Indus Valley Times

ବୌଦ୍ଧ ଜିଲ୍ଲାପାଲଙ୍କ ସଦଭାବନା ସଭାଗୃହରେ ଚଳିତ ଖରିଫ ବର୍ଷ ୨୫-୨୬ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାପାଲଙ୍କ ସଦଭାବନା ସଭାଗୃହରେ ଚଳିତ ଖରିଫ ବର୍ଷ ୨୫-୨୬ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

November 23
11:28 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୧୧ : ବୌଦ୍ଧ ଜିଲ୍ଲାପାଲଙ୍କ ସଦଭାବନା ସଭାଗୃହରେ ଚଳିତ ଖରିଫ ବର୍ଷ ୨୫-୨୬ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ଡ଼ିସେମ୍ବର ୧୬ ତାରିଖ ତାରିଖରେ କଣ୍ଟାମାଲ୍ ବ୍ଳକ୍ ଓ ୨୩ ତାରିଖରେ ବୌଦ୍ଧ ଓ ହରଭଙ୍ଗା ବ୍ଳକ୍ ରେ ଧାନମଣ୍ଡି ଖୋଲିବା ନେଇ ଏହି କମିଟିରେ ଆଲୋଚନା ହୋଇଯାଇଛି ।
ଏହି ଅବସରରେ ଜିଲ୍ଲାପାଲ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଣ୍ଟାମାଲ୍ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗଯୋଗ ଦେଇ ଚଳିତ ବର୍ଷ ଜିଲ୍ଲାରେ ହେବାକୁ ଥିବା ଧାନ ସଂଗ୍ରହ କିପରି ସୁରୁଖୁରୁ ରେ ଧାନ କିଣା ହେବ ସେ ନେଇ ଆଲୋଚନା କରିଥିଲେ ।
ଯେମିତି ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ଚାଷୀ ଠିକ୍ ଭାବେ ବିକ୍ରୟ କରିପାରିବେ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଯୋଗ ଦେଇଥିଲେ ।
ଆସନ୍ତା ୧୬ ତାରିଖ ପୂର୍ବରୁ ମଣ୍ଡି ରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ।
ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀନାଥ ହାଁସଦା ଜିଲ୍ଲାରେ ଧାନ କିଣା ସମ୍ପର୍କରେ ସୂଚନା ଦେଇଥିଲେ ।
ଆଜିର ଏହି ବୈଠକରେ ଜିଲ୍ଳାର ସମସ୍ତ ମିଲର, ବିଭାଗୀୟ ଅଧିକାରୀ ମାନଙ୍କ ସମେତ ଚାଷୀ ମାନେ ଉପସ୍ଥିତ ଥିଲେ ।
ସେପଟେ ମିଲର୍ ମାନଂକ ପାଖରେ ଚାଉଳ ଗଚ୍ଛିତ ଥିବା ବେଳେ ତାର ସମାଧାନ ପାଇଁ ବୌଦ୍ଧ ବିଧାୟକ ଆଲୋଚନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31