Indus Valley Times

ବୌଦ୍ଧ: ଜୁଆ ଆଡ୍ଡାରେ ଚଢାଉ, ୬ ଜୁଆଡ୍ଡି ଗିରଫ

 Breaking News

ବୌଦ୍ଧ: ଜୁଆ ଆଡ୍ଡାରେ ଚଢାଉ, ୬ ଜୁଆଡ୍ଡି ଗିରଫ

ବୌଦ୍ଧ: ଜୁଆ ଆଡ୍ଡାରେ ଚଢାଉ, ୬ ଜୁଆଡ୍ଡି ଗିରଫ
January 08
10:36 2023

ବୌଦ୍ଧ,୮/୧: ବୌଦ୍ଧ ଜିଲ୍ଲା ବାଉଁଶୁଣି ପୁଲିସ୍ ଅଇଁଲାପାଲି ଗାଁରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୫ ଜଣ ବୌଦ୍ଧ ଜିଲ୍ଲାର ହୋଇଥିବା ବେଳେ ଜଣେ ସୋନପୁର ଜିଲ୍ଲାର। ସେମାନଙ୍କ ଠାରୁ ୬ଟି ମୋବାଇଲ ସହ ୧୮ ହଜାର ଟଙ୍କା ଜବତ କରାଯାଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଛେଲିବହାଲର ସୁରୁ ପ୍ରଧାନ, ଅଇଁଲାପାଲିର ସୁଧାଂଶୁ ମେହେର, ହିଲୁଙ୍ଗର ରବୀନ୍ଦ୍ର ସାହୁ, ବାଉଁଶୁଣିର ଲକ୍ଷ୍ମୀ ନାରାୟଣ ମେହେର, ମହେଶ୍ୱରପିଣ୍ଡାର ସୁରେନ୍ଦ୍ର ସେଠୀ ଏବଂ ସୋନପୁର ଜିଲ୍ଲାର କରୁଣାକର ପ୍ରଧାନ।
ସୂଚନା ଅନୁଯାୟୀ, ବାଉଁଶୁଣି ଥାନା ଅଇଁଲାପାଲି ଗାଁରେ ଜୁଆ ଖେଳ ଚାଲୁଥିବା ନେଇ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ସେହି ସମୟରେ ସେଠାରେ ଜୁଆ ଖେଳ ଚାଲିଥିବା ବେଳେ ପୁଲିସ୍ ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅନ୍ୟ ମାନେ ଦୌଡ଼ି ପଳାଇଥିଲେ। ପୁଲିସ୍ ଘଟଣାର ଅଧିକ ଖୋଳତାଡ଼ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031