Indus Valley Times

ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷାଜନିତ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

 Breaking News

ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷାଜନିତ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷାଜନିତ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ
July 06
20:21 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୭ : ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି କଣ୍ଟାମାଳ ବ୍ଲକର ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିଥିଲେ।
ପ୍ରଥମେ ସେ ବାସୁଦେବପାଲି ଗ୍ରାମକୁ ଯାଇ ରାସ୍ତା ଉପରେ ପାଣି ଜମି ରହିଥିବା ଦେଖି ଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହିତ ଡ୍ରେନ୍ ନିର୍ମାଣ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପରେ ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ନିକଟରେ ଜମିଥିବା ପାଣିର ତୁରନ୍ତ ନିଷ୍କାସନ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।
ନୂଆପାଲି ଗ୍ରାମରେ ବର୍ଷା ପ୍ରଭାବରେ କେତେକ କଚ୍ଚା ଘର ଭାଙ୍ଗିଯାଇଥିବାରୁ ସେଠାରେ ଭଗ୍ନାବଶେଷ ସଫା କରିବା ସହ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଶୀଘ୍ର ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସେ ଘଣ୍ଟାପଡ଼ା ଅଞ୍ଚଳର ରେକଡୋଲ ଓ କୁରୁକୃପା ବ୍ରିଜ୍ ପରିଦର୍ଶନ କରିଥିଲେ।
ବ୍ରିଜ୍ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ପାଇଁ ବିପଦଜନକ ସ୍ଥିତି ସୃଷ୍ଟି ହୋଇଥିବା ଦେଖି ସମ୍ପୃକ୍ତ ଥାନାର ଆଇଆଇସିମାନଙ୍କୁ ସେଠାରେ ୨୪ ଘଣ୍ଟିଆ ହୋମଗାର୍ଡ ମୁତୟନ କରି ଲୋକଙ୍କୁ ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତରୁ ବାରଣ କରିବା ସହ ବିକଳ୍ପ ରାସ୍ତାର ବ୍ୟବସ୍ଥା କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଜୋଶୀ, ବିଡିଓ ସାମ୍ମୀ ରେଡ୍ଡି ଜୟଶ୍ରୀଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ବର୍ଷାଜନିତ କ୍ଷତିଗ୍ରସ୍ତ ସମସ୍ତ ପରିବାରଙ୍କୁ ଅତିଶୀଘ୍ର ସରକାରୀ ସହାୟତା ପହଞ୍ଚାଇବା ସହ ପ୍ରଭାବିତ ଅଞ୍ଚଳରେ ନିରନ୍ତର ତଦାରଖ ଜାରି ରଖିବାକୁ ସମସ୍ତ ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031