Indus Valley Times

ବୌଦ୍ଧ ଜିଲ୍ଲା ଓୟୁଜେ ଶାଖାର ଦ୍ବିବାର୍ଷିକ କର୍ମକର୍ତ୍ତା ନିର୍ବାଚନ

 Breaking News

ବୌଦ୍ଧ ଜିଲ୍ଲା ଓୟୁଜେ ଶାଖାର ଦ୍ବିବାର୍ଷିକ କର୍ମକର୍ତ୍ତା ନିର୍ବାଚନ

ବୌଦ୍ଧ ଜିଲ୍ଲା ଓୟୁଜେ ଶାଖାର ଦ୍ବିବାର୍ଷିକ କର୍ମକର୍ତ୍ତା ନିର୍ବାଚନ
October 29
18:52 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୧୦ : ‘ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ’ (ଓ ୟୁଜେ) ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଏକ ସଙ୍ଗଠନିକ ବୈଠକରେ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ବିରନରସିଂହପୁର ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ଓୟୁଜେର ନିର୍ଦ୍ଦେଶକ୍ରମେ ପ୍ରତି ଜିଲ୍ଲାରେ ଆସନ୍ତା ଅକ୍ଟୋବର ୩୦ ତାରିଖ ପୂର୍ବରୁ ସାଙ୍ଗଠନିକ ନିର୍ବାଚନ ସାରିବା ପାଇଁ ସ୍ଥିର ହୋଇଥିଲା।
ଏହି ପରିପ୍ରେକ୍ଷୀ ରେ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଳକରୁ ଆସିଥିବା ସମ୍ବାଦିକମାନଙ୍କୁ ନେଇ ଏହି ନିର୍ବାଚନୀ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ବରିଷ୍ଠ ସାମ୍ବାଦିକ ମନରଞ୍ଜନ ନାଏକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାଙ୍ଗଠନିକ ବୈଠକରେ ଜିଲ୍ଲାର ବହୁ ସାମ୍ବାଦିକ ଯୋଗଦେଇ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।
ଏହି ବୈଠକରେ ସର୍ବସମ୍ମତି କ୍ରମେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇ ଦାୟିତ୍ଵ ଅର୍ପଣ କରାଯାଇଛି।
ସଭାପତି ଭାବେ କମ୍ଭୁଧର ଖେତୀ , ସାଧାରଣ ସମ୍ପାଦକ ଭାବେ ନବ କିଶୋର ମେହେର ଚୟନ କରାଯାଇଛି। । ନୂତନ କର୍ମକର୍ତ୍ତା ଚୟନ ପରେ ସମସ୍ତ ସଦସ୍ୟମାନେ ବୌଦ୍ଧ ଜିଲ୍ଲାରେ ସଂଗଠନକୁ ଅଧି କ ସୁଦୃଢ଼ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।
ଆଗାମୀ ଦିନରେ ସଂଗଠନରେ ସାମିଲ ହେବା ପାଇଁ ଆଗ୍ରହୀ ଥିବା ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ସ୍ବାଗତ କରାଯିବା ନେଇ ମଧ୍ୟ ବୈଠକରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ନିହାର କୁମାର ଘୋଷ, ଭଗବତ ବାଘ, ସୁନୀଲ ଖେତୀ, ଚିରଞ୍ଜିବି ବିଶି, ଶେଷଦେବ ଦାସ, ରାଧାକାନ୍ତ ମହାଳିକ, ବ୍ରହ୍ମବାସି ବେଉରା, ଶିବସଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031