Indus Valley Times

ବୌଦ୍ଧ ଜିଲ୍ଲା ପ୍ରେସକ୍ଲବ ର ୫ମ ପ୍ରତିଷ୍ଠା ଦିବସ: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରେସ ତାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରକ୍ଷା କରି ପାରିଛି

 Breaking News

ବୌଦ୍ଧ ଜିଲ୍ଲା ପ୍ରେସକ୍ଲବ ର ୫ମ ପ୍ରତିଷ୍ଠା ଦିବସ: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରେସ ତାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରକ୍ଷା କରି ପାରିଛି

July 27
10:29 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୭ :ଭାରତ ଗଣତନ୍ତ୍ର ରେ ସାମ୍ବାଦିକ ତାର କର୍ତ୍ତବ୍ୟ ପ୍ରତିପାଦନ କରି ଚତୁର୍ଥ ସ୍ତମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିପାରିଛି , ବ୍ୟକ୍ତିଗତ ସ୍ୱାର୍ଥକୁ
ଜଳାଞ୍ଜଳି ଦେଇ ସମାଜକୁ ଶୃଙ୍ଖଳିତ କରିବାପାଇଁ ସବୁବର୍ଗରେ ସେତାର ଚେଷ୍ଟା ଜାରିରଖିଛି ବୋଲି ଜିଲ୍ଲା ପ୍ରେସକ୍ଳବ ର ୫ମ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ସ୍ଥାନୀୟ ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିବା ବେଳେ,
ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ଯୋଗଦେଇ ଥିଲେ ।
ମୁଖ୍ୟବକ୍ତା ଭାବେ ସୁବକ୍ତା ତଥା କୃଷକ ନେତା ସମ୍ବଲପୁର ର ସରୋଜ କୁମାର ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଅବସର କାଳୀନ ସମର୍ଦ୍ଧନା କରାଯାଇଥିଲା ।
ଏହି ଅବସରରେ କ୍ଳବର ବାର୍ଷିକ ମୁଖପତ୍ର ଶାକ୍ୟସ୍ୱର ଉନ୍ମୋଚିତ ହୋଇଥିଲା, କାର୍ଯ୍ୟକ୍ରମ ରେ ସମ୍ୱଲପୁର, ବରଗଡ, ସୁବର୍ଣ୍ଣପୁର, ଆଠମଲ୍ଲିକ,
ରେଢ଼ାଖୋଲ ଅଂଚଳରୁ ଆସିଥିବା ସାମ୍ବାଦିକ ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରାଯିବ ସହ ବୌଦ୍ଧର ରାଧାରାଣୀ ମହିଳା ସ୍ୱୟଂ ସହାୟକ ମହାସଂଘ କୁ ମଧ୍ୟ ସମାଜ ସେବାପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।
କ୍ଳବର ସଭାପତି ବରୋଜ କୁମାର ବେହେରା କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିବା ବେଳେ, ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ବାର୍ଷିକ ବିବରଣୀ
ପାଠକରି ଥିଲେ ।
ସଦସ୍ୟ ବାଲାଜୀ ବିଭୂରଞ୍ଜନ ତରାସିଆ ମଞ୍ଚ ପରିଚାଳନା କରିଥିବା ବେଳେ, କ୍ଳବର ଉପସଭାପତି ସମରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ, କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରେସକ୍ଳବ ର ପତାକା ଉତ୍ତୋଳନ କରାଯାଇଥିଲା, କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ମହିଳା ସ୍ବେଛାସେବୀ ଓ ବରିଷ୍ଠନାଗରିକ ମାନେ ଯୋଗଦେଇଥିଲେ ।
ଗରୀବଙ୍କ ପେଟକୁ ଲାତ: ଥଇଥାନ ନକରି ୨୪ ଘଣ୍ଟାରେ ଜାଗା ଖାଲି କରିବାକୁ ଉଠା ଦୋକାନୀଙ୍କୁ ନୋଟିସ
ବୌଦ୍ଧ,୨୭/୭: ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ସରସ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେବା ସହ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟ ଚାଲୁରହିଅଛି । ବୌଦ୍ଧ ଜିଲ୍ଲା ବୁଦ୍ଧ ନାମେରେ ନାମିତ ହୋଇଥିବା ବେଳେ ଗତ ବୁଦ୍ଧ ପୁର୍ଣୀମାରେ ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରବେଶ ପଥ ମାଧପୁର ଓ ମନମୁଣ୍ଡା ବୁଦ୍ଧ ମୁର୍ତ୍ତୀ ସ୍ଥାପନ କରିବା ଫଳରେ ଜିଲ୍ଲାର ସୌନ୍ଦର୍ଯ୍ୟ ବୃଦ୍ଧି ଘଟିଛି ।
ଏହା ସହ ସହରର ବାଘଗୁଡା ଛକ ଠାରେ ମଧ୍ୟ ବୁଦ୍ଧ ମୁର୍ତ୍ତୀ ସ୍ଥାପନ କରାଯାଇଛି । ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସହରର ରାସ୍ତାଘାଟ ଚଉଡା କରିବା ପାଇଁ ଜବରଦଖଲ ଉଛେଦ କରାଯାଇଯାଇ ରାସ୍ତା କାର୍ଯ୍ୟ ଚାଲୁରହିଅଛି । ଫଳରେ ବିଭିନ୍ନ ସ୍ଥାନରେ ଥିବା ଉଠା ଦୋକାନୀମାନେ ସେମାନଙ୍କ ଦୋକାନ ଭାଙ୍ଗିବାକୁ ବାଧ୍ୟ ହେଉଛନ୍ତି ।
ପ୍ରଶାସନର କାର୍ଯ୍ୟ ସ୍ୱାଗତ ଯୋଗ୍ୟ କିନ୍ତୁ ପ୍ରଶାସନ ଗରିବ ଦେକାନୀଙ୍କ ଥଇଥାନ ଚିନ୍ତା ନକରି ୨୪ ଘଣ୍ଟାରେ ଜାଗା ଖାଲି କରିବାକୁ ନୋଟିସ ଦେବା ପରେ ଚିନ୍ତାରେ ଗରୀବ ଉଠା ଦୋକାନୀ ।
ଗରୀବ ଦୋକାନୀ ମାନେ ଛୋଟ କ୍ୟାବିନ କରି ରାସ୍ତା କଡରେ ଚାଦୋକାନ, ପାନ ଦୋକାନ ଓ ଛୋଟ ଛୋଟ ଜଳଖିଆ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଅଛନ୍ତି । ବୌଦ୍ଧ କଚେରୀଛକ ଠାରେ ରାସ୍ତା କଡରେ କିଛି ହାତ ଗଣିତି ଗରୀବ ପରିବାର ଦୀର୍ଘ ବର୍ଷ ହେବ ଛୋଟ ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି ।
କିନ୍ତୁ ବର୍ତ୍ତମାନ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭେଣ୍ଡିଜୋନ କରିବା ପାଇଁ ନିଷ୍ପତ୍ତି ଯାଇଥିବା ଯୋଗୁଁ ଉକ୍ତ ରାସ୍ତା କଡରେ ବ୍ୟବସାୟୀ କରୁଥିବା ଦୋକାନୀଙ୍କୁ ମଙ୍ଗଳବାର ଦିନ ଅତି ତରବର ଭାବେ ଉଠାଦୋକନ ଗୁଡିକ ୨୪ ଘଣ୍ଟା ମଧ୍ୟରେ ଉଠାଇବାକୁ ନୋଟିସ ଦିଆଯାଇଛି ।
ଯଦି କେହି ଏହାର ବ୍ୟତିକ୍ରମ କରେ ତବେ ମୁନସିପାଲ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ ଜାରି କରାଯାଇଛି । ନୋଟିସ ପାଇବା ପରେ ଚିନ୍ତାରେ ଗରିବ ଉଠା ଦୋକାନୀ । ଏପେଟ ବର୍ଷା ଦିନ କିପରି କେଉଁଠି ନେଇ ଗରୀବ ଉଠାଦୋକାନୀମାନେ ବେପାର କରି ପରିବାର ପୋଷଣ କରିବେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି । ଭୟରେ ଉଠା ଦୋକାନୀ ମାନେ ନିଜେ ନିଜର ଦୋକାନ ଭାଙ୍ଗୁଥିବା ଦେଖିବାକୁ ମିଳିଛି ।
କିନ୍ତୁ ଏପଟେ ଗରୀବ ପରିବାରଙ୍କ ପାଇଁ ଥଇଥାନ ଚିନ୍ତା ନକରି ଭାଙ୍ଗିବା ନେଇ ନୋଟିସ ଜାରି କରିବା ପ୍ରଶାସନର କାର୍ଯ୍ୟକୁ ଉଠାଦୋକାନୀ ମହଲରେ ନାପସନ୍ଦ କରାଯାଇଛି । ଗରୀବ ଉଠା ଦୋକାନୀମାନଙ୍କୁ ଉଠାଇବା ପୂର୍ବରୁ ପ୍ରଥମେ ସେମାନଙ୍କୁ ଥଇଥାନ କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।
ବୌଦ୍ଧ ଘରୋଇ ବସ ମାଲିକ ସଂଘର ପୁର୍ବତନ ସଭାପତି ପ୍ରଦିପ ମହାକୁଡଙ୍କ ଦେହାନ୍ତରେ ଶୋକ
ବୌଦ୍ଧ,୨୭/୭: ବୌଦ୍ଧଜିଲ୍ଲା ଘରୋଇ ବସ ମାଲିକ ସଂଘର ପୂର୍ବତନ ସଭାପତି ପ୍ରଦିପ ମହାକୁଡଙ୍କ ୬୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଭୂବନେଶ୍ୱର ଏକ ଘରୋଇ ହ୍‌ସପିଟାଲରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ସେ ମାହେଶ୍ୱର ଡୁମ୍ବାଳ ପରିଷଦର ସଂପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ନିଜ ଗ୍ରାମ ବଡଝାରକଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପାଇଁ ଜମିଦାନ କରିଥିଲେ ।
ତାଙ୍କ ବିୟୋଗରେ ୧୯୭୮ ମସିହା କମର୍ସ ବ୍ୟାଚର ବନ୍ଧୁମାନେ ଶୋକ ପ୍ରକାଶ କରିଛନ୍ତି । ସି.ଆଇ,ଏସ୍‌.ଏଫ୍ କଂମାଣ୍ଡାଣ୍ଡ ସୁନିଲ ମିଶ୍ର, କେଦାର ଗୋବିନ୍ଦ ଦାସ, ପ୍ରଦିପ ଦାସ, ବିଇଓ ଧ୍ରୁବ ଚରଣ ଘିବେଲା, ରାଧାକ୍ରିଷ୍ଣ ଭୋକ୍ତା, ସୌମିତ୍ରୀ ନାୟକ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କର ଦୁଇପୁତ୍ର ପ୍ରତିକ, ପିୟୁଷ, ଭଉଣୀ, ଭଉଣୀ ଅନିମା ପ୍ରଧାନ ଏବଂ ଭିଣୋଇ ଦିନବନ୍ଧୁ ପ୍ରଧାନ ଉପସ୍ଥିତ ରହିଥିଲେ ।
ବୌଦ୍ଧ ଏନଏସି ଅଧ୍ୟକ୍ଷଙ୍କ ମାତୃ ବିୟୋଗ
ବୌଦ୍ଧ,୨୭/୭ : ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ମାତା ଯଜ୍ଞ କୁମାରୀ ମିଶ୍ରଙ୍କ ୯୩ ବର୍ଷ ବୟସରେ ମଙ୍ଗଳବାର ଦିନ ପରଲୋକ ହୋଇଛି । ସୂଚନା ମୁତାବକ ଶ୍ରୀମତୀ ମିଶ୍ର ତାଙ୍କର ସାନପୁଅ ଏନଏସି ଅଧ୍ୟକ୍ଷ ଶ୍ରୀମିଶ୍ରଙ୍କ ଘରେ ରହୁଥିବାବେଳେ ଦୁଇଦିନ ତଳେ ହଠାତ ଗାଧୁଆ ଘର ଆଗରେ ଗୋଡ ଖସିଯିବାରୁ ପଡି ଗୁରୁତର ଭାବରେ ଆହତ ହୋଇଥିଲେ । ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ତୁରନ୍ତ ତାଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାହାରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ପରଦିନ ସକାଳୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀମତୀ ମିଶ୍ରଙ୍କ ମଙ୍ଗଳବାର ସକାଳୁ ପରଲୋକ ହୋଇଯାଇଥିଲା ।
ସେଠାରୁ ଆମ୍ବୁଲାନସ ଯୋଗେ ତାଙ୍କ ମରଶରୀର ବୌଦ୍ଧ ଅଣାଯାଇ ଖଲିଆବଗିଚା ସ୍ଥିତ ବାସଭବନଠାରେ ପହଞ୍ଚିବାପରେ ବହୁ ସଂଖ୍ୟାରେ ଶୁଭେଛୁ ଓ ବନ୍ଧୁ ପରିବାରବର୍ଗ ତାଙ୍କର ଶେଷ ଦର୍ଶନ କରିଥିଲେ ।
ବୌଦ୍ଧ ରାଜଘାଟଠାରେ ତାଙ୍କର ଶେଷକୃତ୍ୟ କରାଯାଇଥିବାବେଳେ ବଡପୁଅ ଶିବ ପ୍ରସାଦ ମିଶ୍ର ମୁଖାଗ୍ନି ପ୍ରଦାନ କରିଥିଲେ । ସ୍ୱର୍ଗୀୟା ଯଜ୍ଞକୁମାରୀ ଜଣେ ମିଷ୍ଟଭାଷି ଓ ଧର୍ମପ୍ରାଣା ମହିଳା ଥିଲେ । ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ବୌଦ୍ଧର ଯୁବ ଆଇନଜୀବୀ ପ୍ରିତମ ମିଶ୍ରଙ୍କୁ ପ୍ରୋମିଜିଙ୍ଗ ଆଇନଜୀବୀ ଭାବେ ପୁରସ୍ମୃତ
ବୌଦ୍ଧ,୨୭/୭: ଓଡିଶା ଉଚ୍ଚ ନ୍ୟାୟଳୟର ୭୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ବୌଦ୍ଧ ଜିଲ୍ଲାର ଯୁବ ଆଇନଜୀବୀ ପ୍ରିତମ ମିଶ୍ରଙ୍କୁ ପ୍ରୋମିଜିଙ୍ଗ ଲୟର ଅଫ ଦି ଇୟର ୨୦୨୧ ସମ୍ମାନୀତ କରାଯାଇଛି ।
ମହାରୋହରେ ଓଡିଶା ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ଏସ.ମୁଲଲୀଧର ଶ୍ରୀ ମିଶ୍ରଙ୍କୁ ଉପଢୌକନ , ମାନପତ୍ର ଓ ମୁମେଣ୍ଟ ଦେଇ ସମ୍ମାନୀତ କରିଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ଆଇନଜୀବୀ ମାନେ ଶୁଭେଛା ଜଣାଇଛନ୍ତି ।
ବୌଦ୍ଧରେ ବିଦ୍ୟୁତ ମହୋତ୍ସବ ପାଳିତ
ବୌଦ୍ଧ,୨୭/୭: ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶର ପ୍ରତ୍ୟେକ ଜିଲ୍ଲାରେ ଉଜ୍ଜଳ ଭାରତ- ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଅଛି । ବୌଦ୍ଧଜିଲ୍ଲାରେ ମଙ୍ଗଳବାର ଦିନ ସ୍ଥାନୀୟ ଟାଉନହଲଠାରେ ଅପରାହ୍ନରେ ପାଳିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ବିବିତାରାଣୀ ଦଳବେହେରା,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର,ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପ୍ରମୁଖ ଯୋଗଦେଇ ବିଦ୍ୟୁତ ମହୋତ୍ସବ ପାଳନର ଆବଶ୍ୟକତା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।
ଆଜାଦୀକା ଅମୃତ ମହୋତ୍ସବ ଭାରତ ସରକାରଙ୍କ ଏକ ମହତ ପଦକ୍ଷେପ ଯାହାକି ସ୍ୱାଧୀନତାର ୭୫ବର୍ଷ ତଥା ଏହାର ଲୋକ ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ସ୍ମରଣୀୟ କରିବ । ଏହି ମହୋତ୍ସବ ଦେଶର ଲୋକମାନଙ୍କ ପାଇଁ ସମର୍ପିତ ,ଯେଉଁମାନେ କେବଳ ଭାରତକୁ ଏହାର ବିକାଶମୂଳକ ଯାତ୍ରାରେ ଆଣିବାରେ ସହାୟକ ହୋଇଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବର ଏକ ଅଂଶ ଭାବରେ ଶକ୍ତି ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହଯୋଗକୁ ପାଳନ କରିବା ପାଇଁ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଏହା ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ ଅନ୍ତର୍ଗତ ବିଦ୍ୟୁତ କ୍ଷେତ୍ରର ପ୍ରମୁଖ ସଫଳତାକୁ ଆଲୋକିତ କରିଛନ୍ତି ।
ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଦେଶରେ ୧୬୯ ଗିଗା ୱାଟ୍ ବିଜୁଳି ଉତ୍ପାଦନ କ୍ଷମତା ଯୋଡି ହୋଇଛି, ଯାହାକି ଦେଶର ଶକ୍ତି ଅଭାବକୁ ଦୂର କରିବା କରିବା ସହିତ ବଳକା ଶକ୍ତିରେ ପରିଣତ କରିଛି । ଦେଶରେ ୧.୬ ଲକ୍ଷ କିଲୋମିଟର ଟ୍ରାନ୍ସମିସନ ଲାଇନ ଯୋଗ କରାଯାଇଛଇ । ସମଗ୍ର ଦେଶକୁ ଏକ ଗ୍ରିଡ ଏକ ଫ୍ରିକେୁ୍ୟନ୍ସି ସହିତ ସଂଯୋଗ କରି ଦୁନିଆଁର ସବୁଠାରୁ ବଡ ଏକିକୃତ ଗ୍ରୀଡ ଭାବରେ ସ୍ଥାପିତ ହୋଇପାରିଛି । ୨୦୧୮ ରେ ୧୦୦ ପ୍ରତିଶତ ଗ୍ରାମ୍ୟ ବିଦ୍ୟୁତିକରଣ ଏବଂ ୧୦୦ ପ୍ରତିଶତ ଘରୋଇ ବିଦ୍ୟୁତିକରଣ କରାଯିବାରେ ଲକ୍ଷ ହାସଲ କରାଯାଇଛି ।
ବ୍ୟବସ୍ଥାକୁ ସୁଦୃଢ ନିମନ୍ତେ ୨.୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳରେ ୨୦୧୫ ରେ ଥିବା ୧୨ ଘଂଟା ବିଦ୍ୟୁତ ଯୋଗାଣକୁ ବର୍ତମାନ ହାରାହାରି ୨୨.୫ ଘଂଟାକ ବୃଦ୍ଧି କରାଯାଇପାରିଛି । ଦୃତ ବେଗରେ ବୃଦ୍ଧି ପାଉଥିôବା ଅକ୍ଷୟ ଶକ୍ତି କ୍ଷମତା ୨୦୧୪ ରେ ଥିବା ୭୬ ଗିଗାୱାଟରୁ ବର୍ତମାନ ୧୬୦ ଗିଗାୱାଟ୍‌କୁ ଦ୍ୱିଗୁଣିତ ହୋଇଛି । ୨୦୨୧ ରେ ୪୦% ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ମିଶ୍ରଣ ହାସଲ କରି ଭାରତ ବିଶ୍ୱସ୍ତରରେ ୪ର୍ଥ ସ୍ଥାନ ପାଇଛି ।
ଏହି ଅବସରରେ ବିଦ୍ୟୁତ ସୁରକ୍ଷା,ବିଦ୍ୟୁତ ସଂରକ୍ଷଣ, ଜଳବିଦ୍ୟୁତ ସୁରକ୍ଷା, ଉପରେ ପାୱାର ପଏଣ୍ଟ୍ ମାଧ୍ୟରେ ଚଳଚିତ୍ର ପ୍ରଦର୍ଶନ କରାଯାଇଥିବାବେଳେ ଗେହ୍ଲାମା କଳାନିକେତନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଶେଷରେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପାୱାର ଗ୍ରୀଡ,ଓପିଟିସିଏଲ ଏବଂ ଟିପିଏସଓଡିଏଲ ର ଅଧିକାରୀଗଣ ସକ୍ରିୟ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031