Indus Valley Times

ବୌଦ୍ଧ ଧନୁଯାତ୍ରାର ତୃତୀୟ ସଂନ୍ଧ୍ୟା :ମଞ୍ଚସ୍ଥ ହେଲା ନାଟକ ମଥୁରାର କଳାଚାନ୍ଦ ଗୋପରେ ବଢୁଛି

 Breaking News

ବୌଦ୍ଧ ଧନୁଯାତ୍ରାର ତୃତୀୟ ସଂନ୍ଧ୍ୟା :ମଞ୍ଚସ୍ଥ ହେଲା ନାଟକ ମଥୁରାର କଳାଚାନ୍ଦ ଗୋପରେ ବଢୁଛି

December 13
10:47 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୧୨: ବୌଦ୍ଧ ଭୈରବୀ ପଡିଆଠାରେ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଚାଲିଥିବା ଧନୁଯାତ୍ରା ନାଟ୍ୟୋତ୍ସବର ମଙ୍ଗଳବାର ଥିଲା ତୃତୀୟ ସଂନ୍ଧ୍ୟା । ନାଟକ ପ୍ରାରମ୍ଭରୁ ଏକ ନୃତ୍ୟ ନାଟିକା ଭକ୍ତ ପ୍ରହଲ୍ଳାଦ ପରିବେଷିତ ହୋଇଥିଲା ।
ତୃତୀୟ ସନ୍ଧ୍ୟାରେ ନାଟକ ପରିବେଷଣ ହୋଇଥିଲା ମଥୁରାର କଳାଚାନ୍ଦ ଗୋପରେ ବଢୁଛି । ଏହି ନାଟକରେ କୃଷ୍ଣ ବଳରାମଙ୍କ ବାଲ୍ୟ ଳୀଳା , ଜାମଳାଅର୍ଜୁନ ଭଂଜନ, ବିଶ୍ୱରୁପ ଦର୍ଶନ, ବକାସୁର, ଅଘାସୁର ଓ ଧେନୁକାସୁର ବଧ, ନଟୁ ଚୋରୀ, ଦହିଚୋରୀ ପର୍ଯ୍ୟନ୍ତ ପରିବେଷିତ ହୋଇଥିଲା । ଏହି ନାଟ୍ୟତ୍ସୋବରେ ସମସ୍ତ ନାଟକ ଗୁଡିକ ବୌଦ୍ଧଜିଲ୍ଲାର ଜଣାଶୁଣା ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ରଚିତ ହୋଇଥିବା ବେଳେ ଓ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନା ଦେଇଛନ୍ତି ।
ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁକୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ ହେଉଛି । ନାଟକରେ କଂସ ଚରିତ୍ରରେ ବାବୁଲାଲ ପ୍ରଧାନ, ବସୁଦେବ ଭୁମିକାରେ ଲୋକନାଥ ମେହେର, ଦେବକୀ ଆନନ୍ଦ ସିଂ, ନନ୍ଦ ଇନ୍ଦ୍ରମଣୀ ମେହେର, ଯଶୋଦା ସାନୁର୍ଯ୍ୟ ବାରିକ, ଉଗ୍ରେସନ ରୁଦ୍ରଭାନୁ ଭୋଇ, ଇନ୍ଦୁମତୀ ମାନସ ସେଠୀ, ଅକ୍ରୁର ଧ୍ରୁବଚରଣ କରିଡିଆ ବାଳକୃଷ୍ଣ ଆଦିତ୍ୟ ଶୁଭମ , ବଳରାମ ମନିଷ ମେହେର, ଜଟିଳା ବିଜୟ କୁାମର ନାଏକ, ଚନ୍ଦ୍ରସେଣ।। ସିଦ୍ଧାର୍ଥ ବେହେରା ଅଭିନୟ କରିଥିଲେ । ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବାକୁ ମିନାବଜାର ଓ ବାଣିଜମେଳାର ଆୟୋଜନ କରାଯାଇଛି । ନାଟକ ଦେଖିବା ପାଇ ଲୋକଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛି ।
ଶଗଡା ପଂଚାୟତରେ ହାତୀ ଉପଦ୍ରବ ବ୍ୟାପକ ଫସଲ ହାନୀ
ବୌଦ୍ଧ, ୧୩/୧୨ : ବୌଦ୍ଧଜିଲ୍ଲା ଶଗଡା ପଂଚାୟତର ଝାଙ୍କରପଡା ନିକଟସ୍ଥ ସିଦ୍ଧଗୁରୁ ପର୍ବତରୁ ଗତରାତିରେ ପ୍ରାୟ ୧୦ଟି ଜଙ୍ଗଲି ହାତୀ ଆସି ପାଶ୍ୱର୍ରେ ଥିବା ଧାନ ବିଲ ଗୁଡିକରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହେଉଛି ।
ମନମୁଣ୍ଡା ଶଗଡା ମୁଖ୍ୟରାସ୍ତା କଡରେ ଜଙ୍ଗଲଟି ଥିବା ହେତୁ ହାତୀ ଭୟରେ ଅଂଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଝାଙ୍କରପଡା, ବେଣାମୁଣ୍ଡା, ପାଇକବାହାଲ ଗ୍ରାମର ଲୋକମାନେ ସେହିବାଟ ଦେଇ ଯିବା ଅସିବା କରିବାକୁ ଭୟ କରୁଛନ୍ତି । ଏପରିକି ସ୍କୁଲ, କଲେଜ ଯାଉଥିବା ପିଲାମାନେ ଭୟରେ ସ୍କୁଲ ଓ କଲେଜ ଯିବାକୁ ଭୟ କରୁଥିବାରୁ ସେମାନଙ୍କ ପାଠପଢାରେ ବ୍ୟାଘାତ ଦେଖାଦେଇଛି ।
ହାତୀ ଉପଦ୍ରବ ଯୋଗୁଁ ରମେଶ ଝାଙ୍କର, ସୁଶାନ୍ତ ଝାଙ୍କର, ଉମେଶ ଝାଙ୍କର, ରଘୁନାଥ ପଲିଆ, ଶ୍ରୀପତି ପଲିଆ,ଲାଲୁ ଝାଙ୍କରଙ୍କ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।
ତମାଖୁ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୩/୧୨: ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ତମାଖୁ ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ଜୀବନରେ କେବେହେଲେ ତମାଖୁ ଜାତୀୟ ଦ୍ରବ୍ୟ ନ ଖାଇବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତମାଖୁ ନିୟନ୍ତ୍ରଣ ସମିତିର ମୁଖ୍ୟ ତାଲିମଦାତା ଆଲୋକ କୁମାର ମିଶ୍ର ସାଧାନ କର୍ମୀ ଭାବରେ ଯୋଗଦେଇ ତମାଖୁ ସେବନର ଭୟାଭୟତା ଉପରେ ବୁଝାଇଥିଲେ । ତମାଖୁ ନିରୋଧ ଆଇନ ଉପରେ ବିଷୟରେ ଅବଗତ କରାଇଥିଲେ ।
ଯୁବରେଡକ୍ରସର ସଂପାଦକ ଡ. ପ୍ରବିର କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଗୁଟଖା ସେବନ କରି କିପରି ଯୁବକମାନେ ଅନେକ ପ୍ରକାରର କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ସୂଚନା ଦେଇଥିଲେ । ଅଧ୍ୟାପକ ସଦାନନ୍ଦ ମାହାର,ଅଧ୍ୟାପିକା ଶ୍ୱେତା ସୁମନ ପଣ୍ଡା, ଯୁବରେଡକ୍ରସର ସମସ୍ତ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଡ. ଅମରେଶ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ସାଲକଟା ଟୁନା ମହାକୁଡ ହତ୍ୟା ଘଟଣା : ଅଭିଯୁକ୍ତ ସୁଦାମକୁ ୮ ବର୍ଷ କାରାଦଣ୍ଡାଦେଶ ଓ ଧବଳେଶ୍ୱର ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୧୩/୧୨: ବୌଦ୍ଧ ଅତିରିକ୍ତ ଜିଲ୍ଲାଦୌରାଜଜ ମଙ୍ଗଳବାର ଦିନ ହତ୍ୟା ଘଟଣାର ବିଚାର କରି ଅଭିଯୁକ୍ତକୁ ସୁଦାମକୁ ୮ ବର୍ଷ କାରାଦଣ୍ଡାଦେଶ ଦେବା ସହ ଧବଳେଶ୍ୱରକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୨୪.୫.୨୦୧୭ ମସିହାରେ ସାଲକଟା ଗ୍ରାମର ନାରାୟଣ ମହାକୁଡଙ୍କ ପୁଅର ଏକୋଶିଆ ଭୋଜି ଖାଇବାକୁ ଟୁନା ମହାକୁଡ ନିଜ ବଡବାପା ଧବଳେଶ୍ୱର ମହାୁକଡ ଓ ତାଙ୍କ ପୁଅ କୁର୍ତ୍ତୀ ଓରଫ ସୁଦାମ ମହାକୁଡ ଘରକୁ ଡାକିବାକୁ ଯାଇଥିଲା ।
ସୁଦାମ ଓ ଧବଳେଶ୍ୱର ଭୋଜିଖାଇବାକୁ ମନାକରିଦେଇଥିଲେ । କିନ୍ତୁ ଟୁନା ମୁଁ ଏକୁଟିଆ ହେଉଛି ଆସ ସମସ୍ତେ ମିଶି ଖାଇବା ବୋଲି କହିବାରୁ ହଠାତ ଅଭିଯୁକ୍ତ ସୁଦାମ ଓ ଧବଳେଶ୍ୱର ରାଗି ଯାଇ ସୁଦାମ ଘରୁ ଟାଙ୍ଗିଆ ଆଣିବା ସହ ଟୁନାର ଡାହଣ କାନକୁ ହାଣିଦେବା ସହ ଧବଳେଶ୍ୱର ଠେଙ୍ଗାରେ ପିଠି, ମୁଣ୍ଡ ଓ ବେକକୁ ମାରିଥିଲା । ଟାଙ୍ଗିଆରେ ହାଣିବା ଦ୍ୱାରା ଟୁନାର ଡାହାଣକାନ ଛିଣ୍ଡି ଯାଇଥିଲା ଓ ରକାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲା ।
ପରିବାର ଲୋକ ଗୁରୁତର ଟୁନାକୁ ଉଦ୍ଧାର କରି ପ୍ରଥମେ ପୁରୁଣାକଟକ ମେଡିକାଲ ଓ ସେଠାରୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ଚିକିତ୍ସା ଅବସ୍ଥାରେ ଗତ ୧୧.୬.୨୦୧୭ ମସିହାରେ ଟୁନାର ମୃତ୍ୟୁ ହୋଇଯାଇଥିଲା । ପୁୃଅକୁ ହାଣିଥିବା ଓ ମାଡ ମାରିଥିବା ନେଇ ଗତ ୨୪.୫.୨୦୧୭ ରେ ଟୁନାର ବାପା ମୃତ୍ୟଂଜୟ ମହାକୁଡ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ପୁରୁଣାକଟକ ପୁଲିସ ଥାନା କେସନଂ ୩୭/୨୦୧୭ ରେ ଏକ ମରଣାତ୍ମକ ଆକ୍ରମଣ କରିଥିବା ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଟୁନାର ମୃତ୍ୟୁ ପରେ ପୁଲିସ ହତ୍ୟା ମାମଲା ରୁଜ କରି ବିଚାର ପାଇ କୋର୍ଟକୁ ପଠାଇଥିଲା । ପରିବର୍ତ୍ତୀ ସମୟରେ ମାମଲାଟି ଅତିରିକ୍ତ ଜିଲ୍ଲାଦୌରାଜଜଙ୍କ ଅଦାଲତରେ ଏସଟି କେସନଂ ୮୬/୨୦୧୭ ହୋଇ ବିଚାର ହୋଇଥିଲା ।
ମାମଲାରେ ସରକାରଙ୍କ ପକ୍ଷରୁ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭୁତ୍ତି କରି ଅଦାଲତ ପ୍ରମାଣ ଥିବା ନେଇ ଅଭିଯୁକ୍ତ କୁର୍ତ୍ତୀ ଓରଫ ସୁଦାମ ମହାକୁଡୁ ୮ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଥିବାବେଳେ ଅଭିଯୁକ୍ତ ଧବଳେଶ୍ୱରକୁ ପ୍ରମାଣ ଅ୍ରଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଜ୍ଞାନରଂଜନ ପଟ୍ଟନାୟକ ପରିଚାଳନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031