଭିନ୍ନ ଭିତିଭୂମି ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ପୂର୍ବରୁ ୧ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ପରବର୍ତ୍ତି ସମୟରେ ୩.୫ କୋଟି ଟଙ୍କା ଯୋଗାଇଦେଇଛନ୍ତି । ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଭିତିଭୂମି ନିର୍ମାଣ କରାଯାଇଥିବାବେଳେ ଖୁବଶିଘ୍ର କୋଭିଡ ପରୀକ୍ଷା ପାଇଁ ସ୍ୱତନ୍ତ୍ର ପରୀକ୍ଷାଗାର ଓ ସିଟିସ୍କାନ ମେସିନ ସ୍ଥାପନ କରାଯିବ । ସେହିପରି କୋଭିଡ ପାଇଁ ଜିଲ୍ଲାରେ ଚାଲିଥିବା ଅନେକ ପ୍ରକଳ୍ପ କାର୍ଯ୍ୟ ଧିମେଇ ଯାଇଥିବାବେଳେ ସେଗୁଡିକ ତ୍ୱରାନ୍ୱିତ କରି ସମାପ୍ତ କରିବାକୁ ବୈଠକରେ ଜିଲ୍ଲାପାଳ ଶ୍ରୀମିଶ୍ର ଗୁରୁତ୍ୱ ଦେଇଥିଲେ । ଆଭାସୀ ଜରିଆରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ମହିଧର ରଣା ବୈଠକରେ ଯୋଗଦେଇ ଜିଲ୍ଲାରେ ଚାଷୀମାନେ କିପରି ଉପକୃତ ହୋଇପାରିବେ ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । କୋଭିଡ ମୁକାବିଲା ପାଇଁ ପ୍ରଶାସନକୁ ପ୍ରଶଂସା କରିବା ସହିତ ବନ୍ୟା ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଓ କ୍ଷତିଗ୍ରସ୍ତ ରାସ୍ତାଗୁଡିକର ମରାମତି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସାଂସଦ ପ୍ରତିନିଧି ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର ବୈଠକରେ ଯୋଗଦେଇ ପ୍ରଶାସନକୁ ସବୁବେଳେ ସମାଲୋଚନା ନକରି ବୈଠକରେ ଖୋଲାମତ ରଖିବାସହ ସହଯୋଗ କଲେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭୋଇ କୋଭିଡ ସମୟରେ ବିଧବା,ବୃଦ୍ଧ ଓ ବୃଦ୍ଧାମାନେ ଠିକ ଭାବରେ ଭତା ପାଉନଥିବାରୁ ଉଦବେଗ ପ୍ରକାଶ କରିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତା ପ୍ରଦାନ କରିବାକୁ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ବୈଠକରେ ସମସ୍ତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଆଭାସୀ ଜରିଆରେ ଯୋଗଦାନ କରିଥିଲେ । ଶେଷରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।
୭୨ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ବୌଦ୍ଧଜିଲ୍ଲାରେ ୧୯୪ ହେକ୍ଟର ଜଙ୍ଗଲ ବୃଦ୍ଧି ପାଇଛି
ବୌଦ୍ଧ, ୮/୭ : ବୌଦ୍ଧରେ ୭୨ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କାଲେଶ୍ୱର ଛକଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡର ଖଣ୍ଡିୟ ବନାଧିକାରୀ ଯଶୋବନ୍ତ ସେଠୀ ୨୦୨୧-୨୨ ରେ ହେବାକୁ ଥିବା ବନୀକରଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଆଧାରରେ ବୌଦ୍ଧ ଜିଲ୍ଲାର ଜଙ୍ଗଲ ଆୟତନ ୧୯୪ ହେକ୍ଟର ବୃଦ୍ଧି ପାଇଥିବା ଶ୍ରୀସେଠୀ ସୂଚନା ଦେବା ସହିତ ଚଳିତ ବର୍ଷ ବ୍ଲକ ପ୍ଲାଣ୍ଟେସନ ମାଧ୍ୟମରେ ୨୦୬ ହେକ୍ଟର,ଗ୍ୟାପ ପ୍ଲାଣ୍ଟେସନ ରେ ୨୩୨୬ ହେକ୍ଟର,ଏଭିନ୍ୟୁ ପ୍ଲାଣ୍ଟେସନ ମାଧ୍ୟମରେ ୧୩୦ କିଲାମିଟର ସମୁଦାୟ ୯୭୮୯୦୦ ଗୋଟି ଚାରା ରୋପଣ ଓ ୭୦୦୦୦୦ ଗୋଟି ଚାରା ବଣ୍ଟନ କରାଯିବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାରେ ଖୋଲାଯାଇଥିବା ଚାରା ବଣ୍ଟନ କେନ୍ଦ୍ରରୁ ଚାରା ଆଣି ନିଜ ବଗିଚାରେ ଲଗାଇବାକୁ ଶ୍ରୀସେଠୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଦୌରାଜଜ ସୁଶ୍ରୀ ପ୍ରତିମା ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜନସାଧାରଣଙ୍କୁ ବୃକ୍ଷ ଅଧିକ ସଂଖ୍ୟାରେ ବୃକ୍ଷ ରୋପଣ ପରିବେଶର ସୁରକ୍ଷା କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ନୂଆପଡା ବନ ସଂରକ୍ଷଣ ସମିତିକୁ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପୁରସ୍କାର ୨୦ ହଜାର ଟଙ୍କା ଓ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ପଲଶାଗୋରା ମିଳିତ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହିତ ପରିଚାଳନାରେ ସହଯୋଗ କରିଥିବା ଫ୍ରେଣ୍ଡସ କ୍ଲବକୁ ମଧ୍ୟ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ଗୋଛାୟତ,ରାଜେନ୍ଦ୍ର ଗୋଛାୟତ ଓ ଜିତେନ୍ଦ୍ର କୁମାର ବେହେରାଙ୍କ ସମେତ ବୌଦ୍ଧ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ବେହେରା,ବନପାଳ ସ୍ୱାଧୀନ ସାମଲ ଓ ବୌଦ୍ଧ ବନ ବିଭାଗର ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031