Indus Valley Times

ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

 Breaking News

ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
April 15
20:19 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୪: ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସଂଗଠନ ର ପ୍ରତିଷ୍ଠାତା ତଥା ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱରେ ବୌଦ୍ଧ ସହର ସ୍ଥିତ କଚେରୀ ଛକ ଠାରେ ଭାରତରତ୍ନ ଡ଼ଃ ବାବାସାହେବ୍ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇଯାଇଛି ।
ପ୍ରାରମ୍ଭରେ ସମ୍ବିଧାନ ପ୍ରଣେତା ବାବାସାହେବ୍ ଙ୍କ ପ୍ରତି ମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ସଭାପତି ରୋହିତ କହଁର , ଜିଲ୍ଳା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ , ଦଶରଥ ବେହେରା , ସଂଗଠନ ସଂପାଦକ ଦେବଦତ୍ତ ସାଗର , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ବରିଷ୍ଠ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କଳିଙ୍ଗ ତଣ୍ଡିଆ , ମହାଦେବ କଲତା , ସଂଜିତ ଜେନା , ନନ୍ଦିନୀ ନାଏକ , ବରିଷ୍ଠ ସମାଜସେବୀ ଜୟରାମ ହରିପାଲ , ପୁରୁଷୋତ୍ତମ ବାଘ ପ୍ରମୁଖ ଶତାଧିକ କାର‌୍ୟ୍ୟକର୍ତ୍ତା ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବୌଦ୍ଧ ରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ
ବୌଦ୍ଧ,୧୫/୪ :ବୌଦ୍ଧଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବି.ଆର. ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପାଠାଗାରଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ପାଠାଗାରଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବରେ ସାହିତ୍ୟିକ ଇଂ.ସଂଜୟ ପଣ୍ଡା,ସମ୍ମାନିତ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ବିରଞ୍ଚି ଧରୁଆ,ସାହତ୍ୟିକ ରମେଶ ମେହେର,ଆଶୁ କବି ତଥା ସରସରା ବାବା ବୈଦ୍ୟନାଥ ମଡେଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦିପ ସାହୁ ଯୋଗଦେଇ ଡ.ଆମ୍ବେଦକରଙ୍କ ଜିବନାଦର୍ଶ, ସଂଘର୍ଷମୟ ଓ ଗାରିମାମୟ ଜିବନୀ ତଥା ଡ. ବି.ଆର ଆମ୍ବେଦକରଙ୍କ ଦ୍ୱାରା ପ୍ରଣିତ ସମ୍ବିଧାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ,ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।
ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ସ୍ନାତକ ବିଭାଗ (ଯୁକ୍ତତିନି) ଛାତ୍ରୀ ବର୍ଷାବିନ୍ଦୁ ମହାକୁଡ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପାଠକ ପାଠିକାମାନଙ୍କ ମଧ୍ୟରେ ଇଂରାଜୀ ବକ୍ତୃତାରେ ତୃପ୍ତିମୟୀ ଭଂଜ ପ୍ରଥମ,ପ୍ରିୟାସ ପ୍ରିତି ପାଣିଗ୍ରାହୀ ଦ୍ୱିତିୟ ଓ ପୂଜାରାଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁକ୍ତତିନି ଛାତ୍ରୀ ଶ୍ରୀୟାରାଣୀ ମିଶ୍ର ପ୍ରଥମ,ଶ୍ରଦ୍ଦାଂଜଳୀ ସାହୁ ଦ୍ୱିତିୟ ଓ ଶିବାନୀ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ପାଠକ ପାଠିକାଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତାରେ ସୁଚରିତା ସେନାପତି ପ୍ରଥମ,ସୁଶୀଲ ନାୟକ ଦ୍ୱିତିୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଜିଲାସ୍ତରୀୟ ବାବା ସାହେବ ଡ. ବି.ଆର ଆମ୍ବେଦକର ଜୟନ୍ତୀ ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପରିଚାଳନା କରିଥିବାବେଳେ ସହକାରୀ ଜିଲାପାଳ ବିରଞ୍ଚି ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।
ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ପାଳିତ
ବୌଦ୍ଧ,୧୫/୪ : ବୌଦ୍ଧ ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସକାଳ ୮.୩୦ ମିନିଟ ରେ ମହାନଦୀ ଗର୍ଭରେ ଥିବା ସିଦ୍ଧ ହନୁମାନ ମନ୍ଦିର ଚୁଡାରେ ଧ୍ୱଜା ବନ୍ଧନ କରାଯାଇ ଥିଲା । ତାପରେ ମାତଙ୍ଗେଶ୍ୱର ମନ୍ଦିର ଠାରୁ ଏକ ବିଶାଳ ବାଇକ ର‌୍ୟାଲି ବାହାରି ୱାରଲେସ ଛକ,ବାଘଗୁଡା ଛକ,ଗାନ୍ଧୀ ଛକ, ମାର୍କେଟ ଦେଇ ମହାନଦୀ ବ୍ରିଜ ଛକ ଠାରେ ପହଂଚିଥିଲା । ମହାନଦୀ ବ୍ରିଜ ଛକ ଠାରୁ ବାହାରି ମେଡିକାଲ ଛକ, ବାଘଗୁଡା ଛକ,ରାଜନପାଲି, ପଲାସ,ବୁଟୁପାଲି ଦେଇ ପୁଣିଥରେ ମାତଙ୍ଗେଶ୍ୱର ମନ୍ଦିରରେ ପହଂଚି ଥିଲା ।
ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ସଭାପତି ଶମ୍ଭୁ ପ୍ରସାଦ ମିଶ୍ର,ସଂପାଦକ ପ୍ରେମାନନ୍ଦ ମିଶ୍ର,ପ୍ରଚାର ପ୍ରସାର ପ୍ରମୁଖ ଦୁର୍ଯ୍ୟଧନ ବିଶି,ସହସଂପାଦକ ବିରେନ୍ଦ୍ର ସାହୁ, ବଜରଙ୍ଗ ଦଳର ସଂଯୋଜକ ସମ୍ବିତ ପଟ୍ଟନାୟକ,ସହସଂଯୋଜକ ଚକିତ ଭଂଜ ପ୍ରମୁଖ ଉଭୟ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ । ରାଲିରେ ହନୁମାନଙ୍କ ଗୌରିକ ପତାକା ସହିତ ଗଦା, ଖଣ୍ଡା,ମୁଶଳ ପ୍ରଭୃତି ପ୍ରଦର୍ଶନ କରାଯାଇ ସହର ପରିକ୍ରମା କରାଯାଇଥିଲା ।
ଅପରାହ୍ନରେ ୧୦୮ ମନୁମାନ ଚାଳିଶା ପାଠ କରାଯାଇଥିଲା । ପରେ ବିଶ୍ୱଶାନ୍ତି ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଜକ ଭାବରେ ବବୁଲୁ ପାଢୀ,କର୍ତ୍ତା ଭାବରେ ପ୍ରଣୟ ପାତ୍ର ଦାୟୀତ୍ୱ ତୁଲାଇ ଥିଲେ ।
ମା ଖମ୍ବେଶ୍ୱରୀ ଦେବୀଙ୍କ ଜୁଗାର ଯାତ୍ରା
ବୌଦ୍ଧ,୧୫/୪ :ବୌଦ୍ଧ ବ୍ଲକ ମୁରୁୃଷୁଣ୍ଡି ଗ୍ରାମସ୍ଥିତ ମା ଖମ୍ବେଶ୍ୱରୀ ଦେବୀଙ୍କ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଚାରି ଖଣ୍ଡ ଗ୍ରାମର ଲୋକଙ୍କ ଦ୍ୱାରା ୫,୬ ଫୁଟ ଉଚ୍ଚର ଚାରିଗୋଟି ଜୁଗାର ନେଇ ମୃରୁଷୁଣ୍ଡି ଗ୍ରାମସ୍ଥିତ ଖମ୍ବେଶ୍ୱରୀ ମନ୍ଦିରକୁ ଅଣାଯାଇଥିଲା । ଏଥିରେ ସରଣ୍ଡା,ଗମ୍ଭାରୀପଦର,ଭାଲିଆପଦର ଏବଂ ମୁରୁଷୁଣ୍ଡି ଗ୍ରାମବାସୀଙ୍କ ଦ୍ୱାରା କୃଷ୍ଣଗୁରୁ ଏବଂ ସଂକିର୍ତ୍ତନ ପରିବେଷଣ କରି ସମସ୍ତ ଜୁଗାରକୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଗମ୍ଭାରୀପଦର ର ରାମଲୀଳା ନାଟ୍ୟ ସଂସଦ କଳାକାରଙ୍କ ଦ୍ୱାରା ସୀତାଚୋରୀ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗଡତିୟା ଜତୀନ ମିଶ୍ର ସମସ୍ତ ବର୍ଗର କଳାକାର ସାଧୁ ସନ୍ଥ, ମନ୍ଦିର ପୂଜକ ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂଜକ ଭାବରେ ପୂଜକ ଭାବରେ ପ୍ରଦ୍ୟୁମ୍ନ ମିଶ୍ର ଓ କର୍ତ୍ତା ଭାବରେ ନୀଳମାଧବ ମିଶ୍ର ଦାୟୀତ୍ୱ ତୁଲାଇଥିଲେ । ଗାଁ ମେମ୍ବର ସ୍ୱାଧୀନ ପରିଡା,ପ୍ରଶାନ୍ତ ବାରିକ,ଉଦୟ ପାଣ୍ଡେ, ନୟନ ଭୋକ୍ତା ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031