Indus Valley Times

ବୌଦ୍ଧ ଜିଲ୍ଲା ରେ ୪ର୍ଥ ରାଜ୍ୟ ସ୍ତରୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଘାଟିତ

 Breaking News

ବୌଦ୍ଧ ଜିଲ୍ଲା ରେ ୪ର୍ଥ ରାଜ୍ୟ ସ୍ତରୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଘାଟିତ

ବୌଦ୍ଧ ଜିଲ୍ଲା ରେ ୪ର୍ଥ ରାଜ୍ୟ ସ୍ତରୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଘାଟିତ
June 12
18:55 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୬: ବୌଦ୍ଧ ଜିଲ୍ଲା ର ଏକମାତ୍ର ଅଗ୍ରଣୀ ନୃତ୍ୟାନୁଷ୍ଠାନ \”ପ୍ରଣାମ\” ଆନୁକୁଲ୍ୟ ରେ ଚତୁର୍ଥ ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳୀନ ଓଡିଶୀ ନୃତ୍ୟ କର୍ମଶାଳା – ୨୦୨୪ ଜୁନ ୫ ତାରିଖ ଠାରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କର୍ମଶାଳା ଆନୁଷ୍ଠନିକ ଭାବେ ଗତ କାଲି ଉଦ୍ଘାଟିତ ହୋଇ ଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ, ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ, ଉପସଭାପତି ଶ୍ରୀମତୀ ଗୀତାଞ୍ଜଳି ସାହୁ , ମାର୍ଗଦର୍ଶକ ନୃତ୍ୟଗୁରୁ ଡ଼. ମନୋଜ କୁମାର ବେହେରା ଅନୁଷ୍ଠାନ ର ସମ୍ପାଦକ ଗୁରୁ ପ୍ରଶାନ୍ତ କୁମାର ଭାଇନା ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଗ୍ରୀଷ୍ମକାଳୀନ ନୃତ୍ୟଶାଳା ଶିବିର ର ଗଭୀର ଆଲୋକ ପାତ କରିଥିଲେ ।
ଏହା ପ୍ରତିବର୍ଷ ମେ ମାସରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହି ବର୍ଷ ଜୁନ ମାସରେ କର୍ମଶାଳା ଅନୁଷ୍ଠିତ ହେଉଛି ।ଏଥିରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ଭଗନେବାପାଇଁ ଶିଳ୍ପୀ ମାନେ ଆସିଛନ୍ତି ।
ଏହା ଦ୍ୱାରା ଓଡ଼ିଶା ର ଶାସ୍ତ୍ରୀୟ ନୃତ୍ୟର ବିକାଶ ଘଟିବା ସହିତ ଓଡିଶୀ ନୃତ୍ୟ ଶିଖୁଥିବା ସମସ୍ତ ଛାତ୍ର ଛାତ୍ରୀ କଂର ଶିକ୍ଷା ପ୍ରଦର୍ଶନ ର କଳା କୌଶଳ ସୁଗମିତ ହୋଇ ଥାଏ, ଏଥିରେ ପ୍ରାୟ ୨୦ ଜଣ ଛାତ୍ର ଛାତ୍ରୀ ଓ ସେମାନଙ୍କର ଅଭିଭାବକ ଙ୍କ ସହ ଯୋଗ ଦେଇ ଥିଲେ । ଶେଷରେ ଅନୁଷ୍ଠାନ ର ସମ୍ପାଦକ ଗୁରୁ ପ୍ରଶାନ୍ତ କୁମାର ଭାଇନା ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031