Indus Valley Times

ବୌଦ୍ଧ : ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପ୍ଲାଷ୍ଟିକମୁକ୍ତ ଅଭିଯାନ

 Breaking News

ବୌଦ୍ଧ : ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପ୍ଲାଷ୍ଟିକମୁକ୍ତ ଅଭିଯାନ

October 10
20:58 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୧୦: ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଦେଶବ୍ୟାପୀ ସ୍ୱଛ ଭାରତ କାର୍ଯ୍ୟକ୍ରମ ଚାଲୁରହିଛି । ଏହି ପରିପ୍ରେକ୍ଷିରେ ବୌଦ୍ଧ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସଂକଳ୍ପ ନିଆଯାଇ ସ୍ୱଛତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅବସରରେ ଆଜି ବୌଦ୍ଧର ଜାମୁଛକଠାରୁ ଆରମ୍ଭ କରି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଜମା ହୋଇଥିବା କୁଢ କୁଢ ପ୍ଲାଷ୍ଟିକ ସଫେଇ କରାଯିବା ସହିତ ଓୟାରଲେସ ଛକ,ଗାନ୍ଧୀ ଛକ,ବସଷ୍ଟାଣ୍ଡ,କଚେରୀଛକ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ନବନୀତ କୁମାର, ଡିଜି ପ୍ରତିନିଧି ଦେବାଶିଷ ପୁରୋହିତ,ଯୁବ ରେକଡକ୍ରସର ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ,ଗ୍ରାମ୍ୟ ବିକାଶ ପରିଷଦର ସମ୍ପାଦକ କୃତ୍ତିବାସ ପଲିଆ ପ୍ରମୁଖ ଉପସ୍ଥିତ ଥିଲେ ।
ସଫେଇ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ସ୍ୱେଛାସେବୀ,ରେଡକ୍ରସର ସ୍ୱେଛାସେବୀ, ସମେତ ଯୁବ ରେଡକ୍ରସର ସ୍ୱେଛାସେବୀମାନେ ସାମିଲ ହୋଇଥିଲେ । ୟୁଥ କ୍ଲବର ସ୍ୱେଛାସେବୀମାନେ ସଂପୁର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ସ୍ୱଛ ଭାରତ କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ପ୍ରକାଶ କରିଛନ୍ତି ।
ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ବୌଦ୍ଧଗସ୍ତ,ଜନସାଧାରଣଙ୍କୁ ସେବା ଯୋଗାଇବାକୁ ତ୍ୱରିତ ନ୍ୟାୟ ବ୍ୟବସ୍ଥାକୁ ଗୁରୁତ୍ୱ
ବୌଦ୍ଧ,୧୦/୧୦: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟବିଚାରପତି ଡଃ. ଏସ.ମୁରଲିଧର ଶନିବାର ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟବିଚାରପତି ଅପରାହ୍ନରେ ବୌଦ୍ଧରେ ପହଞ୍ôଚ ପ୍ରଥମେ ଜିଲ୍ଲା କୋର୍ଟ ବୁଲି ଦେଖିବା ସହ ଜିଲ୍ଲା କୋର୍ଟର ବିଚାରପତିମାନଙ୍କ ସହ ଆଲୋଚନା କରିଥିଲେ ।
ପରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା ସଂଗ୍ରହାଳୟ ପରିସରରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭ ପୁର୍ବରୁ ଜିଲ୍ଲାର ରାଜୁଡା ଅମଳରେ ନିର୍ମିତ ଶତାୟୁ କୋଠା ତଥା ବର୍ତ୍ତମାନର ଜିଲ୍ଲା ସଂଗ୍ରହାଳୟକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୁଲାଇ ଦେଖାଇଥିଲୋ । ପରେ ଜିଲ୍ଲା ଓକିଲ ପକ୍ଷରୁ ଏøତିହାସିକ ସଂଗ୍ରହାଳୟ ପରିସରରେ ଆୟୋଜିତ ବୈଠକରେ ଯୋଗଦେଇଥିଲେ ।
ଜିଲ୍ଲା ଓକିଲ ସଂଘର ସଭାପତି ତାରେଣୀ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ଆଇନଜିବୀ ନବ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମୁଖ୍ୟ ବିଚାରପତି ଡଃ. ଏସ.ମୁରଲିଧର ନିଜ ଅଭିଭାଷଣରେ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ଯୋଗାଇବା ଉଭୟ ଅଦାଲତ ଓ ଓକିଲଙ୍କ ନୈତିକ ଦାୟିତ୍ୱ ବୋଲି କହିଥିବା ସଙ୍ଗେ ସଙ୍ଗେ କରୋନା ଆଳରେ ଅଦାଲତ କାର୍ଯ୍ୟକୁ ବ୍ୟାଘତ ନକରିବା ପାଇଁ ଅନୁରୋଧ କରିଥିଲେ । ଏହା ସହ କେବଳ ଜାମିନ, ମିଳାମିଶା ମାମଲା, କିମ୍ବା ଜେଲରେ ଥିବା ଅଭିଯୁକ୍ତଙ୍କ ମାମଲା ନକରି ସମସ୍ତ ପ୍ରକାର ମାମଲା କରିବାକୁ ପରାମର୍ଶ ଦେଇଥିଲେ । କୋର୍ଟରେ କଣ୍ଟେଷ୍ଟ ମାମଲା ପରିଚାଳନା କଲେ ଉଭୟ ଓକିଲ ଓ ବିଚାରପତିମାନଙ୍କ ଗୁରୁତ୍ୱ ତଥା ଗୂଣାତ୍ମକ ମାନ ବଢିବ ବୋଲି କହିଥିଲେ । ମୁଖ୍ୟ ବିଚାରପତିଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଦଶହରା ପୁଜା ଛୁଟି ପରେ ନିୟମିତ ଅଦାଲତ କାର୍ଯ୍ୟ କରିବାକୁ ଓକିଲ ମାନଙ୍କ ତରଫରୁ ପ୍ରତିଶୃତି ଦିଆଯାଇଥିଲା ।
ଏହି ଅବସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବୌଦ୍ଧରେ ଜିଲ୍ଲା ଫେମିଲି କୋର୍ଟ,ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓ ସ୍ଥାୟୀ ଲୋକଅଦାଲତ ସ୍ଥାପନ ପାଇଁ ମୁଖ୍ୟବିଚାରପତିଙ୍କ ନିକଟରେ ଦାବି କରାଯାଇଥିଲା । ଜିଲ୍ଲାର ଓକିଲଙ୍କ ଦାବୀ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟ ବିଚାରପତି କହିଥିଲେ । ଜିଲ୍ଲା ସଂଗ୍ରହାଳୟ ବୁଲି ଦେଖିବାପରେ ରେକର୍ଡ ବୁକ୍‌ରେ ନିଜର ମନ୍ତବ୍ୟ ଲେଖିବା ସହିତ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ସ୍ଥାପନା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ଖୁବ୍ ପ୍ରଶଂସା କରିଥିଲେ ।
ଏହି ଅବସରରେ ଜିଲ୍ଲା ଓକିଲ ସଂଘର ସଂପାଦକ ଅଶୋକ କୁମାର ମିଶ୍ର ମଞ୍ଚାସୀନ ଥିବା ସହ ସଂଘର ଉପସଭାପତି ଆଶୋକ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ମୁଖ୍ୟ ବିଚାରପତିଙ୍କ ଏହି ଗସ୍ତ ସମୟରେ ଜିଲ୍ଲାଦୌରାଜଜ ସୁଶ୍ରୀ ପ୍ରତିମା ପଣ୍ଡା, ଅତିରିକ୍ତ ଜିଲ୍ଲା ଦୌରାଜଜ ସତ୍ୟନାରାୟଣ ଷଢଙ୍ଗୀ, ସିଜେଏମ ହୃଷିକେଶ ଆଚାର୍ଯ୍ୟ, ଜିଲ୍ଲା ଅଦାଲତର ସମସ୍ତ ବିଚାରପତି , ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ସମେତ ଜିଲ୍ଲା ଓକିଲ ସଂଘର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ ।
ବୌଦ୍ଧରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ପାଳିତ
ବୌଦ୍ଧ,୧୦/୧୦: ଓଡ଼ିଶାର ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ,ସମାଜସେବୀ,କବି ,ଲେଖ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ନେହେରୁ ଯୁବକେନ୍ଦ୍ର ଓ ଯୁବ ରେଡକ୍ରସ ପକ୍ଷରୁ ବୁଟୁପାଲିରେ ରାସ୍ତା ସଫେଇ ପରେପରେ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଅଧିକାରୀ ନବନିତ କୁମାର,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ,ଯୁବ ରେଡକ୍ରସର ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ, ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର,ସମାଜସେବୀ ଦେବାଶିଷ ପୁରୋହିତ,ସଜ୍ଜନ କୁମାର ଅଗ୍ରୱାଲା ଓ ଅକ୍ଷୟ କୁମାର ମହାକୁଡ ପ୍ରମୁଖ ବୌଦ୍ଧ ଗୋପବନ୍ଧୁଛକଠାରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ ।
ଗତକାଲି ବିଳମ୍ବିତ ରାତିରେ ବୌଦ୍ଧଜିଲ୍ଲାର ପଂଚାୟତ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା
ବୌଦ୍ଧ,୧୦/୧୦ : ଗତକାଲି ବିଳମ୍ବିତ ରାତିରେ ବୌଦ୍ଧଜିଲ୍ଲାର ୯ ଗୋଟି ଜିଲ୍ଲା ପରିଷଦ ଜୋନ ଓ ୬୯ ଗୋଟି ଗ୍ରାମ ପଂଚାୟତର ସମିତି ସଭ୍ୟ ଓ ସରପଂଚ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଆପତି ଅଭିଯୋଗ ଶୁଣାଣୀ ପରେ ଆସନ୍ତା ୨୬ ତାରିଖରେ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି ।
ବୌଦ୍ଧଜିଲ୍ଲାର ୯ ଗୋଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ସେଥିମଧ୍ୟରୁ ୧ ନମ୍ବର ଜିଲ୍ଲା ପରିଷଦ ଜୋନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ୨ ନମ୍ବର ଜୋନ ଅଣସଂରକ୍ଷିତ ମହିଳା , ୩ ନମ୍ବର ଜୋନ ଅଣସଂରକ୍ଷିତ, ୪ ନମ୍ବର ଜୋନ ପଛୁଆ ବର୍ଗ ମହିଳା, ୫ ନମ୍ବର ଜୋନ ଅସଂରକ୍ଷିତ ମହିଳା , ୬ନମ୍ବର ଜୋନ ଅସଂରକ୍ଷିତ, ୭ ନମ୍ବର ଜୋନ ଅନୁସୂଚିତ ଜାତି ମହିଳା, ୮ ନମ୍ବର ଜୋନ ଅଣସଂରକ୍ଷିତ ଓ ୯ ନମ୍ବର ଜୋନ ଅନୁସୂଚଚିତ ଜାତି ପାଇଁ ସଂରକ୍ଷିତ ରହିଛି ।
ବୌଦ୍ଧ ବ୍ଲକ ସରପଂଚ ଓ ସମିତି ସଭ୍ୟଙ୍କ ସଂରକ୍ଷିଣ ତାଲିକା
ବୌଦ୍ଧ, ୧୦/୧୦ : ଗୁନ୍ଦୁଳିଆ,ବଢିଗାଁ, ମନୁପାଲି,ମୁଣ୍ଡିପଦର,ରକ୍ସା ଗ୍ରାମ ପଂଚାୟତର ସରପଂଚ ଓ ସମିତି ସଭ୍ୟ ପଦବି ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଅଁଳାପାଲି, ଖୁଣ୍ଟବନ୍ଧ, ବ୍ରାହ୍ମଣୀପ।।ଲି,ମୁଣ୍ଡାପଡା, ମୁର୍ଷୁଣ୍ଡି,ଲକ୍ଷ୍ମୀପ୍ରସାଦ,ତେଲିବନ୍ଧ ଗ୍ରାମ ପଂଚାୟତ ଅଣ ସଂରକ୍ଷିତ ପାଇଁ ରହିଛି । ଆମ୍ବଝରୀ, ଟିକରପଡା ଗ୍ରାମ ପଂଚାୟତ ଅନୁସୂଚିତ ଜନଜ।।ତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କସୁରବନ୍ଧ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି ।
ପଦ୍ମମନପୁର, ବହିରା, ଶଗଡା ପଂଚାୟତ ଅନୁସୂଚଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବଘିଆପଡା, ବାଉଁଶୁଣୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । ଖଲିଆପାଲି,ତାଳସରଡା ପଛୁଆବର୍ଗ ମହିଳାଙ୍କ ପ।।ଇଁ ଓ ଗୋଛାପଡା ପଛୁଆ ବର୍ଗ୮୍‌କ ପାଇଁ ସଂରରକ୍ଷିତ ରହିଛି ।
କଣ୍ଟାମାଳ ବ୍ଲକର ସମିତି ସଭ୍ୟ ଓ ସରପଂଚ ସଂରକ୍ଷଣ ତାଲିକା
ବୌଦ୍ଧ, ୧୦/୧୦ :କଣ୍ଟାମାଳ ବ୍ଲକର କୁଲତାଯୋର,ନାରାୟଣ ପ୍ରସାଦ ପଂଚାୟତ ଅନୁସୂଚିତ ଜନଜାତି ମହିଳା, ଖୁଣ୍ଟିଗୋରା, ବରଗାଁ ପଂଚାୟତ ଅନୁସୂଚିତ ଜନଜାତି ପାଇଁ,ଆମ୍ବଗାଁ, ବିଲାସପୁର, ଲମ୍ବସରୀ ପଂଚାୟତ ଅନୁସୂଚିତ ଜାତି ମହିଳାଙ୍କ ପାଇଁ, କଣ୍ଟାମାଳ, ସୁଣ୍ଢିପଦର ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି ।
ସେହିପରି ଖଲିଆପାଲି ପଂଚାୟତ ପଛୁଆବର୍ଗ ମହିଳାଙ୍କ ପାଇଁ ଯୋଗୀନ୍ଦ୍ରପୁର ପଂଚାୟତ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଖମନମୁଣ୍ଡା,ଘଣ୍ଟାପଡା,ଦପଲା, ବରଗୋଚ୍ଛା, ରୁଣ୍ଡିମହୁଲ ପଂଚାୟତ ଅସଂରକ୍ଷିତ ମହିଳାଙ୍କ ପାଇଁ ରହିଥିବା ବେଳେ ଉମା, ଖଟଖଟିଆ,ଗୁଡଭେଲିପଦର,ଘିକୁଣ୍ଡି,ପଲସାଗୋରା, ମନମୁଣ୍ଡା,ସିମିଲପଦର ପଂଚାୟତ ଅଣସଂରକ୍ଷିତ ପାଇଁ ସଂରକ୍ଷିତ ହୋଇ ରହିଛି ।
ହରଭଙ୍ଗା ବ୍ଲକ ସରପଂଚ ଓ ସମିତି ସଭ୍ୟ ସଂରକ୍ଷିତ ତାଲିକା
ହରଭଙ୍ଗା ବ୍ଲକର ଆଡଣୀଗଡ, ତଳଗାଁ, ବାଣୀଭୂଷଣପୁର ଗ୍ରାମ ପଂଚାୟତ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଛତ୍ରଙ୍ଗ, ତିଲେଶ୍ୱର,ହରଭଙ୍ଗା ପଂଚାୟତ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି କରଂଜକଟା, ଲୁଣିବାହାଲ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ମହାଲିକପଡା ପଂଚାୟତ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ରାଧାନଗର ପଂଚାୟତ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ପିତାମ୍ବରପୁର ପଂଚାୟତ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । କୁଶଙ୍ଗ, ବାମଣ୍ଡା, ମଥୁରା, ସାମ୍ପୋଚ, ପୁରୁଣାକଟକ ଗ୍ରାମ ପଂଚାୟତ ଅସଂରକ୍ଷିତ ମହିଳାଙ୍କ ପାଇଁ ରହିଥିବା ବେଳେ ଧଳପୁର, ବନ୍ଧାପଥର, ରାମଗଡ,ସଙ୍କୁଲେଇ,ସରସରା ବିରନରସିଂହପୁର ଗ୍ରାମ ପଂଚାୟତ ଅସଂରକ୍ଷିତ ରଖାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031