Indus Valley Times

ବୌଦ୍ଧ ଠାରେ ହେବ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

 Breaking News

ବୌଦ୍ଧ ଠାରେ ହେବ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

ବୌଦ୍ଧ ଠାରେ ହେବ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ
November 16
10:19 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୧୧: ବୌଦ୍ଧ ସହରସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ଆସନ୍ତା ନଭେମ୍ବର ୨୮ ତାରିଖ ଠାରୁ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ହରିଦ୍ୱାର ଶାନ୍ତିକୁଞ୍ଜର ରୂଷିପୁତ୍ର ମାନଙ୍କ ଦ୍ୱାରା ଅନୁଷ୍ଠିତ ହେବାନେଇ ବୌଦ୍ଧ ଗାୟତ୍ରୀ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।
ଜିଲ୍ଲା ସଂଯୋଜକ ପ୍ୟାରିମୋହନ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମହାଯଜ୍ଞ ସମ୍ପର୍କରେ ସୁଚନା ଦିଆଯାଇଥିଲା । ଏହି ମହାଯଜ୍ଞରେ ଘୃତଯଜ୍ଞ, ଅନ୍ନଯଜ୍ଞ, ପ୍ରବଚନ ସମେତ ଆଦର୍ଶ ବିବାହ, ବ୍ରତପନୟନ, ମୁଣ୍ଡନ, ଫୁସଂବନ, ନାମକରଣ, ଦୀକ୍ଷା ଇତ୍ୟାଦି ଅନେକ ସଂସ୍କାର କାର୍ଯ୍ୟକ୍ରମ ସହ ନାରୀ ଜାଗରଣ, ନିଶା ନିବାରଣ ଏବଂ ଦେବ ଦମ୍ପତି ସମ୍ମିଳନୀ ଆୟୋଜିତ ହେଉଥବବା ସୁଚନା ଦିଆଯାଇଛି ।
ଡିସେମ୍ବର ୧ ତାରିଖ ଏହି ଆଧ୍ୟମ୍‌ôିକ କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ହେବ । ବୌଦ୍ଧ ଗାୟତ୍ରୀ ପରିବାରର ମୁଖ୍ୟ ଟ୍ରଷ୍ଟି ପ୍ରବିର କୁମାର ଦାସଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିବା ପାଇଁ ବିଭିନ୍ନ ଧାର୍ମୀକ ଅନୁଷ୍ଠାନ ଓ ସହରର ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି ।
ମଧୁର ଜଳ ମାଛ ଚାଷ ଉପରେ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୬/୧୧: ଅନନ୍ୟା ଏବଂ କେନ୍ଦ୍ରୀୟ ମଧୁର ଜଳ ଗବେଷଣା ପ୍ରତିଷ୍ଠାନ ଭୂବନେଶ୍ୱର ମିଳିତ ସହଯୋଗରେ ବୌଦ୍ଧ ଟାଉନହଲ ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଛି । ଶିବିରରେ ମଧୁର ଜଳ ମାଛ ଚାଷ ଉପରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବରେ ଭାରତ ସରକାରଙ୍କର ନ୍ୟାସନାଲ ଫିସରି ଡେଭେଲପମେଣ୍ଟ ବୋର୍ଡର ଗଭର୍ଣ୍ଣି ବଡି ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ବୌଦ୍ଧଜିଲ୍ଲାର ମାଛ ଚାଷର ସମ୍ଭାବନା ଉପରେ ଗୁରୁତ୍ୱ ପ୍ରଦାନ କରି କିଭଳି ମାଛ ଚାଷ କରି ତାର ଆୟକୁ ଦ୍ୱିଗୁଣ କରିପାରିବେ ସେ ବିଷୟରେ ଉଦବୋଧନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଶିବିରର ମୂଳ ଉଦ୍ଦେଶ୍ୟ କୁ ବର୍ଣ୍ଣନା କରିଥିଲେ ।
ସମ୍ମାନୀତ ଅତିଥି ଭାବରେ ସିଫାର ବୈଜ୍ଞାନିକ ଡଃ ଚନ୍ଦ୍ରକାନ୍ତ ମିଶ୍ର, ଡଃ ସଂଗ୍ରାମ କେତନ ସାହୁ, ଡଃ ଜିଏସ ସାହ ଯୋଗଦେଇଥିଲେ । ଜିଲ୍ଲା ମତ୍ସ ସଂପଦ ଅଧିକାରୀ ଲିପସା ପଟ୍ଟନାୟକ ଜିଲ୍ଲାର ସମସ୍ତ ସହକାରୀ ମତ୍ସ ସଂପଦ ଅଧିକାରୀ ଯୋଗଦେଇଥିଲେ । ଅନନ୍ୟା ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅବିନାଶ ମହାନ୍ତି ଯୋଗଦେଇଥିଲେ । ଶିବିରକୁ ଡଃ ଚନ୍ଦ୍ରକାନ୍ତ ମିଶ୍ର ମଂଚ ପରିଚାଳନା କରିଥିବା ବେଳେ ସିଫାର ଦୁର୍ଗା ପ୍ରସାଦ ରଥ,ଲିପସା ପଟ୍ଟନାୟକ, ଅବିନାଶ ମହାନ୍ତି ଶିବିରକୁ ପରିଚାଳନା କରିଥିଲେ । ଏହି ଅବସରରେ ମତ୍ସଚାଷୀ ଓ ବୈ ଜ୍ଞାନିକମାନଙ୍କ ମଧ୍ୟରେ ଏକ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଳା ବିଜେପି ପକ୍ଷରୁ ହରଭଙ୍ଗା ବ୍ଲକ ଘେରାଉ
ବୌଦ୍ଧ,୧୬/୧୧: ହରଭଙ୍ଗା ବ୍ଲକ ଅଫିସରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଭ୍ରଷ୍ଟାଚାର ବୃଦ୍ଧି ଅଭିଯୋଗରେ ଜିଲ୍ଲା ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଥିଲା । ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ସତ୍ୟାଗ୍ରହରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ଭ୍ରଷ୍ଟାଚାର ଓ ଦୁର୍ନୀତି ବୃଦ୍ଧି ପାଇବା ଯୋଗୁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି ।
ବ୍ଲକ କାର୍ଯ୍ୟାଳୟ ଗୁଡିକରେ ପିସି କାରବାର ବୃଦ୍ଧି ପାଉଛି ଫଳରେ ଉନ୍ନୟନ କାର୍ଯ୍ୟ ନିମ୍ନ ମାନର ହେଉଛି । ଏହାର ତଦନ୍ତ କରାଯିବା ଦରକାର ବୋଲି ଶ୍ରୀମତୀ ସିଂହାର ଦାବି କରିଥିଲେ । କର୍ଣ୍ଣେଲ ଶିଶିର ଘୋଷଙ୍କ ଅଧ୍ୟକ୍ଷତାରେ ଏହି ଘେରାଉ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ମାଗୁଣୀ ଗାଇଗୌରୀଆ, ସୁଶାନ୍ତ ପ୍ରଧାନ, ବିକ।। ମହାକୁଡ, ସଂଜିତ ମଣ୍ଡଳ, ରମେଶ ମହାନ୍ତି, ବାମନ ବାରିକ, ତପନ ଡାଙ୍ଗ, ଶମ୍ଭୁ ପ୍ରଧାନ, ଶାନ୍ତି ଦନ୍ତା, ପ୍ରେମାନନ୍ଦ ମିଶ୍ର, ସଂପାଦକ ତାପସ ପଟ୍ଟନାୟକ, ମନୋ ରଂଜନ ଦାଶ, ନମିତା ଦାଶ, ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଓ ନେତା ଯୋଗଦେଇ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031