Indus Valley Times

ବୌଦ୍ଧ ତାଇକୋଣ୍ଡୁ ସଂଘର ବେଲଟ ପରୀକ୍ଷା ଉଦଘାଟିତ

 Breaking News

ବୌଦ୍ଧ ତାଇକୋଣ୍ଡୁ ସଂଘର ବେଲଟ ପରୀକ୍ଷା ଉଦଘାଟିତ

May 29
20:25 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୫: ବୌଦ୍ଧ ଜିଲ୍ଲା ତାଇକୋଣ୍ଡୁ ସଂଘ ପକ୍ଷରୁ ରବିବାର ଦିନ ବନ୍ୟା ଆଶ୍ରୟ ସ୍ଥଳି ଠାରେ ଅଷ୍ଟମ ବେଲଟ ପରୀକ୍ଷା ଉଦଘାଟିତ ହେଇଛି । ସଂଘ ପକ୍ଷରୁ ବନ୍ୟା ଆଶ୍ରୟ ସ୍ଥଳିରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଯୋଗଦେଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲୋ । ସମ୍ମାନୀତ ଅତିଥିଭାବେ ରାଜ୍ୟ ତାଇକୋଣ୍ଡୁ ସଂଘର ସଂପାଦକ ମନମୋହନ ଭଂଜ ଯୋଗ ଦେଇ ବୌଦ୍ଧ ଜିଲ୍ଲାର ଖେଳ ସଂପର୍କରେ ଆଲୋକପ।।ତ କରିଥିଲେ ।
ସଂଘର ଉପଦେଷ୍ଟା ଦେବାଶିଷ ପୁରୋହିତ ସଂଯୋଜନାରେ ଅନୁଷ୍ଠିତ ସଭାରେ ସଭାପତି ଯଜେ୍ଞଶ୍ୱର ମିଶ୍ର, ସଂପାଦକ ତଥା ପ୍ରଶିକ୍ଷକ ଅଂଜିତ ସାହୁ ଯୋଗ ଦେଇ ଅନୁଷ୍ଠାନର ଲକ୍ଷ୍ୟ ଉଦେଶ୍ୟ ଉପରେ ମତବ୍ୟକ୍ତ କରିଥିଲେ ।
ପ୍ରାରମ୍ଭର ରାଜବାଟିସ୍ଥିତ ବୁଦ୍ଧ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହରି ସହର ପରିକ୍ରମା କରିଥିଲା । ଏହି ପରୀକ୍ଷାରେ ୮୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ସଂଘର ବରିଷ୍ଠ ସଦସ୍ୟ ବିଜୟ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଆନ୍ଦୋଳନକୁ ଓହ୍ଳାଇଲା ଅଣଗେଜେଡେଟ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ
ବୌଦ୍ଧ,୨୯/୫: ସାରା ରାଜ୍ୟରେ ପାଞ୍ଚ ଦଫା ଦାବୀରେ ରାଜ୍ୟ ଅଣଗେଜେଡେଟ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ଗତ ୮ ତାରିଖ ଠାରୁ କଳାବ୍ୟାଚ ଧାରଣା ଦେଇ ଆନ୍ଦୋଳନ କରିଆସୁଥିବା ବେଳେ ଏହି ଆନ୍ଦୋଳଳନରେ ବୌଦ୍ଧ ଜିଲ୍ଲା ଅଣଗେଜେଡେଟ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ମଧ୍ୟ ସାମିଲ ହୋଇ ଆନ୍ଦୋଳନ ଚଳାଇ ଆସୁଛି ।
କିନ୍ତୁ ଦାବୀ ନେଇ ରାଜ୍ୟ ସରକାରଙ୍କ ଆଦୌ କର୍ଣ୍ଣପାତ କରୁନଥିବା ବେଳେ ପୁଣି କର୍ମଚାରୀ ସଂଘ ପକ୍ଷରୁ ଦାବୀ ପୁରଣ ଦାବୀରେ ଆନ୍ଦୋଳନକୁ ଜୋର ଦାର କରିବା ସହ ପୁର୍ବପରି କଳାବ୍ୟାଚ ପିନ୍ଧି ଆନ୍ଦୋଳନ ଚାଲୁରହିବା ସହ ସରକାରଙ୍କୁ କୌଣସି ସହଯୋଗ କରାଯିବ ନାର୍ହିକି କାର୍ଯ୍ୟର ରିପୋର୍ଟ ସରକାରଙ୍କୁ ଦିଆଯିବ ନାହିଁ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି ।
ଏନେଇ ବୌଦ୍ଧ ଅଣଗେଜେଡେଟ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ଏକ ଦାବୀ ପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକତ୍ସାଅଧିକାରୀଙ୍କୁ ରବିବାର ଦିନ ପ୍ରଦାନ କରାଯାଇଛି । ଦାବୀ ପତ୍ର ପ୍ରଦାନ ସମୟରେ ସଂଘର ସଭାପତି ମନୋଜ କୁମାର ମହାପାତ୍ର, ସଂପାଦକ ଅଶୋକ କୁମାର ଶତପଥି, ଉପସଭାପତି ସୁକାନ୍ତି ସିଂ,କାର୍ଯ୍ୟକାରୀ ସଂପାଦକ ଗୌରାଙ୍ଗ ଚରଣ ସାହୁ, ମୁଖ୍ୟ ଉପଦେଷ୍ଟା ତ୍ରିଲୋଚନ ରଥ, ଉପଦେଷ୍ଟା ସୁବାସ ଚନ୍ଦ୍ର ପଣ୍ଡା, ସଚ୍ଚିଦାନନ୍ଦ ଖମାରୀଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲୋ ।
ଅଣଗେଜେଟେଡ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ ପରିଷଦ ବୈଠକ
ବୌଦ୍ଧ,୨୯/୫: ଓଡ଼ିଶା ଅଣଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ବୌଦ୍ଧଜିଲ୍ଲା ଶାଖର ସାଧାରଣ ପରିଷଦ ବୈଠକ ବୌଦ୍ଧ ଟାଉନହଲଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜନସାଧାରଣଙ୍କ ସେବାରେ କର୍ମଚାରୀଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ କହିଥିଲେଯେ, ସରକାର ଯଦି ସାଇକେଲର ଆଗଚକ, ତେବେ ସରକାରୀ କର୍ମଚାରୀମାନେ ତାହାର ପଛଚକ ଅଟନ୍ତି ।
ଗୋଟିଏ ଚକ ନଗଡିଲେ ଗୋଟିଏ ଚକରେ ସାଇକେଲ ଚାଲିବା ଅସମ୍ଭବ ବୋଲି ପ୍ରକାଶ କରିବା ସହିତ ଶ୍ରୀଅମାତ ସର୍ବଦା କର୍ମଚାରୀମାନଙ୍କ ସହିତ ଅଛନ୍ତି ଏବଂ ଯେତେବେଳେ ଯାହା କର୍ମଚାରୀମାନଙ୍କ ସମସ୍ୟା ରହିଛି ତାହା ସରକାରଙ୍କ ନିକଟରେ ଉପସ୍ଥାପନ କରି ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ଏଥି ସହିତ ସରକାରୀ କର୍ମଚାରୀମାନେ ଚାହିଁଲେ ସରକାରଙ୍କ ସମସ୍ତ ଯୋଜନା ସଫଳ ରୂପାୟନ ହୋଇପାରିବ ବୋଲି ଶ୍ରୀଅମାତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଯୋଗଦେଇ କର୍ମଚାରୀମାନଙ୍କ ସହଯୋଗରେ ବୌଦ୍ଧ ଏନଏସିକୁ ସବୁଜ ସୁନ୍ଦର ଓ ସମୃଦ୍ଧ ଏନଏସି ଭାବରେ ପରିଣତ କରିବାକୁ ସେ ପ୍ରତିଶୃତି ବଦ୍ଧ ତେଣୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସଂଗଠନର କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ପାତ୍ର ଜନସାଧାରଣଙ୍କ ସେବାରେ କର୍ମଚାରୀମାନଙ୍କ ଭୂମିକା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
କର୍ମଚାରୀମାନେ କିପରି ବିଭିନ୍ନ କ୍ଷେତ୍ରରେ ଅସୁବିଧାନର ସମ୍ମୁଖିନ ହେଉଛନ୍ତି ସେହି ବିଷୟରେ ମୁଖ୍ୟଅତିଥି ଶ୍ରୀଅମାତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କର୍ମଚାରୀ ସମନ୍ୱୟ ସମିତିର ଅଧ୍ୟକ୍ଷ ଦିଲ୍ଲିପ କୁମାର ବିଶି ସର୍‌କାରୀସ୍ତରରେ ଆଉଟସୋର୍ସିଂ ବ୍ୟବସ୍ଥାକୁ ବନ୍ଦ କରି ନିୟମିତ ନିଯୁକ୍ତି ଦେବାକୁ ମନ୍ତ୍ରୀ ଶ୍ରୀଅମାତଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସଂଗଠନର ସମ୍ପାଦକ ରାଜେନ୍ଦ୍ର କୁମାର ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରି ବୌଦ୍ଧଜିଲ୍ଲାରେ ଅଣଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ଗଠନ ଦିନଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ ।
ଆଲୋଚନାଚକ୍ରରେ ଜନସାଧାଣଙ୍କ ସେବାରେ କର୍ମଚାରୀମାନଙ୍କ ଭୂମିକା କଣ ଏବଂ ସରକାରୀ କର୍ମଚାରୀ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ଶେଷରେ ଶୁଭସ୍ମିତା ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।
ଅଣଗେଜେଟେଡ କର୍ମଚାରୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ପରିଷଦ ଗଠିତ
ବୌଦ୍ଧ,୨୯/୫: ଓଡ଼ିଶା ଅଣଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ବୌଦ୍ଧଜିଲ୍ଲା ଶାଖାର ନୂତନ କାର୍ଯ୍ୟକାରୀ ପରିଷଦ ଗଠନ କରାଯାଇଛି । ପୂରାତନ କମିଟିର ଅଧ୍ୟକ୍ଷ ଦିଲ୍ଲିପ କୁମାର ବିଶି ସର୍ବ ସମ୍ମତିକ୍ରମେ ନୂତନ କାର୍ଯ୍ୟକାରୀ ପରିଷଦ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ ।
ଓଡ଼ିଶା ଅଣଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ବୌଦ୍ଧଜିଲ୍ଲା ଶାଖାର ନୂତନ କାର୍ଯ୍ୟକାରୀ ପରିଷଦର ଅଧ୍ୟକ୍ଷ ଭାବରେ ରାଜେନ୍ଦ୍ର କୁମାର ମହାପାତ୍ର,ସଭାପତି ଜିତେନ୍ଦ୍ର କୁମାର ମିଶ୍ର,କାର୍ଯ୍ୟକାରୀ ସଭାପତି ଶମ୍ଭୁ ଗିରି,ଉପସଭାପତି ସଂଜିବ କୁମାର ପଣ୍ଡା,ପ୍ରସନ୍ନ କୁମାର ପ୍ରଧାନ,ଅନିଲ କୁମାର ପ୍ରଧାନ,ପ୍ରଜ୍ଞା ପାଢି, ସାଧାରଣ ସମ୍ପାଦକ ତାପସ କୁମାର ମିଶ୍ର,ଯୁଗ୍ମ ସଂପାଦକ ବିଜୟ କୁମାର ପ୍ରଧାନ,ଜ୍ଞାନରଂଜନ ମିଶ୍ର, ପ୍ରକାଶ ସେଠୀ,ସ୍ୱର୍ଣ୍ଣପ୍ରଭା ମହାପାତ୍ର, ସହଯୋଗୀ ସମ୍ପାଦକ ପ୍ରମୋଦ କୁମାର ଜାନୀ,ରୋଜାଲିନ ମିଶ୍ର,ଦୀପକ କୁମାର ନାୟକ,ସଙ୍ଗିତା ପ୍ରଧାନ ଓ କୋଷାଧ୍ୟକ୍ଷ ଭାବରେ ଶତ୍ରୁଜିତ ମହାପାତ୍ରଙ୍କୁ ନିର୍ବାଚିତ କରାଯାଇଥିଲା ।
ଏଥିସହିତ ମୁଖ୍ୟ ଉପଦେଷ୍ଟା ଭାବରେ କୌଶିକ ମହାନନ୍ଦିଆ ,ଉପଦେଷ୍ଟା ବିରଞ୍ଚି କୁମାର ପ୍ରଧାନ,ସାଧୁଚରଣ ଦେହୁରୀ,ସଂଜିବ କୁମାର ପଟ୍ଟନାୟକ,ରାଜ କୁମାର ପଟ୍ଟନାୟକ, ମୁଖ୍ୟ ସମୀକ୍ଷକ ଭାବରେ ପ୍ରମୋଦ କୁମାର ସେଠୀ,ସମୀକ୍ଷକ ପ୍ରେମାନନ୍ଦ ମେହେର,ପହଲ୍ଲାଦ ମିର୍ଦ୍ଧା, ସଂଗଠନ ସଂପାଦକ ସୁଶାନ୍ତ କୁମାର ଅମାତ ,ପ୍ରଶାନ୍ତ କୁମାର ପାଣିଗ୍ରାହୀ,ଆଶିଷ କୁମାର ମଲ୍ଲିକ ଓ ସୁଦାମ ଚରଣ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟନିର୍ବାହୀ ସଦସ୍ୟ ଭାବରେ ଦିଲ୍ଲିପ କୁମାର ସାହୁ,ଅଶୋକ କୁମାର ଶତପଥୀ,ଶୁଭାଶିଷ ଶତପଥୀ,ଦ୍ରୌପଦୀ ମଲ୍ଲିକ,ଗୀତାଞ୍ଜଳୀ ସାହୁ,ପଦ୍ମାସିନୀ ମେହେର,ରେଣୁପ୍ରଭା ବେହେରା,ବୈଦ୍ୟନାଥ ମହାପାତ୍ର,ଅବିନାଶ ମିଶ୍ର,ହେମନ୍ତ କୁମାର ନାଏକ,ଭାଗିରଥୀ କର୍ଣ୍ଣ,ସୁକାନ୍ତ ରାଜହଂସ,ଲିଙ୍ଗରାଜ ଗହିର ଓ ମହେଶ୍ୱର ମହାରଣାଙ୍କୁ ମନୋନୀତ କରାଯାଇଥିଲା ।
କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ଙ୍କ ବୌଦ୍ଧ ଗସ୍ତ
ବୌଦ୍ଧ,୨୯/୫: କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଙ୍କ ବୌଦ୍ଧ ଗସ୍ତ କାର୍ଯ୍ୟକ୍ରମ କରି ଡି ଏଫ୍ ଓ କାର୍ଯ୍ୟାଳୟ ରେ ସମୀକ୍ଷା କରିବା ସହ ମନମୁଣ୍ଡା ରେଞ୍ଜ ପରିଦର୍ଶନ କରି କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ ।
କେନ୍ଦୁପତ୍ର ସଂସ୍ଥା ଡି ଏଫ୍ ଓ ଅରବିନ୍ଦ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ଶ୍ରୀ ମହାନ୍ତି ସରକାରଙ୍କ ଦ୍ଵାରା ଘୋଷିତ ଏବଂ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ର ସମୀକ୍ଷା କରାଯାଇଥିଲା । ବିଶେଷ ଭାବରେ ଦିଆଯାଉଥିବା ବୋନସ, ମୃତ୍ୟ କାଳୀନ ସହାୟତା, ପାଣି ବୋତଲ, ଚପଳ, ପରିଚୟ ପତ୍ର, ଗୋଛା କଟେଇ, ଫଡି ମରାମତି ବିଷୟରେ ଆଲୋଚନା କରା ଯାଇଥିଲା ।
୨୦୧୯ ମସିହା ରୁ ବନ୍ଦ ଥିବା ଛାତ୍ର ବୃତ୍ତି ସାହାଯ୍ୟ ପୁନର୍ବାର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏଇ ଶିକ୍ଷାବର୍ଷ ରେ ଆବେଦନ ତାରିଖ ଜୁନ୧୫ ସୁଦ୍ଧା ଥିବା ବେଳେ ଛାତ୍ର ଛାତ୍ରୀ କେମିତି ଲାଭବାନ ହେବେ ସମୀକ୍ଷା କରିଥିଲେ ।
ପ୍ରତ୍ୟକ ତୋଳାଳୀ ଏବଂ କର୍ମଚାରୀ ଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦେଶ ପରେ ବୌଦ୍ଧ କେନ୍ଦୁପତ୍ର ଡିଭିଜନ ରେ ଥିବା ୪୦୮୪୩ ତୋଳାଳୀ, ୯୨୮ କର୍ମଚାରୀ, ୧୯୨୬ ବନ୍ଧେଇ ଶ୍ରମିକ ଏହି ଯୋଜନାର ଅନ୍ତର୍ଭୂକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ତୋଳାଳୀ, କର୍ମଚାରୀ ଙ୍କୁ ମୃତ୍ୟୁ ସହାୟତା ପ୍ରଦାନ ବିଷୟରେ ଆଲୋଚନା ହୋଇଥିଲା ।
ମୃତ୍ୟୁ ସହାୟତା ଗତ ବର୍ଷ ପର୍ଯ୍ୟନ୍ତ ଏକ ଲକ୍ଷ ଟଙ୍କା ଥିବାବା ବେଳେ ଚଳିତ ବର୍ଷ ରୁ ଏହାକୁ ବୃଦ୍ଧି କରାଯାଇ ଦୁଇ ଲକ୍ଷ୍ୟ ଟଙ୍କା କରାଯାଇଛି । ସାମାଜିକ ସୁରକ୍ଷା ଯୋଜନା ର ଅନ୍ତର୍ଭୁକ୍ତ ହେବା ପାଇଁ ଦୁଇ ହଜାର କେରି ପତ୍ର ମାପଦଣ୍ଡ କୁ କୋହଳ କରି ହଜାରେ କେରି ମକ୍ଷପଦଣ୍ଡ ରଖାଯାଇଛି ।
ବୌଦ୍ଧ ଡିଭିଜନ ର ୨୫ଜଣ ତୋଳାଳୀ ଙ୍କୁ ୩୯ଲକ୍ଷ୍ୟ ଟଙ୍କା ମୃତ୍ୟୁ ସହାୟତା ଏବଂ ୩ଜଣ କର୍ମଚାରୀ ଙ୍କୁ ୬ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଛି।
ଆଜି ଏଡଭାଇଜର ଶ୍ରୀ ସଂଜିତ ମହାନ୍ତି ମନମୁଣ୍ଡା ରେଞ୍ଜ ଭୋଇସାହି ଫଡି ପରିଦର୍ଶନ କରିବା ସହ ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ ।
କାର୍ଯ୍ୟକ୍ରମ ରେ ଶ୍ରୀକାନ୍ତ ମିଶ୍ର ଡିଭିଜନ ସମ୍ପାଦକ, ନାକଟିଦେଉଳ ରେଞ୍ଜ ସମ୍ପାଦକ ଭିକାରୀ ପ୍ରଧାନ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଛାତ୍ର ନେତା ଦେବଜ୍ୟାତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031