Indus Valley Times

ବୌଦ୍ଧ ଟାଉନ୍ ହଲ୍ ଠାରେ ଜ଼ିଲ୍ଲା ସ୍ତରୀୟ ବିଶ୍ବ ଜଳ ଦିବସ ପାଳିତ

 Breaking News

ବୌଦ୍ଧ ଟାଉନ୍ ହଲ୍ ଠାରେ ଜ଼ିଲ୍ଲା ସ୍ତରୀୟ ବିଶ୍ବ ଜଳ ଦିବସ ପାଳିତ

March 23
10:03 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୩ : (ଶନିବାର) ସନ୍ଧ୍ୟା ୫ ଘଟିକା ସମୟରେ ବୌଦ୍ଧ ଟାଉନ୍ ହଲ୍ ଠାରେ ଜିଲ୍ଲା ପ୍ରଶାସନ ଓ ବୌଦ୍ଧ ଜଳ ସେଚନ ବିଭାଜନର ମିଳିତ ଆନୁକୁଲ୍ୟରେ ବିଶ୍ବ ଜଳ ଦିବସ ପାଳିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେର, ଜ଼ିଲ୍ଲା ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ଡ଼. ରମାରାଓ ପାଲୋ, ସହକାରୀ ନିର୍ଦ୍ଦେଶକ,ଉଦ୍ୟାନ ବିଭାଗ ଯୋଗୀନ୍ଦ୍ର ନାଥ ମହାପାତ୍ର ଯୋଗ ଦେଇଥିଲେ । ଚଳିତ ବର୍ଷର ବିଶ୍ବ ଜଳ ଦିବସର ସ୍ଲୋଗାନ \”ଜଳ ହିଁ ଜୀବନ \” ଏହାର ସୁରକ୍ଷା କରନ୍ତୁ\” ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ ଏବଂ ବିଶ୍ୱ ପାଇଁ ଜଳ ସଂରକ୍ଷଣ କେତେ ଜରୁରୀ, ଜଳ ର ଅଭାବ କୁ ଦୂର କରିବା ପାଇଁ ଜଳ ସଂରକ୍ଷଣ ଜରୁରୀ,ଆଡିବନ୍ଧ, ଜଳଉତ୍ସ ଆଦି ରେ ଜଳକୁ ସଂରକ୍ଷିତ ରଖିବା, ମହାନଦୀ ର ଜଳ କୁ ପ୍ରଦୂଷିତ ହେବାକୁ ନ ଦେବା, ଅଳିଆ, ଆବର୍ଜନା, ଅଇଁଠା ବାସନ ସଫା ନ କରିବା, କପଡ଼ା ସଫା ନ କରିବା, ବାସୀ ଖାଦ୍ୟ, ଠାକୁର ଙ୍କ ଫୁଲ ଆଦି ନଦୀ ଜଳ ରେ ନ ପକାଇବା, ଘରେ ମଧ୍ୟ ପାଣି ଅଯଥା ରେ ନଷ୍ଟ ନ କରିବା ଆଦି ସମ୍ପର୍କରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।
ବୌଦ୍ଧ ଜଳ ସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ନରେଶ କୁମାର ବାରିକ ସମସ୍ତ ଙ୍କୁ ସ୍ୱାଗତ କରି ଦିବସ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଲ ଏହି ବୈଠକ କୁ ନିର୍ବାହୀ ଯନ୍ତ୍ରୀ, ଉଠା ଜଳ ସେଚନ ବିଭାଗ, ବୌଦ୍ଧ ଇଂ. ଯୋଗେନ୍ଦ୍ର ରଥ ପରିଚାଳନା କରିଥିବା ବେଳେ ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ବିଭାଗ, ବୌଦ୍ଧ ଶ୍ରୀଯୁକ୍ତ ମନୋରଞ୍ଜନ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ ପାଣି ପଞ୍ଚାୟତର ସଦସ୍ୟ, ସଦସ୍ୟା, ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଟୀ, ତପସ୍ୱିନୀ ପରିବାର ର ମାଆ, ଗଣ ମାଧ୍ୟମ ପ୍ରତିନିଧି,ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ । ପରେ ପାଣି ପଂଚାୟତ ର ସଦସ୍ୟ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଶେଷରେ ମାଆ ପୂର୍ଣ୍ଣମାସୀ ପାଲା ଦଳ, ବ୍ରାହ୍ମଣୀ ନାୟିକା – ଦୀପ୍ତି ମିଶ୍ର ଓ ସାଥି -ପାଲା ପରିବେଷଣ କରିଥିବା ବେଳେ ମହାବୀର ଦାସକାଠିଆ ଦଳ, ବଡ଼ମାଲ, ବୌଦ୍ଧ କରୁଣାକର ଓ ସାଥି ଦାସକାଠିଆ ପରିବେଷଣ କରିଥିଲେ । ଏହି ସଚେତନତା ଧର୍ମୀ ପାଲା କୁ ଅତିଥି ମାନେ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031