Indus Valley Times

ବୌଦ୍ଧ ଜିଲ୍ଲାପାଳଙ୍କ ବୌଦ୍ଧ ବ୍ଲକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା : ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ପ୍ରେରଣା ଦେଲେ

 Breaking News

ବୌଦ୍ଧ ଜିଲ୍ଲାପାଳଙ୍କ ବୌଦ୍ଧ ବ୍ଲକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା : ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ପ୍ରେରଣା ଦେଲେ

ବୌଦ୍ଧ ଜିଲ୍ଲାପାଳଙ୍କ ବୌଦ୍ଧ ବ୍ଲକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା : ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ପ୍ରେରଣା ଦେଲେ
July 27
22:13 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୭ : ବୌଦ୍ଧ ବ୍ଲକରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ପରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କ ସହ ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ପରିଦର୍ଶନ କରି ସରକାରୀ ଯୋଜନାର କାର୍ଯ୍ୟକାରିତା, ଭିତ୍ତିଭୂମି ବିକାଶ ପ୍ରକଳ୍ପ ଏବଂ ଜନସାଧାରଣଙ୍କୁ ମିଳୁଥିବା ସେବାର ସ୍ଥିତି ସମୀକ୍ଷା କରିଥିଲେ।
ଏହି ଅବସରରେ ସେ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ଖମାରୀପଡ଼ା ଗ୍ରାମରେ ପ୍ରାଣୀସମ୍ପଦ ବିଭାଗର ସହାୟତାରେ ସ୍ଥାପିତ ଚାଷୀ ଲକ୍ଷ୍ମୀକାନ୍ତ ମହାକୁଳଙ୍କ ଗାଈ ଫାର୍ମ ପରିଦର୍ଶନ କରିଥିଲେ।
ଚାଷୀଙ୍କୁ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରି ସମନ୍ୱିତ ଚାଷ ପଦ୍ଧତି ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ପରେ ସେ ମୁଣ୍ଡାପଡ଼ା କୌଶଲ୍ୟା ଲୁହା ଓ କିଶୋରୀ ବାଘଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣାଧୀନ ଘର ପରିଦର୍ଶନ କରି କାର୍ଯ୍ୟକୁ ଅତିଶୀଘ୍ର ସମାପ୍ତ କରିବାକୁ କହିଥିଲେ।
ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣାଧୀନ ତେଲିବନ୍ଧ–ଚନ୍ଦ୍ରପୁର ରାସ୍ତା ପରିଦର୍ଶନ କରି କାର୍ଯ୍ୟର ଗୁଣାତ୍ମକ ମାନ ଓ ଗାର୍ଡୱାଲ୍ ନିର୍ମାଣର ସମୀକ୍ଷା କରିଥିଲେ।
ଆନନ୍ଦପୁର ଗ୍ରାମରେ ନିର୍ମିତ କ୍ଲଷ୍ଟର ବୋରୱେଲ୍ ପରିଦର୍ଶନ କରି ଏହା ସଫଳତାର ସହ କାର୍ଯ୍ୟକ୍ଷମ ଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ।
ଏହି ସମୟରେ ଗ୍ରାମବାସୀମାନେ ନିଜ ନାମରେ ଜମିର ପଟ୍ଟା ନ ଥିବା ଯୋଗୁଁ ଆବାସ ଯୋଜନାର ସୁବିଧା, ବାସିନ୍ଦା ପ୍ରମାଣପତ୍ର ଓ ଜମିର ମାନଚିତ୍ର ପ୍ରାପ୍ତିରେ ସମସ୍ୟା ହେଉଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ।
ଏହାପରେ ଜିଲ୍ଲାପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁଣ୍ଡାପଡ଼ା ପରିଦର୍ଶନ କରି ବିଭିନ୍ନ ଶ୍ରେଣୀଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ପାଠପଢ଼ାରେ ସେମାନଙ୍କର ସୁବିଧା ଓ ଅସୁବିଧା ବିଷୟରେ ପଚାରି ବୁଝିବା ସହ ନିଷ୍ଠାର ସହ ଅଧ୍ୟୟନ କରି ଭବିଷ୍ୟତରେ ଜଣେ ଜଣେ ଆଦର୍ଶ ନାଗରିକ ହୋଇ ପରିବାର, ସମାଜ ଓ ଜିଲ୍ଲାର ଗୌରବ ବଢ଼ାଇବାକୁ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ।
ସୁବର୍ଣ୍ଣପୁର ଗ୍ରାମରେ ୫.୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଗୋଷ୍ଠୀମଣ୍ଡପ ଏବଂ ନିର୍ମାଣାଧୀନ ମା\’ ମଙ୍ଗଳା କମ୍ୟୁନିଟି ସେଣ୍ଟର ପରିଦର୍ଶନ କରିଥିଲେ।
ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନେ ଖାଦ୍ୟ ସୁରକ୍ଷା ଯୋଜନାର ଖାଉଟି ସାମଗ୍ରୀ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ନିୟମିତ ପାଉଛନ୍ତି କି ନାହିଁ ବୁଝିଥିଲେ।
ବୁଣାକାର ସମ୍ପ୍ରଦାୟର ଅଧିକ ସଂଖ୍ୟକ ପରିବାର ବସବାସ କରୁଥିବାରୁ ସେମାନଙ୍କ ପାଇଁ ଉପଲବ୍ଧ ସମସ୍ତ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।
ଗସ୍ତର ଶେଷ ପର୍ଯ୍ୟାୟରେ ଜୁହ୍ନାପଙ୍କ ଗ୍ରାମରେ ୭.୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ ପରିଦର୍ଶନ କରି ଏହାକୁ ଅତିଶୀଘ୍ର ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରି ଯୋଗ୍ୟ ହିତାଧିକାରୀଙ୍କୁ ଆବଣ୍ଟନ କରିବା ପାଇଁ ବୌଦ୍ଧ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତ ସମୟରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ, ଏବିଡିଓ ସୁଦାମ ସାମଲ, ଏଇଇ ଶ୍ରୀମତୀ ପ୍ରାଚୀ ପରିମିତା ସାବତ, ବିଭିନ୍ନ ବିଭାଗର ଯନ୍ତ୍ରୀ, ପ୍ରାଣୀସମ୍ପଦ ବିଭାଗର ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031