Indus Valley Times

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ

 Breaking News

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ

April 16
10:32 2025

ଢେଙ୍କାନାଳ, ୧୬/୪: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାବୁଙ୍କ ଘରେ ଚାଲିଛି ତନାଘନା ଯାଞ୍ଚ ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି କରିଛି ।
ରାମଚନ୍ଦ୍ର ଶତପଥୀଙ୍କ ସରକାରୀ ବାସଭବନ ସହ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ତନାଘନା ଯାଞ୍ଚ ଜାରି ରହିଛି । ଏକକାଳୀନ ୯ଟି ସ୍ଥାନରେ ଚଢାଉ କରାଯାଉଛି । ଖବର ଲେଖାହେଲା ବେଳକୁ କେତେ ସମ୍ପତ୍ତି ଜବତ ହୋଇଛି ତାହାର କୌଣସି ସୂଚନା ମିଳିନଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930