Indus Valley Times

ବୌଦ୍ଧ: ଜିଲ୍ଲାସ୍ତରୀୟ ଇକୋ ପ୍ରଦର୍ଶନୀ

 Breaking News

ବୌଦ୍ଧ: ଜିଲ୍ଲାସ୍ତରୀୟ ଇକୋ ପ୍ରଦର୍ଶନୀ

March 30
22:27 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୩ : ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଜିଲ୍ଲାସ୍ତରୀୟ ଇକୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଜିଲ୍ଲା ଶିକ୍ଷା ବିଭାଗ ଆନୁକଲ୍ୟରେ ଓ ଭୁବନେଶ୍ୱର ସେଣ୍ଟର ଫର ଇନଭରମେଣ୍ଟ ଷ୍ଟଡିଜ ସହଯୋଗରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ ଯୋଗ ଦେଇ ଉଦଘାଟନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଡା,ମଦନମୋହନ ପ୍ରଧାନ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଅଧ୍ୟାପକ ପ୍ରବୀର ଦାସ ଯୋଗ ଦେଇଥିଲେ । ଆମର ଜୀବନ ଶୈଳିରେ ସୁଧାର ଆଣିବା ସହ ପ୍ରକୃତିରୁ ସର୍ବନିମ୍ନ ଜିନିଷର ବ୍ୟବହାର କରିବା ଉଚିତ , ଆମେ ପ୍ରକୃତି ପ୍ରତି ସମନ୍ୱୟ ରକ୍ଷା କରିବା , ପ୍ରଦୁଷଣ ସୃଷ୍ଟିକରୁଥିବା ଜିନିଷ ବ୍ୟବହାର କମ କରିପାରିଲେ ମଣିଷ ଓ ପ୍ରକୃତିକୁ ଆମେ ସାହାଯ୍ୟ କରିପାରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରଦର୍ଶନୀରେ ପ୍ରକୃତି , ପରିବେଶ,ମାନବ ଜୀବ ନ ଶୈଳିକୁ ନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା ।
ବୌଦ୍ଧ: ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ବୌଦ୍ଧ,୩୦/୩ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ରାଧାନଗର ପଂଚାୟତର ପିପଲକଟାସ୍ଥିତ ସରକାରୀ ୟୁପି ସ୍କୁଲ ରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟୀ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ପ୍ରବିଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟୀ କାଳିନ ସମ୍ବର୍ଦ୍ଧନା ସଭାରେ ପ୍ରଶାନ୍ତ ସାହୁ, ପ୍ରବିଣ ପ୍ରଧାନ, ଶ୍ରୀଧର ମୁଦୁଲି,କଳ୍ପନା ଭୋଇ,ଶ୍ୱେତଲାଲ ପ୍ରଧାନ, ସଂଜୟ ଘିବେଲା,ନନ୍ଦିରାଜ ଜଗଦଲା,ତିଳତମା ଦେହୁରୀ, ସନ୍ଧ୍ୟାରାଣୀ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ , ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ ।
ବୌଦ୍ଧ: ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ, ୨ ବନ କର୍ମଚାରୀ ଆହତ
ବୌଦ୍ଧ, ୩୦/୩: ଗତକାଲି ବିଳମ୍ବତ ରାତିରେ ବଘିଆପଡା ଫରେଷ୍ଟ ସେକସନର ଖଲିଆପାଲି ଛକ ନିକଟରେ ବନ ବିଭାଗ ଗାଡି ଉପରକୁ ଗୁଳିମାଡ ହେବା ଫଳରେ ଦୁଇ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି ।
ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆହତ ବନ କର୍ମଚାରୀମାନେ ହେଲେ ସରଣ୍ଡା ଗ୍ରାମର ନିଳାଂଚଳ ପ୍ରଧାନ ଓ ବଡବାଗବର ଗ୍ରାମର ନବ କିଶୋର ସାହୁ । ସୂଚନା ମତେ, ଗତକାଲି ରାତିରେ ଏସିଏଫ ଆଶିଷ କହଁର,ଜଣେ ଫରେଷ୍ଟ ଓ ଚାରିଜଣ ଜଗୁଆଳିଙ୍କୁ ଧରି ବଘିଆପଡା ସେକସନରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖଲିଆପାଲି ଛକ ନିକଟରେ କିଛି ଦୁବୃର୍ତ ବନ୍ଧୁକ ଧରି ସେମାନଙ୍କ ଗାଡିକୁ ଅଟକାଇ ଥିଲେ । ଗାଡି ନରଖି ସେଠାରୁ ପଳାଉ ଥିବା ଦେଖି ଦୁବୃର୍ତମାନେ ଗାଡି ପଛ ପଟକୁ ଗୁଳିଚାଳନା କରିଥିଲେ । ଫଳରେ ଗାଡିର ପଛରେ ବସିଥିବା ଜଗୁଆଳି ନିଳାଚଂଳ ପ୍ରଧାନଙ୍କ ଡାହାଣ କାନ୍ଧରେ ଓ ନବ କିଶୋର ସାହୁଙ୍କ ପିଠିରେ ଗୁଳି ବାଜିଥିଲା ।
ଦୁର୍ବତମାନେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଗାଡିର ପିଛା କରିଥିଲେ । ବନ ବିଭାଗର ଗାଡି ବାଉଁଶୁଣୀ ଦେଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ପଂହଚି ଥିଲା । ଖବର ପାଇ ଡିଏଫଓ ଦେବପ୍ରିିୟ କମ୍ପ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ପହଂଚି ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ ।
ବୌଦ୍ଧଜିଲ୍ଲାରେ ଗତ କିଛି ଦିନ ହେବ ଯେଭଳି ଭାବରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ୟାପକ ଭାବରେ ଗଂଜେଇ ଧରା ଯାଉଛି ସେଥିପାଇଁ ଗଂଜେଇ ମାଫିଆମାନେ ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି ।
ଅନ୍ୟ ଏକ ଆଲୋଚନାରୁ ଜଣାଯାଏଯେ ରାତିରେ ମାଓ ସର୍ଚ୍ଚ ଅପରେସନରେ ଥିବା ପୁଲିସ କର୍ମଚାରୀ ସର୍ଚ୍ଚ କରିବାପାଇଁ ପ୍ରଥମେ ଗାଡିଟିକୁ ଅଟକାଇଥିଲେ କିନ୍ତ୍‌ୁ ଗାଡିଟି ନ ଅଟକିବାରୁ ପଛପଟୁ ଫାଇରିଙ୍ଗ କରିଥାଇ ପାରନ୍ତି ବୋଲି ଗ୍ରାମବାସୀ ମାନେ ସଂଦେହ କରୁଛନ୍ତି । ତେବେ ପୋଲିସ ଖୁବଶିଘ୍ର ସତ୍ୟ ଉନ୍ମୋଚନ କରିବ ବୋଲି ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାୟକ ଏଠାରେ ପ୍ରକାଶ କରିଛନ୍ତି ।

ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ
ବୌଦ୍ଧ,୩୦/୩: ବୌଦ୍ଧ ସହର ସ୍ଥିତ କୋର୍ଟ ଛକ ନିକଟରେ ଥିବା ସମ୍ବିଧାନ ପ୍ରଣେତା ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ନିକଟରେ ଜିଲ୍ଲା କଂଗ୍ରେସ ର ଜିଲ୍ଲା ଏସ ସି ସେଲ , ଏସ ଟି ସେଲ ଏବଂ ଧୀବର ସେଲ ପକ୍ଷ ରୁ ୧ ଘଣ୍ଟିଆ ସତ୍ୟାଗ୍ରହ ଅନଶନ କରାଯାଇଛି ।
ନିକଟରେ ଯେଉଁଭଳି ଭାବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦବୀ କୁ ନରେନ୍ଦ୍ର ମୋଦୀ ସରକାର ରଦ୍ଦ କରିଛନ୍ତି , ତାହାରି ପ୍ରତିବାଦ ରେ ଏହି ୧ ଘଣ୍ଟିଆ ସତ୍ୟାଗ୍ରହ ଅନଶନ କରି ଥିଲେ ।
କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରି ଥିଲେ । ଏଥିରେ ତିନି ସଙ୍ଗଠନର ସଭାପତି ମାନେ ବୈଦ୍ୟନାଥ ମହାନନ୍ଦିଆ , ଚିତ୍ରସେନ ମଲ୍ଲିକ ଓ ନାରାୟଣ ବେହେରାଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର,ମୁଖ୍ୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର,ଉପ ସଭାପତି ସମରେଶ ମିଶ୍ର,ପ୍ରତାପ ପଣ୍ଡା,ପି ସି ସି ସଭ୍ୟ ଗଣେଶ ପ୍ରସାଦ ଅଗ୍ରୱାଲ, ଆଇନଜୀବି ଜାମିନି ମୁଖୀ ଓ ଦିବ୍ୟରୂପ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ର ଓବିସି ସେଲ ଉପ ସଭାପତି ବୁଦ୍ଧଦେବ ପ୍ରଧାନ,ରାଜ୍ୟ ଏସ ସି ସେଲ କନଭେନର ନେତ୍ରାନନ୍ଦ ଦୀପ , ହରଭଙ୍ଗା ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦୀପ ବେହେରା , ପଙ୍କଜ କର୍ଣ୍ଣ, ପୌଲସ୍ତି ପ୍ରଧାନ, ଉଦ୍ଧବ ବେହେରା, ଶିବ ବେହେରା, କିଶୋର ହାତୀ,ଶୂନ୍ୟ ଉର୍ମା, ସରଜୁ ବାଘ, ଧନଞ୍ଜୟ ମହାନନ୍ଦିଆ, ବାବୁସାନ ସିଂ, ରସାନନ୍ଦ ବେହେରା, ହର ବେହେରା ଅର୍ଜୁନ ବେହେରା, ଅର୍ଜୁନ ମହାନନ୍ଦିଆ, ଲାଇବାଣୀ ସାହୁ ପ୍ରମୁଖ ସାମିଲ ଥିଲେ ।
ବୌଦ୍ଧଗଡ ଏନଏସି ପକ୍ଷରୁ ଟ୍ରେଡ ଲାଇସେନ୍ସ ନେଇ ଧରପଗଡ
ବୌଦ୍ଧ,୩୦/୩: ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରରେ ଟ୍ରେଡ ଲାଇସେନ୍ସ ନେଇ ଧରପଗଡ କରାଯାଇଛି, ଏହାସହ ୨୦ରୁ ଅଧିକ ଖିଲାପି ବ୍ୟବସାୟିକ ଅନୁଷ୍ଠାନ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ।
ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସୀମା ମଧ୍ୟରେ ବ୍ୟବସାୟ କରିବା ପାଇଁ ସମସ୍ତଙ୍କ ବ୍ୟବସାୟୀ ରାଜ୍ୟ ସରକାରଙ୍କ ନିୟମ ପ୍ରକାରେ ଟ୍ରେଡ ଲାଇସେନ୍ସ କରିବା ସହ ପ୍ରତିବର୍ଷ ନବୀ କରଣ କରାଯିବା ବାଧ୍ୟତାମୂଳକ ଅଟେ ।
ସହରର ଅଧିକାଂଶ ବ୍ୟବସାୟିକ ଅନୁଷ୍ଠାନ ଟ୍ରେଡ ଲାଇସେନ୍ସ କରିନଥିବା ଅଭିଯୋଗ ହେବା ପରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରରେ ଆଜି ଧରପଗଡ କରାଯାଇଛି ।
ଏନ୍ଏସିର କାର୍ଯ୍ୟନିର୍ବାହି ଅଧିକାରୀ ମନରଂଜନ ପଣ୍ଡାଙ୍କ ନେତୃତ୍ୱରେ କର୍ମଚାରୀମାନେ ସହର ସାରା ବୁଲି ବୁଲି ଟ୍ରେଡ ଲାଇସେନ୍ସ ତନଖି କରିବା ସହ ଖିଲାପି ବ୍ୟବସାୟିକ ଅନୁଷ୍ଠାନ ମାନଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ଓ ମାଜିଷ୍ଟ୍ରେଟଙ୍କୁ ମୃତୟନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031