Indus Valley Times

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

 Breaking News

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ
July 26
15:59 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୭: ମଙ୍ଗଳବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ବୌଦ୍ଧ ଦ୍ୱାରା ଜିଲ୍ଲାରେ ନୁତନ ଭାବେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୁପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି ନିରାପତ୍ତା ଏବଂ ବଞ୍ଚିରହିବା ସୁନିଶ୍ଚିତ କରିବା, କନ୍ୟା ଶିଶୁମାନେ ବିଦ୍ୟାଳୟକୁ ଯିବା ଏବଂ ବିଦ୍ୟାଳୟରେ ଉପସ୍ଥାନ ହାର ବଢାଇବା ନିଶ୍ଚିତ କରିବା, କନ୍ୟା ଶିଶୁର ଗୁରୁତ୍ୱ ସମ୍ପର୍କରେ ଗୋଷ୍ଠୀ ଏବଂ ସମସ୍ତ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଯାଇଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଳ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ପାୱର ପଏଣ୍ଟ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ସ୍ୱାକ୍ଷରିତା ହାର, ଲିଙ୍ଗଗତ ଅସମାନତା ଏବଂ ବାଲ୍ୟବିବାହ କ୍ଷେତ୍ରରେ ଜିଲ୍ଲାର ସ୍ଥିତି ସମ୍ପର୍କରେ ବିସ୍କୃତ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ନୃସଂହ ଚରଣ ସ୍ୱାଇଁ ଯୋଗଦେଇ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଜିଲ୍ଲାରେ କନ୍ୟାଭୃଣ ହତ୍ୟା, ବାଲ୍ୟବିବାହ ରେକିବାରେ ପ୍ରମୁଖ ଭୁମିକା ଗ୍ରହଣ କାରିବା ସହ ଶିକ୍ଷା କ୍ଷେତ୍ରରେ ଝିଅମାନେ ଅଗ୍ରଣୀ ଭୁମିକା ନିର୍ବାହ କରିବେ ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ରନାଥ କହଁର ଯୋଗଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିଶୁ ସୁରକ୍ଷା କୁ ସୁନିଶ୍ଚିତ କରିବା ଓ ଝିଅ ମାନଙ୍କ ପାଇଁ ଗ୍ରାମ୍ୟ ସ୍ତରରେ ସଚେତନତା ସୃଷ୍ଠିକରି ଝିଅ ହେଲେ ପାଠୋଇ ଦେଶ ଯିବ ଆଗେଇ ସ୍ଲୋଗାନ ଦେବାକୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ରାଜେନ୍ଦ୍ର ମେହେର ସି.ଇ.ଓ ୱାସିଡିଏ ଯୋଗଦେଇ ବୌଦ୍ଧ ଜିଲ୍ଲାରେ ବାଳିକା ଶିକ୍ଷା ଉପରେ ନିଜର ଗବେଶଣାତ୍ମକ ତଥ୍ୟ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରିଣୀ ଡ. ସଂଘମିତ୍ରା ଯୋଗଦେଇ ଗର୍ଭଧାରଣ ପୁର୍ବ ଓ ପ୍ରସବ ପୁର୍ବ ଜନ୍ମ ସଂକ୍ରନ୍ତ କୌଶଳ ଅଧିନିୟମ ର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆନାମିଆ ମୁକ୍ତ ଭାରତ ଅଭିଯାନ ଅମ୍ଲାନ,ଖୁସି ନାପକିନ ବ୍ୟବସ୍ଥା, ସଂଲ୍କପ-ସମ୍ପୁଣ୍ଣ ସ୍ୱାସ୍ଥ୍ୟ ଉପରେ ତଥ୍ୟ ଉପସ୍ଥାପନା କରିଥିଲେ ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାମଲ ଯୋଗଦେଇ ଅଦ୍ୱିକା, ପୋଷଣ ଆଦି ଯୋଜନାର କାଯ୍ୟକାରିତା ସଂକ୍ରାନ୍ତରେ ଆଲୋଚନା କରିଥିଲୋ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ଯୋଗଦେଇ ଝିଅ ପିଲାଙ୍କ ଶିକ୍ଷା ତଥା ଶିକ୍ଷା ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ କହିଥିଲେ । ଝିଅ ମାନଙ୍କ ମଧ୍ୟରେ ସର୍ବାଧିକ ନମ୍ବର ରଖି ଚଳିତ ବର୍ଷ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ଉତ୍ତିନ୍ନ ହୋଇଥିବା ପ୍ରଜ୍ଞା ପ୍ରିୟଦର୍ଶନୀ, ମୁସ୍କାନ ମିଶ୍ର, ଅର୍ପିତା ସ୍ୱୟଂଶ୍ରୀ ମିଶ୍ର, ସାଞ୍ଚି ଅଗ୍ରୱାଲ ଓ ବିଏସଇ ବୋର୍ଡ ଉତ୍ତିନ୍ନ ହୋଇଥିବା ଅର୍ପିତା ପ୍ରିୟଦର୍ଶନୀ ସତପଥି, ଅର୍ପନା ମହାପାତ୍ର, ସାନିଆ ଦେହୁରୀ ଏବଂ ଦ୍ୱାଦଶ ଶ୍ରେଣୀରେ ସିବିଏସଇ ବୋର୍ଡ ରେ ପ୍ରଜ୍ଞା ପରମିତା ପ୍ରଧାନ, ଶ୍ରେତସ୍ୱିନି ପ୍ରଧାନ, ତୋସ୍ମିନି ମେହେର ଓ ସିଏଚଏସଇ ରେ ଲିପ୍ସାରାଣୀ ସେଠୀ, ସୁଚିସ୍ମିତା ପ୍ରଧାନ, ଅଞ୍ଜନା ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁର୍ଯ୍ୟନାରୟଣ ବେହେରା, ସୁଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ରିତିକାନ୍ତି ବଲିଆରସିଂ, ଶିଶୁ ମଙ୍ଗଳ ସମିତି ଅଧ୍ଧକ୍ଷ ଓ ସଦସ୍ୟ, ସମସ୍ତ ଶିଶୁ ବିକାଶ ପ୍ରକଲ୍ପ ଅଧିକାରଣୀ, ସମସ୍ତ ସୁପରଭାଇଜର, ୱାସିଡିଏ, ରେଆର, ଏଲକେବିକେ, ରାମକୃଷ୍ଣ ବାଳାଶ୍ରମ, ହାରଭେଷ୍ଟ ବ୍ଲେସିଂ ହୋମ ଆଦି ଅନୁଷ୍ଠାନ ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲିକ, ସହଦେବ ନାଏକ, ବସନ୍ତ ଦିଶିରି, ସମରସେନ ସିଂ, ଚିତ୍ରସେନ ସାହୁ ପ୍ରମୁଖ ସାହାଯ୍ୟ କରିଥିବା ବେଳେ ଶ୍ରୀଯୁକ୍ତ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031