Indus Valley Times

ବୌଦ୍ଧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତିନିଜଣ ଡେପୁଟୀ କଲେକ୍ଟରଙ୍କ ବିଦାୟକାଳୀନ ସଭା ଆୟୋଜନ ଅନୁଷ୍ଠିତ

 Breaking News

ବୌଦ୍ଧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତିନିଜଣ ଡେପୁଟୀ କଲେକ୍ଟରଙ୍କ ବିଦାୟକାଳୀନ ସଭା ଆୟୋଜନ ଅନୁଷ୍ଠିତ

ବୌଦ୍ଧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତିନିଜଣ ଡେପୁଟୀ କଲେକ୍ଟରଙ୍କ ବିଦାୟକାଳୀନ ସଭା ଆୟୋଜନ ଅନୁଷ୍ଠିତ
March 01
08:37 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୩ : ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ୩ ଜଣ ଡେପୁଟି କଲେକ୍ଟର ଶାଶ୍ୱତ ପ୍ରଧାନ, ସୂଚରିତା ମୁଗ୍ରୀ ଏବଂ ବବିତା ମିଶ୍ର ଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ଆଜି ସନ୍ଧ୍ୟା ରେ ଆୟୋଜିତ ଏକ ବିଦାୟ କାଳୀନ ସଭା ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜନ କରାଯାଇ ଅଧିକାରୀ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ କରାଯାଇଛି ।
ଏଥିସହ ବିଦାୟୀ ଡେପୁଟି କଲେକ୍ଟର ଅବସ୍ଥାପିତ ହୋଇଥିବା ନୂତନ ଯାଗାରେ ଭଲ ଭାବରେ ଦାୟିତ୍ୱ ର ସହ ନିଷ୍ଠାପର ଭାବେ କାମ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସମସ୍ତ ଙ୍କୁ ଆହ୍ୱାନ କରିଥିଲେ ।
ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅଧିକାରୀ ମାନଙ୍କ ବଦଳି ଯୋଗୁଁ ଆଉ କମ ଅଫିସର ଥିବାରୁ, କାମ କରିବା କଷ୍ଟ ସାଧ୍ୟ୍ୟ ଥିଲେ ମଧ୍ୟ ଟିମ ସ୍ପିରିଟ ନେଇ କାମ କରିବାକୁ ଆହ୍ୱାନ କରିଥିଲେ ।
ଏହି ଅବସରରେ ଆଜି ଚାକିରୀ ରୁ ଅବସର ଗ୍ରହଣ କରିଥିବା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ଜୟକୃଷ୍ଣ ମିଶ୍ର ଏବଂ ଭାରପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଡ଼. ମଦନ ମୋହନ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।
ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଅବସର ଗ୍ରହଣ କରିଥିବା ଡ଼. ମିଶ୍ର ଙ୍କ ଅବସର ସମୟ ଭଲରେ କଟୁ ବୋଲି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା ସହ ଡ଼. ମଦନ ମୋହନ ପ୍ରଧାନ ଙ୍କୁ ସୁଚାରୁ ରୂପେ ଭାରପ୍ରାପ୍ତ ଦାୟିତ୍ୱ ତୁଲାଇବା ପାଇଁ ଆହ୍ୱାନ କରିଥିଲେ ।
ଏହି ଅବସରରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳ, ଜ଼ିଲ୍ଲା ସ୍ତରୀୟ ଅଧିକାରୀ,ସମସ୍ତ ବରିଷ୍ଠ ରାଜସ୍ୱ ସହାୟକ, କନିଷ୍ଠ ରାଜସ୍ୱ ସହାୟକ, କନିଷ୍ଠ ସହାୟକ, ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ପିଏ, ଷ୍ଟେନୋ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ବିଦାୟ କାଳୀନ ସଭାରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31