Indus Valley Times

ବୌଦ୍ଧ : ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

 Breaking News

ବୌଦ୍ଧ : ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

ବୌଦ୍ଧ : ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ
March 15
22:49 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୩: ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ଡ୍ରାଇଭରମାନଙ୍କ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଫଳରେ ଘରୋଇ ବସ, ଟ୍ରକ ଚଳାଚଳ ବନ୍ଦ ରହିଥିବା ବେଳେ ଅତ୍ୟାବସିକ ଜିନିଷ ପରିବହନ ଚଳା ଚଳ କରୁଥିବା ଦେଖିବାକୁ ମିଳିଛି।
ଡ୍ରାଇଭରମାନେ ବୌଦ୍ଧ – କିଆକଟା ମହାନଦୀ ସେତୁ ନିକଟରେ ଶହ ଶହ ସଂଖ୍ୟା ଏକତ୍ରିତ ହୋଇ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆନ୍ଦୋଳନ ଫଳରେ ଗାଡ଼ି ମଟର ଚଳା ଚଳ ବନ୍ଦ ରହିଥିବାରୁ ରାସ୍ତା ଗୁଡ଼ିକୁ ଶୂନଶାନ ଲାଗୁଛି । ଆନ୍ଦୋଳନ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ବୌଦ୍ଧ : କୁଲାରୀ କୁଦ ଇକୋ ଟୁରିଜିମର ମାନ୍ୟତା ପାଇବ
ବୌଦ୍ଧ,୧୫/୩ : ଗଡଜାତ ବୌଦ୍ଧଜିଲା ପ୍ରାକୃତିକ ସୌନ୍ଦଯ୍ୟରେ ଭରପୁର ରହିଛି । ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟଟନର ବିକାଶ ଦ୍ରୁତ ଗତିରେ ଚାଲିଛି । ଗୋଟିଏ ପଟେ ରାଜ୍ୟର ସର୍ବବୃହତ୍ତ ପରିବେଶ ପାର୍କ ନନ୍ଦନବନ ପ୍ରକଳ୍ପ କାର୍ଯ୍ୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରେ ଆରମ୍ଭ ହୋଇ ସାରିଥିବାବେଳେ ଅନ୍ୟପଟେ ଡମ୍ବରୁଗଡ ଓ କୁଲାରିକୁଦ ଭଳି ସ୍ଥାନରେ କଟେଜ ନିର୍ମାଣ ସହ ଇକୋ ଟୁରିଜିମର ବିକାଶ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି ।
ବର୍ତ୍ତମାନ କୁଲାରୀକୁଦ ଇକୋଟୁରିଜିମର ମାନ୍ୟତା ପାଇବାକୁ ଯାଉଛି । ମନମୁଣ୍ଡାଠାରୁ ମାରଡା ସାତକୋଶିଆ ଗଣ୍ଡ ପର୍ଯ୍ୟନ୍ତ ପ୍ରାୟ ୧୦୦ କିଲୋମିଟର ମହାନଦୀ ବୌଦ୍ଧ ଜିଲ୍ଲାକୁ ଛୁଇଁ ପ୍ରବାହିତ ହେଉଅଛି । ଏହି ମହାନଦୀ କୂଳେକୂଳେ ପ୍ରାକୃତିକ ପରିବେଶ ଭରପୁର ଭାବେ ରହିଛି ।
କିଛିଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ଡମ୍ବରୁଗଡ ପାହାଡ ଉପରେ ଏକ ପାର୍କ ନିର୍ମାଣ ସରିଥିବାବେଳେ ୫ ଗୋଟି କଟେଜ କାର୍ଯ୍ୟ ସମାପନ ହୋଇ ବର୍ତ୍ତମାନ ପର୍ଯ୍ୟଟକମାନେ ରହିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଓ ବାହ୍ୟ ପରିବେଶର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି ।
ଖୁବଶୀଘ୍ର ନିର୍ମିତ କଟେଜ ସବୁ ପର୍ଯ୍ୟଟକମାନଙ୍କ ପାଇଁ ଯୋଗାଇଦିଆଯିବ । ସେହିପରି ଅନ୍ୟ ଏକ ଆକର୍ଷଣୀୟ ସ୍ଥାନ ହେଉଛି ମହାନଦୀ ମଧ୍ୟରେ ପ୍ରାୟ ଏକ ବର୍ଗ କିଲୋମିଟର ମଧ୍ୟରେ ସୃଷ୍ଟି ହୋଇଥିବା କୁଲାରି କୁଦ ।
ବୌଦ୍ଧସହରଠାରୁ ମହାନଦୀ ତିନିଭାଗରେ ବିଭକ୍ତ ହୋଇଛି । ଫଳରେ ଦୁଇଟି ଦ୍ୱୀପ ସୃଷ୍ଟି ହୋଇ ଚାରିପଟେ ମହାନଦୀ ଘେରି ରହି ମନୋରମ ପରିବେଶ ସୃଷ୍ଟି କରିଛି । ଗୋଟିଏ ଦ୍ୱୀପ ମର୍ଜାକୁଦକୁ ସ୍ଥାୟୀ ସେତୁ ନିର୍ମାଣ ହୋଇସାରି ଉଦଘାଟନ ଅପେକ୍ଷାରେ ରହିଛି । ମର୍ଜାକୁଦରେ ବୌଦ୍ଧ ଏନଏସି ର ଦୁଇଗୋଟି ୱାର୍ଡ ର ପ୍ରାୟ ୩ ହଜାର ଅଧିବାସୀ ରହୁଛନ୍ତି । ସେତୁ ନିର୍ମାଣ ପରେ ମର୍ଜାକୁଦରେ ରହିଥିବା ସରକାରୀ ଜମିର ଉପଯୁକ୍ତ ବିନିଯୋଗ କରାଯିବାକୁ ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତି ଚାଲିଛି । ମର୍ଜାକୁଦ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିବା ବେଳେ ଏବେ ଅନ୍ୟତମ ଦ୍ୱୀପ କୁଲାରୀ କୁଦର ବିକାଶ ପ୍ରତି ଦୃଷ୍ଟି ଦିଆଯାଇଛି । ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର କୁଲାରୀକୁଦ ପରିଦର୍ଶନ କରିବା ପରେ ସେଠାରେ ପର୍ଯ୍ୟଟନର ବିକାଶ ସମ୍ଭାବନା ନେଇ ପ୍ରଦିପ ଅମାତ ଓ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ସହିତ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀଅମାତଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ କୁଲାରୀକୁଦ ପରିଦର୍ଶନ କରିବା ପରେ ଏହାର ବିକାଶ ହୋଇପାରିଲେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ରିପୋର୍ଟ ପ୍ରଦାନ କରିଥିଲେ । ପରେ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୁଲାରିକୁଦ ପରିଦର୍ଶନ କରିବା ପରେ ବନ ବିଭାଗ ପକ୍ଷରୁ ଏହାର ବିକାଶ କାର୍ଯ୍ୟ ହାତକୁ ନିଆଯାଇଥିବା ଜଣାଯାଇଛି । ବନବିଭାଗ ପକ୍ଷରୁ ଏପଟେ ଅର୍ଥ ମଂଜୁରୀ ହୋଇଥିବା ଜଣାପଡିଛି । କୁଲାରୀକୁଦରେ ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କରାଯିବ ବୋଲି ଜଣାପଡିଛି । ଏହି କୁଲାରୀକୁଦ କାର୍ଯ୍ୟ ସଂପୂର୍ଣ୍ଣ ହୋଇଗଲେ ଏହା ଜିଲ୍ଲାର ଏକ ସୁନ୍ଦର ପର୍ଯ୍ୟଟନ ହେବା ସହ ଲୋକଙ୍କୁ ଆକର୍ଷିତ ହୋଇପାରିବ ।

ବୌଦ୍ଧ : ଆଉଟସୋର୍ସିଙ୍ଗ ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୧୫/୩ : ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ବୌଦ୍ଧଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ସରକାର ରାଜ୍ୟରେ ଅକ୍ଟୋବର ୧୫ ତାରିଖରେ ୫୭ ହଜାର ଠିକା କର୍ମଚାରୀଙ୍କୁ ରେଗୁଲାର କରି ସପୂର୍ଣ୍ଣ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ ।
କିନ୍ତୁ ଓଡିଶାରେ ଥିବା ଲକ୍ଷାଧିକ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ସରକାରଙ୍କ ସମସ୍ତ ଅଫିସ, ଶିକ୍ଷାନୁଷ୍ଠାନମାନଙ୍କରେ ଦୀର୍ଘବର୍ଷ ହେବ ମାସିକ ସ୍ୱଳ୍ପ ଦରମାରେ କାର୍ଯ୍ୟ କରିଆସୁଛନ୍ତି । ଜଣେ ରେଗୁଲାର କର୍ମଚାରୀ ସମାନ କାର୍ଯ୍ୟ ତଥା ସମୟ ଦେଇ ମାସିକ ୫୦ରୁ ୬୦ ହଜାର ଟଙ୍କା ବେତନ ପାଉଥିବାବେଳେ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ମାସକୁ ୭ରୁ ୮ ହଜାର ଟଙ୍କା ପାରିଶ୍ରମିକ ପାଉଛନ୍ତି । ଯାହାକି ଏକ ସମ୍ବେଦନଶୀଳ ପ୍ରସଙ୍ଗ ।
ଏପରିକି ବର୍ଷ ବର୍ଷ ଧରି କାର୍ଯ୍ୟକରୁଥିବା ଏହି କର୍ମଚାରୀମାନଙ୍କୁ ଅଧିକାରୀ ଚାହିଁଲେ ଅତି ସାଧାରଣ ଭାବରେ ଚାକିରିରୁ ବହିଷ୍କାର କରିଦେଉଛନ୍ତି । ତେଣୁ ସରକାର ଆଉଟସୋର୍ସିଙ୍ଗ ପ୍ରଥା ସପୂର୍ଣ୍ଣ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଏକ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ବାର୍ଷିକ ଅଧିବେସନ,ଗ୍ରାହକଙ୍କୁ ଅଧିକ ସେବା ଯୋଗାଇ ଆକୃଷ୍ଟ କରିବା ମୁଳ ଲକ୍ଷ୍ୟ ରହିବ
ବୌଦ୍ଧ,୧୫/୩: ଗ୍ରାହକଙ୍କୁ ଅଧିକ ସେବା ଯୋଗାଇ ବ୍ୟାଙ୍କ ପ୍ରତି ଆକୃଷ୍ଟ କରିବା ଓ ଚାଷୀଙ୍କୁ ଠିକ ସମୟରେ ରୂଣ ପ୍ରଦାନ କରି ବ୍ୟାଙ୍କ କାରବାର ଅଧିକ ମାତ୍ରାରେ ବୃଦ୍ଧି କରିବା ନେଇ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ବାର୍ଷିକ ଅଧିବେସନରେ ନିଷ୍ପତି ଗ୍ରହଣ କରାଯାଇଛି । ସ୍ଥାନିୟ ଟାଉନହଲ ଠାରେ ଅନୁଷ୍ଟିତ ଏହି ବାର୍ଷିକ ବୈଠକରେ ବ୍ୟାଙ୍କର ପରିଚାଳନା କମିଟି ସଭାପତି ଅରୁଣ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।
ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଗତ ୬୭ବର୍ଷଧରି ବୌଦ୍ଧ-କନ୍ଧମାଳ ଜିଲ୍ଲାରେ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି । କୃଷକଙ୍କୁ ଆର୍ଥକ ରୂଣ ପ୍ରଦାନ କରି ଏହି ଦୁଇ ଜିଲ୍ଲାରେ କୃଷି କାର୍ଯ୍ୟରେ ଏକ ବୈପ୍ଳବୀକ ପରିବର୍ତ୍ତନ ଆଣି ପାରିଛି ।
ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ବ୍ୟାଙ୍କର ମହିଳା ଶାଖା ଜରିଆରେ ଆର୍ଥିକ ସହଯୋଗ କରି ଆସୁଛି । ତେବେ ବ୍ୟାଙ୍କ କାରବାର ସହିତ ଯୋଡି ହୋଇଥିବା ଗ୍ରାହକ ମାନଙ୍କୁ ଅଧିକ ସେବା ଯୋଗାଇବାସହ ସରକାରଙ୍କର ବିଭିନ୍ନ ସମୟରେ ପ୍ରଣୟନ ନୀତିକୁ ଗୁରୁତ୍ୱରସହ କାର୍ଯ୍ୟକାରୀ କରାଇ ବ୍ୟାଙ୍କ ପ୍ରତି ଆକୃଷ୍ଟ କରି କାରବାର ବୃଦ୍ଧି କରିବା ଚଳିତ ବର୍ଷ ଲକ୍ଷ୍ୟ ରଖାଯାଇଛି । ସମସ୍ତେ ଆନ୍ତରିକ ସହଯୋଗ କଲେ ଆମେ ଆମର ଲକ୍ଷ୍ୟ ହାସଲ କରିପାରିବା ବୋଲି ସଭାପତି ଶ୍ରୀ ସାହୁ ଆଶା ପ୍ରକଟ କରିଥିଲେ । ଏଥିସହ ବୈଠକରେ ବ୍ୟାଙ୍କର ୨୧-୨୨ ବର୍ଷର ବାର୍ଷିକ ବିବରଣୀ, ସମିକ୍ଷା ଫର୍ଦ୍ଦ ଓ ଆୟବ୍ୟୟ ପ୍ରାପ୍ୟ ଦେୟ ହିସାବ, ୨୨-୨୩ ବର୍ଷର ଅତିରିକ୍ତ ବଜେଟ, ୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଓ କାର୍ଯ୍ୟକାରୀ ଉନ୍ନୟନ ଯୋଜନାର ଅନୁମୋଦନ କରାଯାଇଥିଲା ।
ବ୍ୟଙ୍କର ୨୧-୨୨ବର୍ଷର ଲାଭାଶଂ ବଂଟନ ସହ ଅନ୍ୟାନ ଗୁରୁତ୍ୱପୁର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା । ବ୍ୟାଙ୍କ ସଂପାଦକ ଅମୁଲ୍ୟାନନ୍ଦ ମହାନ୍ତି ବିବରଣୀ ଉପସ୍ଥାପନା କରିଥିବା ବେଳେ ଏଜିଏମ୍ ସସ୍ମିତା ପ୍ରଧାନ ଅତିଥି ପରିଚୟ ଓ ମଂଚ ପରିଚାଳନା କରିଥିଲେ ଓ ଉପ ସଭାପତି ଲୀନା ମହାପାତ୍ର, ଏଡିଟି ବିଜୟ କୁମାର ନାୟକ ମଂଚାସୀନ ଥିଲେ । ବ୍ୟାଙ୍କ କର୍ମଚାରୀ ଶୁଭସ୍ମିତା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ବ୍ୟାଙ୍କର ବୌଦ୍ଧ-କନ୍ଧମାଳ ଜିଲ୍ଲାରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930