Indus Valley Times

ବୌଦ୍ଧ: ଜିଲ୍ଲା ସ୍ତରିୟ ଶିଶୁ ମହୋତ୍ସବ ମହକ-୨୦୨୨ ଉଦଯାପିତ

 Breaking News

ବୌଦ୍ଧ: ଜିଲ୍ଲା ସ୍ତରିୟ ଶିଶୁ ମହୋତ୍ସବ ମହକ-୨୦୨୨ ଉଦଯାପିତ

ବୌଦ୍ଧ: ଜିଲ୍ଲା ସ୍ତରିୟ ଶିଶୁ ମହୋତ୍ସବ ମହକ-୨୦୨୨ ଉଦଯାପିତ
November 07
10:33 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୧୧: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ବୌଦ୍ଧ ଦ୍ୱାରା ବିରନରସଂହପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମ ଶିଶୁଯତ୍ନ ଅନୁଷ୍ଠାନ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାର ଙ୍କ ଦ୍ୱାରା ଅୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ଦୁଇଗୋଟି ଶିଶୁଗୃହର ସମସ୍ତ ଶିଶୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଏହି କାଯ୍ୟକ୍ରମରେ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ହରଭଙ୍ଗା ଶ୍ରୀଯୁକ୍ତ ରବିନ୍ଦ୍ରନାଥ କହଁର ଯୋଗଦେଇ ଶିଶୁ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟୀତ ପ୍ରତିଭାର ବିକାଶ ହୋଇପାରିଲେ ରାଷ୍ଟ୍ର ଉନ୍ନତିରେ ସହାୟକ ହେବ ବୋଲି କହିଥିଲେ ।
ଅନ୍ୟତମ ଅତିଥି ଭାବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବୌଦ୍ଧ ଶ୍ରୀ ଅବିନାଶ ପାଣ୍ଡିଆ ଯୋଗଦେଇ ପାଠପଢା ସହ କଳା ଓ ସଂକୃତି କ୍ଷେତ୍ରରେ ନିଜକୁ ବିକଶିତ କରିପାରିଲେ ସମାଜରେ ଜଣେ ପ୍ରତିଷ୍ଠିତ ନାଗରିକ ହୋଇପାରିବେ ବୋଲି ବକ୍ତବ୍ୟ ରଖିଥିଲେ ।
ଶିଶୁ ମଙ୍ଗଳ ସମିତିର ଅଧ୍ଧକ୍ଷ ଶ୍ରୀଯୁକ୍ତ ଶାକ୍ଷୀଗୋପାଳ ପ୍ରଧାନ ଯୋଗଦେଇ ଶିଶୁ ମାନେ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶିଶୁ ଅଧିକାର କୁ ସୁନିଶ୍ଚିତ କରିପାରିବ ବୋଲି ମତ ରଖିଥିଲେ । କିଶୋର ନ୍ୟାୟ ବୋର୍ଡ ସଦସ୍ୟ ଶ୍ରୀ ରାଜିବ ନାଏକ ଯୋଗଦେଇ ସମୟର ସଦୁପଯୋଗ କରିବା ସଙ୍ଗେ ସଙ୍ଗେ ଦୈନିକ ପୁସ୍ତକ ପଠନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଶିଶୁ ପ୍ରତିନିଧି ଭାବେ ପ୍ରଭାସିନି କ୍ଷେତି ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବୌଦ୍ଧ ଯୋଗଦେଇ ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମର ସମସ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ୧୮ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ ବୋଲି ସୁଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରାମକୃଷ୍ନ ବାଳାଶ୍ରମର ସମ୍ପାଦକ ନବିନ ବଘାର, ହାରଭେଷ୍ଠ ବ୍ଲେସିଂ ର ଅନନ୍ତ ସୁନା ଯୋଗଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଯଥା ନୃତ୍ୟ, ସଂଙ୍ଗିତ, ବକୃତା, ଚିତ୍ରାଙ୍କନ, କୁଇଜ ରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଶିଶୁଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟର ଚିତ୍ରସେନ ସାହୁ ସଂଯୋଜନା କରିଥିଲେ । ଶିଶୁ ସୁରକ୍ଷା ୟୁନିଟର ବସନ୍ତ ଦିଶିରି, ସହଦେବ ନାଏକ ଓ ରାମକୃଷ୍ନ ବାଳାଶ୍ରମର ଶିଶୁ ମଙ୍ଗଳ ଅଧିକାରୀ ନିଳାଚଳ ପ୍ରଧାନ, ପରାମର୍ଶଦାତା ପ୍ରବିଣ କୁମାର ହୋତା, ଲିପିକା ଦେହୁରୀ, ଦମୟନ୍ତୀ ହେମ୍ବ୍ରମ, ବବିତା ଗାଇଗୌରିଆ, ପୁଷ୍ପାଞ୍ଜଳୀ ବାଘ, ବିଜୟୀନି, ସନ୍ତୋଷ ସାଣ୍ଢ ସହଯୋଗ କରିଥିବାବେଳେ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିଲେ ।
ଋବିବାର ଅପରାହ୍ନରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ସମ୍ବଲପୁର ଗସ୍ତ କରୁଥିବାବେଳେ ବୌଦ୍ଧଠାରେ କିଛି ସମୟ ଅଟକି ଜିଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ସଂଗ୍ରହାଳୟର ବିଭିନ୍ନ କକ୍ଷ ବୁଲି ଦେଖିବା ସହିତ ସଂଗୃହୀତ ହୋଇ ରହିଥିବା ବିଭିନ୍ନ ସାମଗ୍ରୀ ଦେଖି ଅଭିଭୁତ ହୋଇଥିଲେ ।
ରାଜ୍ୟ ସଂଗ୍ରହାଳୟ ପରେ ବୌଦ୍ଧଜିଲାର ଏହି ସଂଗ୍ରହାଳୟ ରାଜ୍ୟରେ ଦ୍ୱିତିୟ ସ୍ଥାନ ଅଧିକାର କରିବ ବୋଲି ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିବା ସହିତ ସଂଗହାଳୟ ପରିଚାଳନା ସଂପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ ।
ସଂଗ୍ରହାଳୟ ମଧ୍ୟରେ ୧୧ ଡି,ଭୁଲଭୁଲେୟା ଓ ଗ୍ରାଭିଟି ନନେଲ ଓ ଆକ୍ୱାରିୟମର ଅନୁଭୁତି ନେବା ସହିତ ବୌଦ୍ଧଭଳି ଜିଲାରେ ପର୍ଯ୍ୟଟକମାନଙ୍କ ପାଇଁ ଏହିସବୁ ସୁବିଧା ଯୋଗାଇଦିଆଯାଇଥିବାରୁ ଜିଲା ପ୍ରଶାସନକୁ ଉଚ୍ଚ ପ୍ରଶଂସା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031