Indus Valley Times

ବୌଦ୍ଧ : ଜିଲ୍ଲାସ୍ତରୀୟ ମଗଧା ଯାଦବ ସମାଜର ବୈଠକ

 Breaking News

ବୌଦ୍ଧ : ଜିଲ୍ଲାସ୍ତରୀୟ ମଗଧା ଯାଦବ ସମାଜର ବୈଠକ

ବୌଦ୍ଧ : ଜିଲ୍ଲାସ୍ତରୀୟ ମଗଧା ଯାଦବ ସମାଜର ବୈଠକ
April 27
09:53 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୪: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବୁକୁରୁ ମୁଣ୍ଡା ଗ୍ରାମରେ ଜିଲ୍ଲାସ୍ତରୀୟ ମଗଧା ଗଉଡ ଯାଦବ ସମାଜ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ସମସ୍ତଙ୍କ ଉପସ୍ଥିତରେ କର୍ମକର୍ତା ଚୟନ ହୋଇଯାଇଛି,ସର୍ବସମ୍ମତି କ୍ରମେ ସଭାପତି ଭାବରେ ଗୋବର୍ଦ୍ଧନ ନାଗ ,ଉପସଭାପତି ଭାବରେ ତ୍ରିନାଥ ମାହାର, ସମ୍ପାଦକ ମନରଞ୍ଜନ ଷଓଣ୍ଢ, ସହ ସମ୍ପାଦକ ଜିତେନ୍ଦ୍ର ହାତୀ, କୋଷାଧକ୍ଷ ପୁରନ୍ଦର ମଲିକ, ଉପଦେଷ୍ଟା ଧୃବ ଚରଣ ଘିବେଲା , ସୌମିତ୍ରି ବିଶି ଓ ସଭ୍ୟ ଭାବରେ ରଞ୍ଜିତ ରାଉତ, ନିରଞ୍ଜନ ବାଘ, ନାମରତ୍ନ ମହାକୁଡ଼, ଗୌତମ ରାଜହଂସ , ରେବକାନ୍ତ ମନହିରା, ରମେଶ ପୋଢ଼, ଜଗନ୍ନାଥ ବାଘ, ଶ୍ରୀନିବାସ ରାଜହଂସ, ମନ୍ତୋଷ ଥପା, ତ୍ରିପୁରାରୀ ଭୋଇ, ଦେବରାଜ ଭୋଇ ଙ୍କୁ ସଭ୍ୟ ଭାବରେ ଚୟନ କରାଯାଇଥିଲା ।
ଏବଂ ସଭ୍ୟା ଭାବରେ ବନିତା କାଣ୍ଡ, ପୁଷ୍ପାଞ୍ଜଳୀ ଭୋଇ, ବନିତା ବାଘ ଙ୍କୁ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟଉପରେ ଆଲୋଚନା ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କେନ୍ଦ୍ରରୁ କର୍ମକର୍ତ୍ତାମାନେ ବହୁତ ସଂଖ୍ୟାରେ ଆସି ଯୋଗଦେଇଥିଲେ ।
ପ୍ରଶାସନିକ ଆନ୍ତରିକତାର ଅଭାବ ଓ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ବୌଦ୍ଧଗଡ ଏନଏସି ମ୍ୟୁନସିପାଲଟିର ମାନ୍ୟତା ପାଇବାରୁ ବଂଚିତ
ବୌଦ୍ଧ,୨୭/୪ : ଐତିହାସିକ ବୌଦ୍ଧଗଡ ସହର ୧୯୬୧ ମସିହାରେ ଏନଏସି ମାନ୍ୟତା ପାଇଥିଲା । ହେଲେ ବର୍ତ୍ତମାନ ଏହି ଏନଏସି ମ୍ୟୁନସିପାଲିଟି ସାମର୍ଥ୍ୟ ରହିଥିବା ବେଳେ ପ୍ରଶାସନିକ ସ୍ତରରେ ଆନ୍ତରିକତାର ଅଭାବ ଓ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଏହି ଏନଏସି ଆଜି ପର୍ଯ୍ୟନ୍ତ ମ୍ୟୁନସିପାଲଟିର ମାନ୍ୟତା ପାଇ ପାରିନାହିଁ ।
ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାରାରାଜ୍ୟରେ ବୋଧେ ବୌଦ୍ଧ ଏଭଳି ଏକ ଜିଲ୍ଲା ଯେଉଁଠି ମ୍ୟୁନସିପାଲଟି ନାହିଁ । ବୌଦ୍ଧଗଡ ଏନଏସିର ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ଯଦିଓ ସେତେବେଳେ ଏ ଅଚଂଳ ଏନଏସିର ମାନ୍ୟତା ହାସଲ କରିଥିଲା, ବର୍ତ୍ତମାନ କିନ୍ତୁ ସମୟ ବଦଳି ଯାଇଛି । ବର୍ତ୍ତମାନ ସହରର ଜନସଂଖ୍ୟା ଦିନକୁ ଦିନ ଦୃତଗତିରେ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସହରାଞ୍ଚଳର କଳେବର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ଏହାକୁ ଏକ ମ୍ୟୁନସିପାଲଟିର ମାନ୍ୟତା ପାଇଁ ଦୀର୍ଘ ବର୍ଷଧରି ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉଦାସିନତା ଯୋଗୁଁ ଆଜି ପର୍ଯ୍ୟନ୍ତ ମ୍ୟୁନସିପାଲଟି ଘୋଷଣା କରାଯାଇ ନାହିଁ ।
୨୦୧୧ ଜନଗଣନା ଅନୁସାରେ ବୌଦ୍ଧ ସହରର ଜନସଂଖ୍ୟା ୨୦ହଜାର ଉପରେ ରହିଥିଲା । କିନ୍ତୁ ବର୍ତ୍ତମାନ ସହରର ଜନସଂଖ୍ୟା ପ୍ରାୟ ୩୦ ହଜାର ହେଲାଲାଣି । ଏବଂ ମ୍ୟୁନସିପାଲଟି ପାଇଁ ସରକାରୀ ନିୟମର ସମସ୍ତ ଯୋଗ୍ୟତା ରହିଛି । ମ୍ୟୁନସିପାଲଟି ପାଇଁ ଉଭୟ ରାଜନୈତିକ ଓ ପ୍ରଶାସନିକ ମଧ୍ୟରେ ସମନ୍ୱୟ ରହିବାର ଆବଶ୍ୟକତା ରହିଛି ।
ଏହି ବୈାଦ୍ଧଗଡ ଏନଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ ପାଇଁ ଗତ ୨୦୦୬ ମସିହାରେ ବୈାଦ୍ଧଗଡ ଏନଏସି ପକ୍ଷରୁ ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ମଧ୍ୟ ଯାଇଥିବା ଜଣାଯାଏ । ହେଲେ ସରକାର ଏହାକୁ ଘୋଷଣା କରିବାରେ ବିଳମ୍ବ କରୁଛନ୍ତି ।
ଇତି ମଧ୍ୟରେ ସରକାର ରାଜ୍ୟର ବିଭିନ୍ନ ସହରକୁ ଏନଏସିର ମାନ୍ୟତା ଘୋଷଣା କରିସାରିଛନ୍ତି । ସେହିପରି କେତେକ ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ ମଧ୍ୟ କରିଥିବାବେଳେ କାହାକୁ ମ୍ୟୁନିସିପାଲିଟିରୁ ମହାନଗର ମାନ୍ୟତା ମଧ୍ୟ ପ୍ରଦାନ କରିଛନ୍ତି ,କିନ୍ତୁ ବୈାଦ୍ଧଗଡ ଏନଏସି ପୂର୍ବପରି ଏନଏସି ହୋଇରହିଛି ।
ବୌଦ୍ଧସହର ନିକଟସ୍ଥ କାଲେଶ୍ୱର, ମାଉଳିସିଙ୍ଗା, ସାନବାଗବର, ପାଢୀସାହି, ପଲାସ,ମୁରୁଷୁଣ୍ଢି, ଟୁଟୁସିଙ୍ଗା ଆଦିଗ୍ରାମ ଗୁଡିକର ସୀମା ସହିତ ସହର ସୀମା ମିଶି ଆସୁଥିବାରୁ ଏହି ଗ୍ରାମ ଗୁଡିକ ସହିତ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇ ସେମାନଙ୍କୁ ସହର ସହିତ ସାମିଲ କରାଯାଇ ମ୍ୟୁନିସିପାଲଟି ଘୋଷଣା କରାଯାଇ ପାରନ୍ତା । ଯାହା ଦ୍ୱାରା ସୀମା ବୃଦ୍ଧି ସହିତ ଏହି ଅଞ୍ଚଳର ଅଧିକ ବିକାଶ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ସବୁ ଗ୍ରାମର ଜନସଂଖ୍ୟା ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଥିବାର ଅନୁମାନ କରାଯାଉଛି ।
ସରକାର ୨୦୨୨ରେ ବୌଦ୍ଧଜିଲ୍ଲାକୁ ସମ୍ବଲପୁର ଆରଡିସି ଅଧିନକୁ ଆଣିଥିଲେ । ଏହାକୁ ନେଇ ସେତେବେଳେ ବିଭିନ୍ନ ମହଲରୁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରାଯାଇଥିଲା । ପରବର୍ତ୍ତି ସମୟରେ ବୌଦ୍ଧଗଡ ଏନଏସିକୁ ମ୍ୟୁନସିପାଲଟି ଘୋଷଣା କରାଯିବ ବୋଲି ଆଶା କରାଯାଉଥିଲା । ହେଲେ ଏପର୍ଯ୍ୟନ୍ତ ଘୋଷଣା କରାଗଲା ନାହିଁ ।
ବୌଦ୍ଧଗଡ ଏନଏସିକୁ ମ୍ୟୁନସିପାଲଟି ଘୋଷଣା ହେବା ନେଇ ବିଭିନ୍ନ ସମୟରେ ଏକ ନିଦ୍ଦିଷ୍ଠ ଗୋଷ୍ଠୀଙ୍କ ଦ୍ୱାରା ପ୍ରଚାର କରାଯାଇଥିଲେ ସରକାର ଏପର୍ଯ୍ୟନ୍ତ ଘୋଷଣା କରିବାରେ ବିଳମ୍ବ କରିଚାଲିଛନ୍ତି । ତେଣୁ ସରକାର ବୈାଦ୍ଧ ପ୍ରତି ଅବିଚାର ନ କରି ଏନଏସିରୁ ମ୍ୟୁନିସିପାଲଟିର ମାନ୍ୟତା ପ୍ରଦାନ କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି ।
ବୌଦ୍ଧ : ପଞ୍ଚ କୁଣ୍ଡିୟ ରୁଦ୍ର ମହାଯଜ୍ଞ ଆରମ୍ଭ
ବୌଦ୍ଧ, ୨୭/୪: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବଘାରପାଲି ସ୍ଥିତ ସ୍ଵୟମ୍ଭୁ ଶ୍ରୀ କ୍ଷେତ୍ର ଚନ୍ଦ୍ରଶେଖର ମହାଦେବ ମନ୍ଦିର ଠାରେ ଲଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଂଗଠନ ଦ୍ୱାରା ୨୪ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟଓପି ହେବାକୁ ଥିବା ପଞ୍ଚ କୁଣ୍ଡିୟ ରୁଦ୍ର ମହାଯଜ୍ଞର ପ୍ରଥମ ଦିବସରେ ଅଂକୁର ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ପଣ୍ଡିତ ସଂଗଠନ ସହ, ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସମାଜ, ବିଶ୍ଵ ହିନ୍ଦୁ ପରିଷଦ, ଅର୍ଣ୍ଣ ପୂର୍ଣ୍ଣ। ସୂପକାର ସଂଘ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031